ସାଇବର ଆଟାକ: ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟ ଚୋରି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 21, 2021

ସାଇବର ଆଟାକ: ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟ ଚୋରି

ନୂଆଦିଲ୍ଲୀ: ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆରେ ତଥ୍ୟ ଲିକ୍‌ର ବଡ଼ ଅଘଟଣ ସାମ୍ନାକୁ ଆସିଛି। ଏୟାର ଇଣ୍ଡିଆର ସେବା ପାଇଥିବା ପ୍ରାୟ ୪୫ ଲକ୍ଷ ଭାରତୀୟ ଓ ବିଦେଶୀ ଗ୍ରାହକଙ୍କ ବ୍ୟକ୍ତିଗତ ତଥ୍ୟ ହ୍ୟାକରମାନେ ଚୋରି କରି ନେଇଥିବା ଜଣାପଡ଼ିଛି।

ଏୟାର ଇଣ୍ଡିଆ କହିଛି ଯେ ୨୦୧୧ ମସିହା ଅଗଷ୍ଟ ୨୬ରୁ ୨୦୨୧ ଫେବୃଆରୀ ୩ ଯାଏ ଯାତ୍ରୀଙ୍କ ତଥ୍ୟ ଲିକ୍‌ ହୋଇଛି। ଲିକ୍‌ ତଥ୍ୟ ଗୁଡ଼ିକ ମଧ୍ୟରେ ଯାତ୍ରୀଙ୍କ ଜନ୍ମସ୍ଥାନ, ନାମ, କଣ୍ଟାକ୍ଟ ଇନଫରମେସନ, ପାସପୋର୍ଟ, ଟିକେଟ ଓ କ୍ରେଡିଟ୍‌ କାର୍ଡ ସମ୍ପର୍କିତ ତଥ୍ୟ ରହିଛି। ହ୍ୟାକରମାନେ ଏୟାର ଇଣ୍ଡିଆର ପ୍ୟାସେଞ୍ଜର ସର୍ଭିସ ସିଷ୍ଟମର ପ୍ରୋସେସରକୁ ହ୍ୟାକ କାରି ଏପରି ତଥ୍ୟ ହାସଲ କରିନେଇଛନ୍ତି।

ଏୟାର ଇଣ୍ଡିଆ କହିଛି ଯେ ଏହି ତଥ୍ୟ ଲିକ୍ ଘଟଣାରେ ୪୫ ଲକ୍ଷ ଯାତ୍ରୀଙ୍କ ବ୍ୟକ୍ତିଗତ ସୂଚନା ପ୍ରଭାବିତ ହୋଇଛି। କୌଣସି କ୍ରେଡିଟ୍ କାର୍ଡର CVV-CVC ନମ୍ବର ଆମ ପ୍ରୋସେସର୍‌ରେ ରଖାଯାଏ ନାହିଁ। କିନ୍ତୁ ହ୍ୟାକରମାନେ କ୍ରେଡିଟ୍‌ କାର୍ଡର ତଥ୍ୟ ହାସଲ କରିଛନ୍ତି। ଏଯାଏ ଲିକ୍‌ ତଥ୍ୟକୁ କୌଣସି ବଡ଼ ଅଘଟଣ ଘଟିନାହିଁ। ତଥ୍ୟର ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଇଥିଲା।

ତଥ୍ୟ ଲିକ୍ ଘଟଣାର ତଦନ୍ତ କରାଯାଉଛି। ଏଥିପାଇଁ ସୁରକ୍ଷା ବିଶେଷଜ୍ଞଙ୍କ ସହାୟତା ମଧ୍ୟ ନିଆଯାଉଛି। କ୍ରେଡିଟ କାର୍ଡ କମ୍ପାନୀଗୁଡ଼ିକୁ ପାସୱାର୍ଡ ବଦଳାଇବା ବିଷୟରେ ଗ୍ରାହକଙ୍କୁ ଜଣାଇବାକୁ କୁହାଯାଇଛି। ଏୟାର ଇଣ୍ଡିଆରେ ବାରମ୍ବାର ଯାତାୟାତ କରୁଥିବା ଯାତ୍ରୀମାନଙ୍କୁ ମଧ୍ୟ ପାସୱାର୍ଡ ବଦଳାଇବାକୁ ପରାମର୍ଶ ଦିଆଯାଇଛି।

ଏୟାରଲାଇନ୍ସ କହିଛି ଯେ “ଏୟାର ଇଣ୍ଡିଆ ଏହାର ଗ୍ରାହକମାନଙ୍କୁ ଜଣାଇବାକୁ ଚାହୁଁଛି ଯେ ଅତ୍ୟାଧୁନିକ ସାଇବର ଆଟାକର ସୂଚନା ମିଳିଛି। ହ୍ୟାକରମାନେ ଏୟାର ଇଣ୍ଡିଆର ସର୍ଭରୁ ହ୍ୟାକ୍‌ କରି ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟ ଚୋରି କରିଛନ୍ତି। ଫେବୃଆର ମାସରୁ ହ୍ୟାକ ବନ୍ଦ ହୋଇଗଲାଣି। ତଥାପି ହ୍ୟାକ ସମ୍ପର୍କରେ ବିସ୍ତୃତ ତଥ୍ୟ ହାସଲ ପାଇଁ ଫରେନସିକ୍ ଯାଞ୍ଚ କରାଯାଉଛି। ହ୍ୟାକ୍‌ ପରେ ମଧ୍ୟ ସିଷ୍ଟମରେ କୌଣସି ଅନାଧିକୃତ କାର୍ଯ୍ୟକଳାପ ଚିହ୍ନଟ ହୋଇନାହିଁ।” କେବଳ ଏୟାର ଇଣ୍ଡିଆ ନୁହେଁ, କିଛି ବିଦେଶୀ ବିମାନ ସେବା ପ୍ରଦାଦକାରୀ ସଂସ୍ଥାର ତଥ୍ୟକୁ ମଧ୍ୟ ହ୍ୟାକ କରାଯାଇଥିବା ଜଣାପଡ଼ିଛି।

The post ସାଇବର ଆଟାକ: ୪୫ ଲକ୍ଷ ଯାତ୍ରୀଙ୍କ ତଥ୍ୟ ଚୋରି appeared first on Odisha Reporter.



from Odisha Reporter https://ift.tt/3ubYkW6

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages