ପୁରୀ ରଥଖଳାରୁ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 21, 2021

ପୁରୀ ରଥଖଳାରୁ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ରଥଖଳାରୁ ଆଉ ୧୦ କରୋନା ପଜିଟିଭ ଚିହ୍ନଟ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ଏହି ସୂଚନା ଦେଇଛନ୍ତି।

ଏହା ସହିତ ରଥଖଳାରୁ ମୋଟ ୧୮ ଜଣ କରୋନାରେ ଆକ୍ରାନ୍ତ ହେଲେଣି। ସେମାନଙ୍କ ମଧ୍ୟରୁ ୧୨ ଜଣ ମହାରଣା ହୋଇଥିବା ବେଳେ ୬ ଜଣ ହେଉଛନ୍ତି ଭୋଇ ସେବାୟତ।

ରଥଖଳାରୁ ଆଜି ୧୦ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଗତକାଲି ୮ ଜଣ ପଜିଟିଭ ଚିହ୍ନଟ ହୋଇଥିଲେ। ସେହି ୮ ଜଣଙ୍କ ମଧ୍ୟରେ ୩ ଜଣ ମହାରଣା ଓ ୫ ଜଣ ଭୋଇ ସେବାୟତ ଥିଲେ।

କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାରୁ ଆଜି ଠାରୁ ବାୟୋ ବବଲ୍ ସୁରକ୍ଷା ବଳୟ ଭିତରେ ପୁରୀ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଚାଲିଛି। ରଥଖଳାକୁ ସମ୍ପୂର୍ଣ୍ଣ ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଥିବା ବେଳେ କେବଳ ରଥକାମରେ ନିୟୋଜିତ ରଥ ସେବାୟତ ମାନଙ୍କୁ ପ୍ରବେଶର ଅଧିକାର ରହିଛି। ଜିଲ୍ଲାପାଳ ଓ ଏସପି ଆଜି ରଥଖଳାରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରିଛନ୍ତି।

ବାୟ ବବଲ ନିୟମ ଅନୁଯାୟୀ, ରଥଖଳାରେ ନିୟୋଜିତ ରଥନିର୍ମାଣ ସେବାୟତମାନଙ୍କୁ ସଂଗରୋଧରେ ରଖାଯାଇ ନିର୍ମାଣ କାର୍ଯ୍ୟ କରାଯିବ।

ପବିତ୍ର ଅକ୍ଷୟ ତୃତୀୟା ଠାରୁ ଆରମ୍ଭ ହୋଇଥିବା ରଥନିର୍ମାଣ କାର୍ଯ୍ୟ ଆଜି ସପ୍ତମ ଦିନରେ ପହଞ୍ଚିଛି। ତିନିରଥ ପାଇଁ ଆବଶ୍ୟକ ୪୨ ଟି ତୁମ୍ବ ମଧ୍ୟରୁ ୪୦ଟିର କାର୍ଯ୍ୟ ଶେଷ ହୋଇଛି। ଆଜି ତୁମ୍ବରେ ବିନ୍ଧ ପାଇଁ ସୂତା ବାଡ଼ିଆ କାର୍ଯ୍ୟ ଅନୁକୂଳ ହୋଇଛି। ଏହାପରେ ଘେରକଟା ଓ ଠେକକଟା କାମ ଆରମ୍ଭ ହେବ। ଆସନ୍ତା ନୃସିଂହ ଚତୁର୍ଦ୍ଦଶୀ ତିଥିରେ ରୂପକାର ମାନେ ଗୁଜ ଅନୁକୂଳ କରିବାର ବିଧି ରହିଛି।

The post ପୁରୀ ରଥଖଳାରୁ ଆଉ ୧୦ କରୋନା ପଜିଟିଭ୍ ଚିହ୍ନଟ appeared first on Odisha Reporter.



from Odisha Reporter https://ift.tt/3hGVoOG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages