କେନ୍ଦ୍ରକୁ କହିଲା ଫାଇଜର, ୧୨ରୁ ଅଧିକ ବୟସ୍କଙ୍କ ପାଇଁ ଟିକା ପ୍ରସ୍ତୁତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 26, 2021

କେନ୍ଦ୍ରକୁ କହିଲା ଫାଇଜର, ୧୨ରୁ ଅଧିକ ବୟସ୍କଙ୍କ ପାଇଁ ଟିକା ପ୍ରସ୍ତୁତ

ନୂଆଦିଲ୍ଲୀ: ଆମେରିକାନ ଟିକା କମ୍ପାନୀ ଫାଇଜର କହିଛି ତାର ଟିକା ୧୨ରୁ ଅଧିକ ବୟସ୍କଙ୍କ କ୍ଷେତ୍ରରେ ବହୁତ ପ୍ରଭାବୀ। କେନ୍ଦ୍ର ସରକାରକୁ ଏ ନେଇ ଅବଗତ କରାଇଛି ଫାଇଜର। ଚଳିତ ବର୍ଷ ଶେଷ ବେଳକୁ ୫ କୋଟି ଟିକା ତିଆରି କରିବ ବୋଲି କମ୍ପାନୀ କହିଛି। ତେଣୁ କେନ୍ଦ୍ର ସରକାର ଯଦି କ୍ଷତିପୂରଣ ଏବଂ ବିଭିନ୍ନ ନିୟମରେ କୋହଳ କରିବେ ତାହେଲେ ଫାଇଜର ଭାରତକୁ ଟିକା ଦେଇପାରିବ ବୋଲି କହିଛି। ଏହି ଟିକା  B.1.617 ଭେରିଆଣ୍ଟ ବିରୋଧରେ ପ୍ରଭାବୀ ବୋଲି କମ୍ପାନୀ ସ୍ପଷ୍ଟ କରିଛି।

ଫାଇଜର ହେଉଛି ଏମ୍-ଆରଏନଏ ଜ୍ଞାନକୌଶଳରେ ତିଆରି ହୋଇଥିବା ଟିକା। ଏହା ଏକ ମାସ ଯାଏ ୨ରୁ୮ ଡିଗ୍ରୀ ସେଲସିୟସରେ ଷ୍ଟୋରେଜ ହୋଇ ରହିପାରିବ। ଭାରତରେ ମଧ୍ୟ ଛୋଟ ଛୁଆଙ୍କ ପାଇଁ ଟିକା ପ୍ରସ୍ତୁତି ଆରମ୍ଭ ହୋଇଛି। ହାଇଦ୍ରାବାଦର ଭାରତ ବାୟୋଟେକ ଛୋଟ ଛୁଆଙ୍କ ପାଇଁ ଟିକା ତିଆରି କରୁଛି। କ୍ଲିନିକାଲ ଟ୍ରାଏଲ ପାଇଁ ନିକଟରେ କେନ୍ଦ୍ର ସରକାର ଅନୁମତି ଦେଇଛି।

ସୂଚନାଯୋଗ୍ୟ, ଏବେ କରୋନାର ଦ୍ୱିତୀୟ ଲହର ଚାଲିଛି। ଆଗକୁ ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ ଦାବି କରିଛନ୍ତି। ଏହି ସମୟରେ ଛୋଟ ଛୁଆମାନେ ପ୍ରଭାବିତ ହେବେ ବୋଲି ବିଶେଷଜ୍ଞ କହିଛନ୍ତି। ହେଲେ ଏହାକୁ ଖାରଜ କରିଛନ୍ତି ଏମ୍ସର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ। ସେ କହିଛନ୍ତି ତୃତୀୟ ଲହର ଆସିଲେ କୌଣସି ବର୍ଗଙ୍କ ପାଇଁ ନୁହେଁ। ଛୋଟ ଛୁଆ କେବଳ ପ୍ରଭାବିତ ହେବେ ବୋଲି କହିହେବନି।

ତୃତୀୟ ଲହରକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଓ ଦେଶରେ ଥିବା ଟିକା କମ୍ପାନୀ ୧୮ରୁ କମ୍ ବୟସ୍କ ପିଲାଙ୍କୁ ଟିକା ଦେବା ନେଇ ଗୁରୁତ୍ୱ ଦେଉଛନ୍ତି। ତେଣୁ ଏହା ଉପରେ ଏବେ ଗବେଷଣା ଚାଲିଛି। ଏବେ ଯେଉଁ ଟିକା କୋଭାକ୍ସିନ, କୋଭିଶିଲ୍ଡ ଓ ସ୍ପୁଟନିକ ରହିଛି ତାହା ପ୍ରାପ୍ତ ବୟସ୍କଙ୍କ ପାଇଁ ଉଦ୍ଦିଷ୍ଟ।

The post କେନ୍ଦ୍ରକୁ କହିଲା ଫାଇଜର, ୧୨ରୁ ଅଧିକ ବୟସ୍କଙ୍କ ପାଇଁ ଟିକା ପ୍ରସ୍ତୁତ appeared first on Odisha Reporter.



from Odisha Reporter https://ift.tt/3fuApgR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages