କଟକ (ଓଡ଼ିଶା ରିପୋର୍ଟର): ଓଡ଼ିଆ ସଙ୍ଗୀତ ଜଗତକୁ ଆଉ ଏକ ଝଟକା। ବିଶିଷ୍ଟ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କର ଆଜି ପରଲୋକ ହୋଇଯାଇଛି। କଟକ ଏସ୍ସିବି ସ୍ଥିତ କୋଭିଡ୍ ହସ୍ପିଟାଲରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ହୋଇଥିଲା।
ମେ’ ୨୨ ତାରିଖରେ ଶାନ୍ତରାଜ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ ହୋମ୍ଆଇସୋଲେସନ୍ରେ ଥିଲେ। ତେବେ ଆଜି ସକାଳେ ସେ ନିଃଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରିଥିଲେ। ଏହା ପରେ ତାଙ୍କୁ କଟକ ଏସ୍ସିବି ସ୍ଥିତ କୋଭିଡ୍ ହସ୍ପିଟାଲର ଆଉଟ୍ଡୋରରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।
କୋରାପୁଟ ଜିଲ୍ଲାର ଶାନ୍ତିରାଜ ଖୋସଲା ଦୀର୍ଘବର୍ଷ ହେବ କଟକରେ ରହି ସଙ୍ଗୀତ ସାଧନାରେ ନିମଗ୍ନ ଥିଲେ। ସେ ବହୁ ଓଡ଼ିଆ ଚଳଚ୍ଚିତ୍ର, ଆଲବମ୍ ଓ ଭଜନରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ଓଡ଼ିଆ ସଙ୍ଗୀତ ଜଗତରେ ତାଙ୍କର ନିଜସ୍ୱ ଏକ ଛାପ ଛାଡ଼ିଯାଇଛନ୍ତି ଶାନ୍ତିରାଜ।
The post ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତିରାଜ ଖୋସଲାଙ୍କ ପରଲୋକ appeared first on Odisha Reporter.
from Odisha Reporter https://ift.tt/3hWGfsI
No comments:
Post a Comment