ଛବି ସଜାଡ଼ିବାକୁ ପ୍ରୟାସ, ଆରଏସଏସ-ବିଜେପି ବୈଠକରେ ସାମିଲ ହେଲେ ମୋଦି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 23, 2021

ଛବି ସଜାଡ଼ିବାକୁ ପ୍ରୟାସ, ଆରଏସଏସ-ବିଜେପି ବୈଠକରେ ସାମିଲ ହେଲେ ମୋଦି

ନୂଆଦିଲ୍ଲୀ: ମହାମାରୀ କରୋନାର ଦ୍ୱିତୀୟ ଲହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଛବିକୁ ମଳିନ କରିବାରେ ଲାଗିଛି। ସାରେ ଦେଶରେ ମୋଦି ସରକାର କରୋନାକୁ ମୁକାବିଲା କରିବାରେ ବିଫଳ ହୋଇଥିବା ସ୍ୱର ଶାଣିତ ହେବାରେ ଲାଗିଛି। ଏହାକୁ କେମିତି ଦୂର କରାଯିବ ସେଥିପାଇଁ ଆରଏସ୍‌ଏସ୍‌ର ସଦସ୍ୟ ଓ ବିଜେପିର ନେତାମାନେ ବାରମ୍ବାର ବୈଠକ କରୁଛନ୍ତି।

ବିଶେଷ କରି ଆସନ୍ତା ବର୍ଷ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କେମିତି ଦଳର ଛବିକୁ ସଜଡ଼ା ଯିବ ସେଥିପାଇଁ ରବିବାର ସନ୍ଧ୍ୟାରେ ଆରଏସଏସ୍‌ ଓ ବିଜେପି ନେତାମାନେ ମାନମନ୍ଥନ କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ଯୋଗ ଦେଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି।

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ଯେମିତି କରୋନା ମହାମାରୀର ପ୍ରଭାବ ପଡ଼ିବ ନାହିଁ, ସେଥିପାଇଁ ତୃଣମୂଳସ୍ତରରେ କ’ଣ ସବୁ କରାଯିବ, ସେ ବିଷୟରେ ବୈଠକରେ ଆଲୋଚନା କରାଯାଇଛି। ଉତ୍ତର ପ୍ରଦେଶରେ ବିଜେପି ନିଜର ଛବିକୁ ସୁଧାରିବାକୁ ଏକାଧିକ କାର୍ଯ୍ୟକ୍ରମ କରିବ ବୋଲି ନିଷ୍ପତ୍ତି ହୋଇଛି।

ସେହିପରି ଆଗକୁ ଯେମିତି କରୋନାର କୁପ୍ରଭାବ କେନ୍ଦ୍ର ସରକାର କିମ୍ବା ବିଜେପି ଉପରେ ନ ପଡ଼ିବ, ସେ ଦିଗରେ ମଧ୍ୟ ଉଭୟ ଆରଏସଏସ ଓ ବିଜେପି ନେତାମାନେ କାମ କରିବେ।

ଦିଲ୍ଲୀରେ ବସିଥିବା ଏହି ବୈଠକରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଆରଏସଏସ୍‌ ନେତା ଦତ୍ତାତ୍ରେୟ ହୋସବୋଲେ ଓ ଉତ୍ତର ପ୍ରଦେଶର ସାଂଗଠିନ ଇନ ଚାର୍ଜ ସୁନୀଲ ବଂଶଲ ପ୍ରମୁଖ ଯୋଦେଇଥିଲେ। ଏମାନଙ୍କ ସହ ମୋଦି ଓ ଶାହ ମଧ୍ୟ ବୈଠକରେ ଉପସ୍ଥିତ ରହି ସବୁ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ ବୋଲି ଜଣାପଡ଼ିଛି।

ବିଜେପି ଓ ଆରଏସଏସ ନେତାମାନଙ୍କ ଏପରି ବୈଠକରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ କେନ୍ଦ୍ର ସରକାରଙ୍କ ଛବି ମଳିନ ପଡ଼ିଥିବା ସମସ୍ତେ ଭଲ ଭାବେ ଜାଣି ସାରିଛନ୍ତି। ଏହାକୁ କେମିତି ସୁଧାରିବାକୁ ହେବ, ସେ ନେଇ ପ୍ରୟାସ ମଧ୍ୟ କରାଯାଉଛି। ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ସହ ଦଳ ରହିଛି ବୋଲି ଜଣାଇବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ।

‘ସେବା ହିଁ ସଂଗଠନ’ ଦଳ ଏହି ଲକ୍ଷ୍ୟ ନେଇ କାମ କରିବ ବୋଲି କିଛି ଦିନ ତଳେ ଜେପି ନଡ୍ଡା ବିଜେପି କର୍ମୀଙ୍କୁ ଚିଠି ଲେଖି ଜଣାଇଥିଲେ। ଏହା ଉପରେ କାର୍ଯ୍ୟ କରିବାକୁ ମଧ୍ୟ ସେ ଦଳୀୟ କର୍ମୀ ଓ ନେତାଙ୍କୁ କହିଥିଲେ।

The post ଛବି ସଜାଡ଼ିବାକୁ ପ୍ରୟାସ, ଆରଏସଏସ-ବିଜେପି ବୈଠକରେ ସାମିଲ ହେଲେ ମୋଦି appeared first on Odisha Reporter.



from Odisha Reporter https://ift.tt/2SmaI8K

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages