୧୦ ଜିଲ୍ଲାରୁ ୧୮ ଜଣଙ୍କ ମୃତ୍ୟୁ; ଅନୁଗୋଳରୁ ସର୍ବାଧିକ ୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 10, 2021

୧୦ ଜିଲ୍ଲାରୁ ୧୮ ଜଣଙ୍କ ମୃତ୍ୟୁ; ଅନୁଗୋଳରୁ ସର୍ବାଧିକ ୪

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନାରେ ଆଉ ୧୮ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୨୧୫କୁ ବୃଦ୍ଧି ପାଇଛି।

୧୦ଟି ଜିଲ୍ଲାରୁ ଏହି ମୃତ୍ୟୁ ସୂଚନା ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନେ ସମସ୍ତେ ପୁରୁଷ। ସେମାନଙ୍କୁ ଯଥାକ୍ରମେ ୮୩, ୬୫, ୬୦ ଓ ୪୫ ବର୍ଷ ହୋଇଥିବା ବେଳେ କେହି ଅନ୍ୟ କୌଣସି ରୋଗରେ ପୀଡ଼ିତ ନଥିଲେ।

ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଳାହାଣ୍ଡି, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ଆଉ ୪ ଜଣ ପ୍ରାଣ ହରାଇବା ସହିତ ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୭କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୯୨କୁ ବଢ଼ିଥିବା ବେଳେ କଳାହାଣ୍ଡିରେ ୬୦, ରାୟଗଡ଼ାରେ ୭୬ ଓ ସୁନ୍ଦରଗଡ଼ରେ ୨୧୩ ହୋଇଛି। ବୌଦ୍ଧ ଜିଲ୍ଲାରେ ଏହି ସଂଖ୍ୟା ୧୭କୁ ବୃଦ୍ଧି ପାଇଥିବା ବେଳେ ଦେବଗଡ଼ରେ ୯, ଗଜପତିରେ ୩୮, ମାଲକାନଗିରିରେ ୨୮ ଓ ପୁରୀରେ ୧୩୫ରେ ପହଞ୍ଚିଯାଇଛି।

ଏହା ସହିତ ମେ’ ମାସର ପ୍ରଥମ ୧୦ ଦିନରେ ରାଜ୍ୟରେ କରୋନାରେ ୧୭୨ ଜଣଙ୍କ ଜୀବନ ଗଲାଣି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୯,୭୯୩ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଲଗାତାର ୫ ଦିନ ପରେ ଏହି ସଂଖ୍ୟା ୧୦ ହଜାରରୁ ଖସିଛି।

The post ୧୦ ଜିଲ୍ଲାରୁ ୧୮ ଜଣଙ୍କ ମୃତ୍ୟୁ; ଅନୁଗୋଳରୁ ସର୍ବାଧିକ ୪ appeared first on Odisha Reporter.



from Odisha Reporter https://ift.tt/2RJqk6c

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages