ଯୁବକଙ୍କୁ ଅପହରଣ ଅଭିଯୋଗ, ରାସ୍ତା ଉପରେ ବସିଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 10, 2021

ଯୁବକଙ୍କୁ ଅପହରଣ ଅଭିଯୋଗ, ରାସ୍ତା ଉପରେ ବସିଲେ ଲୋକେ

ଆଠଗଡ଼ (ନୀଳକଣ୍ଠ ଦୋରା): ଗାଁ ବିବାଦରୁ ଜଣେ ଯୁବକଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ କରି କଟକ ଜିଲ୍ଲା ଆଠଗଡ଼ ବ୍ଳକ୍ ମହାକାଳବସ୍ତ ଛକରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି। ସ୍ଥାନୀୟ ସରପଞ୍ଚଙ୍କ ପୁଅ ଆଲୋକ ବଳିଆରସିଂହ ତାଙ୍କୁ ଅପହଣ କରିଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ଏମିତିକି ଗାଁ ଲୋକେ ସଂଘବଦ୍ଧ ଭାବେ ସରପଞ୍ଚଙ୍କ ଘରେ ପଶି ଗାଡ଼ି ଭଙ୍ଗାରୁଜା କରିଥିବା ମଧ୍ୟ ଜଣାପଡ଼ିଛି।

ଅଭିଯୋଗ ଅନୁଯାୟୀ, ଗାଁର ରାଜେନ୍ଦ୍ର ପୁହାଣ ନାମକ ଜଣେ ଯୁବକ ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ବେଳେ ତାଙ୍କ ବାପାଙ୍କ ପାଇଁ ଔଷଧ ଆଣିବା ପାଇଁ ବାଇକ୍ ଯୋଗେ ଆଠଗଡ଼ ଯାଇଥିଲେ। ସେଠାରୁ ଫେରିବା ବାଟରେ ଆଠଗଡ଼ ଥାନା ଅନ୍ତର୍ଗତ ଦଇସରା ଗାଁ ନିକଟରେ ତାଙ୍କୁ ଅପହରଣ କରାଯାଇଥିଲା। ଦଇସରା ନିକଟରେ ରାଜେନ୍ଦ୍ରଙ୍କ ବାଇକ୍ ଓ ମୋବାଇଲ୍ ପଡ଼ିଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। କିନ୍ତୁ ରାଜେନ୍ଦ୍ରଙ୍କୁ ପାଇ ନଥିଲେ।

ରାଜେନ୍ଦ୍ରଙ୍କ ମା’ ବାସନ୍ତୀ ପୁହାଣ କହିଛନ୍ତି ଯେ ପୁଅ ରାତି ୧୦ଟା ପର୍ଯ୍ୟନ୍ତ ନଫେରିବାରୁ ସେମାନେ ଗାଁରେ ଥିବା ଅନ୍ୟ ସଂପର୍କୀୟ ଓ ତାଙ୍କ ସାଙ୍ଗସାଥୀଙ୍କୁ ଫୋନ୍ କରି ପଚାରିଥିଲେ। କିନ୍ତୁ ସେ କେଉଁଠି ନଥିଲା। ଏହା ପରେ ଗାଁ ଲୋକେ ତାକୁ ଖୋଜାଖୋଜି କରିଥିଲେ। କିନ୍ତୁ କେଉଁଠି ବି ତାର ପତ୍ତା ମିଳି ନଥିଲା। ଦଇସରା ନିକଟରେ ତା’ ବାଇକ୍ ଓ ମୋବାଇଲ ପଡ଼ିଥିଲା। ରାଗ ରଖି ସରପଞ୍ଚ ପୁଅ ଆଲୋକ ବଳିଆରସିଂହ ତାର କିଛି ସହଯୋଗୀଙ୍କ ସହିତ ମିଶି ରାଜେନ୍ଦ୍ରକୁ ଅପହରଣ କରି ନେଇଥିବା ସେ ଅଭିଯୋଗ କରିଛନ୍ତି।

ଖୁଣ୍ଟିଣୀ ଆଇଆଇସି କହିଛନ୍ତି, ରାଜେନ୍ଦ୍ର ପୁହାଣଙ୍କୁ ଦଇସରା ନିକଟରୁ ଅପହରଣ କରାଯାଇଥିବା ନେଇ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଖବର ପାଇଥିଲୁ। ଗାଁ ଲୋକେ ସନ୍ଦେହ କରୁଛନ୍ତି ଯେ ସ୍ଥାନୀୟ ସରପଞ୍ଚଙ୍କ ପୁଅ ଆଲୋକ ବଳିଆରସିଂହ ତାଙ୍କୁ ଅପହରଣ କରିଛନ୍ତି। ଆମେ ଏଠାକୁ ଆସିବା ପୂର୍ବରୁ ଗାଁ ଲୋକେ ଏକଜୁଟ ହୋଇ ତା’ ଘର ଭିତରେ ପଶି ଭଙ୍ଗାରୁଜା କରିଥିଲେ। ତା’ପରଠୁ ସେମାନେ ରାସ୍ତା ଉପରେ ବସିଛନ୍ତି।

ସେ ଆହୁରି କହିଛନ୍ତି, ଆଠଗଡ଼ ଥାନାରେ ଏ ଘଟଣା ନେଇ ଏକ ମାମଲା ରୁଜୁ କରାଯାଇଛି ଓ ତଦନ୍ତ କରାଯାଉଛି। ପୁଲିସ୍‌ର ଦୁଇଟି ଟିମ୍ ଗଠନ କରାଯାଇ ରାଜେନ୍ଦ୍ରଙ୍କୁ ଖୋଜା ଚାଲିଛି।

ଅନ୍ୟପକ୍ଷରେ ରାଜେନ୍ଦ୍ରଙ୍କୁ ନ ଫେରି ପାଇବା ପର୍ଯ୍ୟନ୍ତ ରାସ୍ତାରୋକ ଜାରି ରହିବ ବୋଲି ଗାଁ ଲୋକେ କହିଛନ୍ତି। ଖବର ଲେଖାଯିବା ସୁଦ୍ଧା ରାସ୍ତାରୋକ ହଟି ନଥିଲା।

 

The post ଯୁବକଙ୍କୁ ଅପହରଣ ଅଭିଯୋଗ, ରାସ୍ତା ଉପରେ ବସିଲେ ଲୋକେ appeared first on Odisha Reporter.



from Odisha Reporter https://ift.tt/3tvZCuU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages