ପରିବା ବିକିବାକୁ ଯାଉଥିଲେ, ପିଟି ଦେଲା ଟ୍ରେଲର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 19, 2021

ପରିବା ବିକିବାକୁ ଯାଉଥିଲେ, ପିଟି ଦେଲା ଟ୍ରେଲର

ଦେବଗଡ଼ (ସିଦ୍ଧାର୍ଥ ଗୁରୁ): ସକାଳୁ ସକାଳୁ ଅଟୋରେ ପରିବା ନେଇ ବିକ୍ରି କରିବାକୁ ଯାଉଥିବା ବେଳେ ପିଟି ଦେଲା ଟ୍ରେଲର। ଫଳରେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଦେବଗଡ଼ ଜିଲ୍ଲା କୁରଡ଼ ଗାଁରେ।

ଆହତମାନେ ହେଉଛନ୍ତି- ସୁଜିତ ପ୍ରଧାନ, ମମତା ପ୍ରଧାନ, ଭଗବତୀ ବରାଇ, କାଦମ୍ବିନୀ କାଲୋ ଓ ଶାନ୍ତିଲତା ସାହୁ। ଏମାନେ ସମସ୍ତେ କୁରଡ଼ ଗାଁର ବାସିନ୍ଦା।

ଆଜି ଭୋର ପ୍ରାୟ ସାଢ଼େ ୫ଟା ବେଳେ ଏମାନେ ମୋଟ ୬ ଜଣ (ଡ୍ରାଇଭରକୁ ମିଶାଇ ଅଟୋରେ ୭ ଜଣ ବସିଥିଲେ) ଅଟୋ ଯୋଗେ ପରିବା ନେଇ ଦେବଗଡ଼ ଅଭିମୁଖେ ଯାଉଥିଲେ। ହେଲେ ଗାଁ ନିକଟରେ ୪୯ ନମ୍ବର ଜାତୀୟ ରାଜପଥରେ ଅଟୋଟିକୁ ଏକ ଟ୍ରେଲର ପଛପଟୁ ଧକ୍କା ଦେଇଥିଲା। ଟ୍ରେଲରଟି ସମ୍ବଲପୁର ଆଡୁ ଆସୁଥିବା ବେଳେ ଅଟୋଟିକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା।

ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସମସ୍ତେ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଅଧିକ ସଂକଟାପନ୍ନ ରହିଛି। ତେଣୁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

The post ପରିବା ବିକିବାକୁ ଯାଉଥିଲେ, ପିଟି ଦେଲା ଟ୍ରେଲର appeared first on Odisha Reporter.



from Odisha Reporter https://ift.tt/3u5tLS5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages