ମହିଳା କ୍ରିକେଟରଙ୍କ ବାର୍ଷିକ ଚୁକ୍ତି ଘୋଷଣା କଲା ବିସିସିଆଇ, ଏ’ ଗ୍ରେଡରେ ଏହି ୩ ଖେଳାଳି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 19, 2021

ମହିଳା କ୍ରିକେଟରଙ୍କ ବାର୍ଷିକ ଚୁକ୍ତି ଘୋଷଣା କଲା ବିସିସିଆଇ, ଏ’ ଗ୍ରେଡରେ ଏହି ୩ ଖେଳାଳି

ନୂଆଦିଲ୍ଲୀ: ପୁରୁଷ କ୍ରିକେଟରଙ୍କ ଭଳି ମହିଳା କ୍ରିକେଟରଙ୍କ ବାର୍ଷିକ ଚୁକ୍ତି ତାଲିକା ଘୋଷଣା କରିଛି ବିସିସିଆଇ। ଏହି ଚୁକ୍ତି ତାଲିକାରେ ମୋଟ ୧୯ ଜଣ ଖେଳାଳିଙ୍କୁ ସ୍ଥାନ ମିଳିଛି। ଏ’ ଗ୍ରେଡରେ ୩ ଜଣ ଖେଳାଳି ସ୍ଥାନ ପାଇଥିବା ବେଳେ ବି’ ଗ୍ରେଡରେ ୧୦ ଜଣ ଓ ସି ଗ୍ରେଡରେ ୬ ଜଣ ଖେଳାଳି ରହିଛନ୍ତି। ଅକ୍ଟୋବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ ଯାଏ ଚୁକ୍ତି ବଳବତ୍ତର ରହିବ।

ଏ’ ଗ୍ରେଡରେ ଥିବା ମହିଳା ଖେଳାଳିମାନଙ୍କୁ ୫୦ ଲକ୍ଷ, ବି ଗ୍ରେଡ ଖେଳାଳିଙ୍କୁ ୩୦ ଲକ୍ଷ ଓ ସି ଗ୍ରେଡ ଖେଳାଳିଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏ ମିଳିବ। ବିସିସିଆଇ ୩ ଖେଳାଳି ସ୍ମୃତି ମନ୍ଧାନା, ଦଳର ଟି-୨୦ ଅଧିନାୟକ ହରମନପ୍ରୀତ କୌର ଓ ପୁନମ ଯାଦବଙ୍କୁ ଏ’ ଗ୍ରେଡରେ ରଖିଛି।


ଭାରତୀୟ ମହିଳା ଦଳର ଟେଷ୍ଟ ଓ ଦିନିକିଆ କ୍ୟାପ୍ଟେନ ମିତାଲୀ ରାଜଙ୍କ ସମେତ ଅଭିଜ୍ଞ ଝୁଲଣ ଗୋସ୍ୱାମୀ, ଦୀପ୍ତି ଶର୍ମା, ପୁନମ ରାଉତ, ରାଜେଶ୍ୱରୀ ଗାଏକ୍ୱାଡ, ରାଧା ଯାଦବ, ଶିଖା ପାଣ୍ଡେ, ତାନିୟା ଭାଟିଆ ଓ ଜେମିମା ରୋଡ୍ରିଗସ ବି’ ଗ୍ରେଡରେ ରହିଛନ୍ତି। ପୂର୍ବରୁ ସି ଗ୍ରେଡରେ ଥିବା ଶେଫାଲୀ ବର୍ମା ଏବେ ବି’ ଗ୍ରେଡକୁ ଚାଲି ଆସିଛନ୍ତି।

ସି ଗ୍ରେଡରେ ଥିବା ୬ ଖେଳାଳି ହେଲେ, ମାନସୀ ଯୋଶୀ, ଅରୁନ୍ଧତି ରେଡ୍ଡୀ, ପୂଜା ଭସ୍ତ୍ରାକର, ହାରଲୀନ ଦେଓଲ, ପ୍ରିୟା ପୁନିଆ ଓ ରିଚା ଘୋଷ। ନିକଟରେ ଭାରତୀୟ ମହିଳା ଟିମ୍‌ ଇଂଲଣ୍ଡ ଗସ୍ତରେ ଯିବ। ସେଠାରେ ଦଳ ଗୋଟିଏ ଟେଷ୍ଟ ସହ ୩ଟି ଦିନିଆ ଓ ୩ ଟି-୨୦ ମ୍ୟାଚ୍‌ ଖେଳିବ।

The post ମହିଳା କ୍ରିକେଟରଙ୍କ ବାର୍ଷିକ ଚୁକ୍ତି ଘୋଷଣା କଲା ବିସିସିଆଇ, ଏ’ ଗ୍ରେଡରେ ଏହି ୩ ଖେଳାଳି appeared first on Odisha Reporter.



from Odisha Reporter https://ift.tt/3hEmYMx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages