ନୂଆଦିଲ୍ଲୀ: ଦେଶର ଦୁଇ ଟିକା କମ୍ପାନୀ ସେରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ ଏବଂ ଭାରତ ବାୟୋଟେକ ଚାହିଦା ତୁଳନାରେ ଟିକା ଯୋଗାଇବାରେ ବିଫଳ ହୋଇଛନ୍ତି। ତେଣେ ଟିକାକରଣରେ ବିଳମ୍ୱ ନକରି ଲୋକଙ୍କୁ ଶୀଘ୍ର ଟିକାକରଣ କରିବାକୁ ବିଭିନ୍ନ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ଓଡ଼ିଶା, ୟୁପି, ରାଜସ୍ଥାନ ଆଦି ରାଜ୍ୟ ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ହେଲେ ରାଜ୍ୟ ଗୁଡ଼ିକ ଟିକା ପାଇବା କଷ୍ଟକର। କାରଣ ସାରା ବିଶ୍ୱରେ ଏବେ କୋଭିଡ ଟିକାର ଚାହିଦା ରହିଛି। ହେଲେ ଏହି ଟିକା ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲର ଅଭାବ ରହିଛି।
ବିଦେଶରେ ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ପାଖରେ ମଧ୍ୟ ଏବେ ଚାହିଦା ତୁଳନାରେ ଟିକା ନାହିଁ। ଗୋଟିଏ ଦୁଇଟି ଟିକା କମ୍ପାନୀକୁ ଛାଡ଼ି ଦେଲେ ବାକି ସମସ୍ତେ ଏବେ ଖାଲି ହାତରେ ଥିବା ସୂଚନା ରହିଛି। ଆଉ ଯେଉଁ ଟିକା କମ୍ପାନୀ ପାଖରେ ଏବେ ଟିକା ନାହିଁ ସେମାନେ ଅନ୍ୟ ଦେଶ ପାଖରୁ ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଅର୍ଡର ନେଇ ସାରିଛନ୍ତି। ଆଉ ସେମାନଙ୍କ ସହ ବୈଠକ କରି ଅର୍ଡର କିଭଳି ଡେଲିଭରୀ ହେବ ତା ଉପରେ ଗୁରୁତ୍ୱ ଦେଉଛନ୍ତି ଟିକା କମ୍ପାନୀ। ଆମେରିକାର ଫାଇଜର ଟିକା କମ୍ପାନୀ ପାଖରେ କେବଳ ଅଧିକରୁ ଅଧିକ ଟିକା ମହଜୁଦ ଥିବା ସୂଚନା ରହିଛି।
ଅଷ୍ଟ୍ରେଲିଆ ମଧ୍ୟ ନିଜ ଦେଶରେ ଟିକାକରଣକୁ ଜୋରଦାର କରୁଛି। ତେଣୁ ଗୁରୁବାର ଆମେରିକାର ଅନ୍ୟତମ ଟିକା କମ୍ପାନୀ ମୋଡେର୍ଣ୍ଣା ପାଖରୁ ୨୫ ନିୟୁତ ଟିକା ନେଇ ଅଷ୍ଟ୍ରେଲିଆ ଗଚ୍ଛିତ ରଖିଛି। ତେଣୁ ଖାଲି ଭାରତ ନୁହେଁ ସମଗ୍ର ବିଶ୍ୱରେ ଟିକାର ଘୋର ଅଭାବ ରହିଥିବା ଜଣାପଡ଼ିଛି। କାରଣ ଯୋଗାଣକାରୀଙ୍କ ସଂଖ୍ୟା ସୀମିତ ଏବଂ ବିଶ୍ୱରେ ଚାହିଦା ଅଧିକ।
ଚାଇନା ମଧ୍ୟ ଟିକା ତିଆରି କରିଛି। ହେଲେ ଏହି ଟିକାକୁ ନେବା ପାଇଁ ଅନେକ ଦେଶ ପଛଘୁଞ୍ଚା ଦେଉଛନ୍ତି। ସିନଫାର୍ମା ଦ୍ୱାରା ତିଆରି ହୋଇଥିବା ସେଚଲେସ ଟିକା ଏବେ ଚାଇନା କେବଳ ନିଜ ଲୋକଙ୍କୁ ଦେଉଛି। ଆଉ ପାକିସ୍ତାନ ଓ ଶ୍ରୀଲଙ୍କା ଭଳି କିଛି ଦେଶ ଏହି ଟିକା ଅର୍ଡର କରିଥିବା ଜଣାପଡ଼ିଛି। ତେବେ ବିଦେଶରେ ମୋଡର୍ଣ୍ଣା ଏବଂ ଫାଇଜରର ଅଧିକ ଡିମାଣ୍ଡ ରହିଛି।
ସେହିପରି ବ୍ରିଟେନର ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ ଆଷ୍ଟ୍ରାଜେନେକା ୟୁରୋପୀୟ ୟୁନିଅନର ଟିକା ଯୋଗାଣ ଚୁକ୍ତିନାମାରେ ରାଜି ହୋଇନି। ଆଉ କମ୍ପାନୀ ବିରୋଧରେ ମଧ୍ୟ ୟୁରୋପୀୟ ୟୁନିଅନ ମକଦ୍ଦମା ଦାୟର କରିଥିବା ସୂଚନା ରହିଛି। ତେଣୁ ଏହି କମ୍ପାନୀ ଭାରତରେ ଆଷ୍ଟ୍ରାଜେନିକାକୁ କୋଭିଶିଲ୍ଡ ଭାବରେ ତିଆରି କରୁଛି। ଦିଲ୍ଲୀର ଲେଡି ହୋର୍ଡିଙ୍ଗ ମେଡିକାଲ କଲେଜର ନ୍ୟୁରୋ ବିଭାଗର ମୁଖ୍ୟ ଡାକ୍ତର ଆର.କେ ଧାମିଜା କହିଛନ୍ତି ଯେ ତେଣୁ କୋଭିଡ ଟିକା ପାଇଁ ଅସ୍ଥାୟୀ ଭାବରେ କୌଣସି ରାଜ୍ୟ ସହିତ ବିଦେଶୀ ଟିକା କମ୍ପାନୀ ଚୁକ୍ତି ନକରିପାରନ୍ତି।
ସେହିପରି ସାରା ବିଶ୍ୱରେ ଏବେ କୋଭିଡ ଟିକାର ଚାହିଦା ରହିଛି। ହେଲେ ଏହି ଟିକା ପାଇଁ ଆବଶ୍ୟକ ହେଉଥିବା କଞ୍ଚାମାଲର ଅଭାବ ମଧ୍ୟ ରହିଛି। ଅଧିକାଂଶ କଞ୍ଚାମାଲ ପ୍ରକୃତିରୁ ତିଆରି ହେଉଛି। ଏବେ ଏହି କଞ୍ଚାମାଲର ଅଭାବ ମଧ୍ୟ ରହିଛି ବୋଲି ପବ୍ଲିକ ହେଲଥ ଫାଉଣ୍ଡେସନ ଅଫ୍ ଇଣ୍ଡିଆର ଏକ୍ସପର୍ଟ କେଏସ ରେଡ୍ଡୀ କହିଛନ୍ତି। ତେଣୁ କେନ୍ଦ୍ର ସରକାର ବହୁ ପୂର୍ବରୁ ଦେଶର ଦୁଇ କମ୍ପାନୀ ସହିତ ବିଦେଶର ଗୋଟିଏ କମ୍ପାନୀ ସହ ଚୁକ୍ତି କରି ବଡ ପରିମାଣର ଟିକା ଅର୍ଡର କରିଥିଲେ। ଆଜି ଭଳି ସ୍ଥିତି ବୋଧହୁଏ ଆସିନଥାନ୍ତା ବୋଲି ସେ କହିଛନ୍ତି।
The post ଗ୍ଲୋବାଲ ଟେଣ୍ଡର ଜରିଆରେ ରାଜ୍ୟଗୁଡ଼ିକ ଟିକା ପାଇବା କଷ୍ଟକର appeared first on Odisha Reporter.
from Odisha Reporter https://ift.tt/3eMkji2
No comments:
Post a Comment