ରାଜ୍ୟରେ ଆଖି ବୁଜିଲେ ସର୍ବାଧିକ ୨୨ ଆକ୍ରାନ୍ତ, ଖୋର୍ଦ୍ଧାରୁ କେବଳ ୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 13, 2021

ରାଜ୍ୟରେ ଆଖି ବୁଜିଲେ ସର୍ବାଧିକ ୨୨ ଆକ୍ରାନ୍ତ, ଖୋର୍ଦ୍ଧାରୁ କେବଳ ୪

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲକ୍‌ଡାଉନ୍‌, ଶଟଡାଉନ୍‌ ସତ୍ତ୍ୱେ ରାଜ୍ୟରେ ମହାମାରୀ ଦିନକୁ ଦିନ ନୂଆ ରେକର୍ଡ କରୁଛି। ଆଜି ରାଜ୍ୟରେ ସର୍ବାଧିକ ୧୨,୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ବି ସର୍ବାଧିକ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ରାଜ୍ୟର ୧୬ ଜିଲ୍ଲାରୁ ୨୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

ଖୋର୍ଦ୍ଧାରୁ ସର୍ବାଧିକ ୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳରେ ୩ ଜଣ ଆଖି ବୁଜିଛନ୍ତି।  ଏହାବାଦ ପୁରୀ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ାରୁ ୨ ଜଣ ଲେଖାଏ ଆକ୍ରାନ୍ତ ପ୍ରାଣ ହାରିଛନ୍ତି। ଏହାବାଦ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧରୁ ଜଣେ ଲେଖା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାବାଦ ଗଞ୍ଜାମ, ଜଗତସିଂହପୁର,   କନ୍ଧମାଳ,  ମାଲକାନଗିରି, ନୂଆପଡ଼ା, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖା କରୋନା ପଜିଟିଭ ଆଖି ବୁଜିଛନ୍ତି।

ଏଥିସହ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୨୭୩ରେ ପହଞ୍ଚିଛି।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବାଧିକ ୧୨,୩୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୬୯୩୮ ଚିହ୍ନଟ ହୋଇଥିବା ବେଳେ ୫୪୫୨ ହେଉଛି ଲୋକାଲ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୯, ଅନୁଗୁଳରୁ ୫୩୨,ବରଗଡ଼ରୁ ୫୦୭ ବାଲେଶ୍ୱରରୁ ୩୪୦, ଭଦ୍ରକରୁ ୪୧୨ ଓ ବଲାଙ୍ଗିରରୁ ୪୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୫,୮୮,୬୮୭ରେ ପହଞ୍ଚିଥିବା ବେଳେ ୪,୮୨,୩୪୫ ଜଣ ସୁସ୍ଥ ହୋଇ ସାରିଲେଣି। ରାଜ୍ୟରେ ଏବେ ଆକ୍ଟିଭ କେସ୍‌ ୧୦୪୦୧୬ ରହିଛି।

The post ରାଜ୍ୟରେ ଆଖି ବୁଜିଲେ ସର୍ବାଧିକ ୨୨ ଆକ୍ରାନ୍ତ, ଖୋର୍ଦ୍ଧାରୁ କେବଳ ୪ appeared first on Odisha Reporter.



from Odisha Reporter https://ift.tt/3bnfHgo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages