ନୂଆଦିଲ୍ଲୀ: କରୋନା କୋପରୁ ବର୍ତ୍ତିବା ପାଇଁ ସମସ୍ତେ ଏବେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଉପରେ ଗୁରୁତ୍ୱ ଦେଉଛନ୍ତି। ଅନେକ ଲୋକ ଚେରମୂଳି ପାଖରୁ ଆରମ୍ଭ କରି ଉଷୁମ ପାଣି ୨୪ ଘଣ୍ଟା ପିଉଛନ୍ତି ନିରୋଗ ରହିବା ପାଇଁ। ଏହାରି ଭିତରେ ଏକ ଖବର ଆସିଛି ଯେଉଁଠି ଲୋକମାନେ କରୋନା ମହାମାରୀରୁ ବର୍ତ୍ତିବା ପାଇଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଶରୀରରେ ଗୋବର ଲେପି ହେଉଛନ୍ତି।
ଏଭଳି ହେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ବୋଲି ଏହି ଲୋକମାନେ ବିଶ୍ୱାସ ରଖିଛନ୍ତି। ଗୁଜରାଟର ଅହମଦାବାଦରେ ଥିବା ସ୍ୱାମୀନାରାୟଣ ଗୁରୁକୁଳ ବିଶ୍ୱବିଦ୍ୟା ପ୍ରତିଷ୍ଠାନ ଗୌଶାଳରେ ଅନେକ ଲୋକ ଏଭଳି କରୁଥିବା ଦେଖିବାକୁ ମିଳିଛି। ଯାହାକି ସୋଶାଲ ମିଡିଆ ଏବଂ ଅନ୍ତର୍ଜାତୀୟ ମିଡିଆ ରୟଟର୍ସରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି।
ହେଲେ ଏପରି କେଲେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେଉଥିବାର କୋଣସି ପ୍ରମାଣ ନାହିଁ ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ବିଶେଷଜ୍ଞଙ୍କ ଅନୁଯାୟୀ, ଗୋବରକୁ ଶରୀରରେ ବୋଳିବା ଦ୍ୱାରା ଫଙ୍ଗସ ସଂକ୍ରମଣ ହେବାର ସମ୍ଭାବନା ରହିଛି। ଯାହାକୁ ବ୍ଲାକ୍ ଫଙ୍ଗସ ବୋଲି କୁହାଯାଉଛି।
ଗତ କିଛି ଦିନ ହେବ ଅହମ୍ମଦାବାଦରେ ପ୍ରତିଦିନ ୧୦ ରି ୧୨ ଜଣ ଏହି ବ୍ଲାକ ଫଙ୍ଗସରେ ସଂକ୍ରମିତ ହୋଇଥିବା ଦେଖିବାକୁ ମିଳିଛି। ଏବେ ଏହି ରୋଗୀଙ୍କ ଚିକିତ୍ସା ପାଇଁ ପ୍ରଶାସନ ଅଲଗା ବ୍ୟବସ୍ଥା କରିଛି। ଡାକ୍ତରଙ୍କ କହିବାନୁସାରେ, ଯେଉଁମାନେ ପୂର୍ବରୁ ଡାଇବେଟିସ ଭଳି ରୋଗରେ ଆକ୍ରାନ୍ତ ଥିବେ ସେମାନେ ଏହି ବ୍ଲାକ ଫଙ୍ଗସ ଦ୍ୱାରା ଶୀଘ୍ର ସଂକ୍ରମିତ ହେଉଛନ୍ତି। ଅହମ୍ମଦାବାଦ ବ୍ୟତୀତ ଏହି ଫଙ୍ଗସ ଓଡିଶା, ଦିଲ୍ଲୀ, ମହାରାଷ୍ଟ୍ର ଆଦି ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି। ଏହି ସଂକ୍ରମଣର ଗୋଟିଏ କାରଣ ମଧ୍ୟ ଏହା ଯେ କୋଭିଡ ସଂକ୍ରମଣ ସମୟରେ ଅଧିକ ଷ୍ଟିରଏଡ ଔଷଧ ଲୋକମାନେ ଖାଉଛନ୍ତି। ଯାହାକି ଡାଇବେଟିସକୁ ଅଧିକ ବଢ଼ାଉଛି।
ବିଶେଷଜ୍ଞ କହିଛନ୍ତି, ଏହି ଫଙ୍ଗସ୍ ବାୟୁ ଏବଂ ସ୍ଥଳଭାଗରେ ରହିଛି। ଦୁର୍ବଳ ରୋଗ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କୁ ଏହା ସଂକ୍ରମିତ ହୋଇଥାଏ। କିଙ୍ଗ ଜର୍ଜ ମେଡିକାଲ ୟୁନିଭରସିଟିର ରେସପିରେଟରୀ ବିଭାଗର ମୁଖ୍ୟ ଡାକ୍ତର ସୂର୍ଯ୍ୟକାନ୍ତ ସ୍ପଷ୍ଟ କରିଛନ୍ତି ଯେ ଏହି ଫଙ୍ଗସ୍ ପ୍ରଥମେ ନାକ ଦେଇ ଶରୀରକୁ ପ୍ରବେଶ କରିଥାଏ ଏବଂ ପରେ ଫୁସଫୁସ ଜରିଆରେ ମସ୍ତିଷ୍କରେ ପହଞ୍ଚେ।
The post ଶରୀରରେ ଗୋବର ଲେପିଲେ କରୋନା ସଂକ୍ରମଣରୁ ବର୍ତ୍ତି ହେବ, ସତ କ’ଣ? appeared first on Odisha Reporter.
from Odisha Reporter https://ift.tt/33FpdHm
No comments:
Post a Comment