ନୂଆଦିଲ୍ଲୀ: ଛୋଟ ଛୁଆଙ୍କ ପାଇଁ ଖୁବଶୀଘ୍ର ଟିକ ଆସିବାକୁ ଯାଉଛି। ଡିସିଜିଆଇ (ଡ୍ରଗ୍ସ ଜେନେରାଲ କଣ୍ଟ୍ରୋଲ ଅଫ୍ ଇଣ୍ଡିଆ) ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟର କ୍ଲିନିକାଲ ପରୀକ୍ଷା ପାଇଁ ଅନୁମତି ଦେଇଛି। ଦୁଇରୁ ୧୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ କ୍ଷେତ୍ରରେ ଟିକା ତିଆରି କରିବାକୁ ଏହି କ୍ଲିନିକାଲ ପରୀକ୍ଷଣ ହେବ। ଏହା ପୂର୍ବରୁ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ କ୍ଲିନିକାଲ ଟ୍ରାଏଲ କରିବାକୁ ଭାରତ ବାୟୋଟେକର ସେଣ୍ଟାଲ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜସନ ସଂଗଠନର (CDSCO) ସବଜେକ୍ଟ ଏକ୍ସପର୍ଟ କମିଟି ଗତକାଲି ସ୍ୱିକୃତୀ ପ୍ରଦାନ କରିଥିଲା। ଆଉ ଡିସିଜିଆଇକୁ ଟ୍ରାଏଲ ପାଇଁ ଅନୁମତି ମାଗିଥିଲା। ଭାରତ ବାୟୋଟେକ ଏବେ ୫୨୫ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷା କରିବ।
ସୂଚନାଯୋଗ୍ୟ, ଭାରତରେ ଆଗାମୀ ଦିନରେ କରୋନାର ତୃତୀୟ ଲହର ଆସିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଆଉ ଏହି ସମୟରେ ଛୋଟ ଛୁଆ ପ୍ରଭାବିତ ହେବାର ଆଶଙ୍କା ଅଧିକ ରହିଛି। ତେଣୁ ଛୋଟ ଛୁଆଙ୍କୁ କିଭଳି କରୋନାର ଦାଉରୁ ସୁରକ୍ଷିତ ରଖାଯିବ ସେ ନେଇ ବିଶେଷଜ୍ଞମାନେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି।
ନିକଟରେ ଆମେରିକା ମଧ୍ୟ ସମାନ ପ୍ରସ୍ତୁତି ଆରମ୍ଭ କରି ଦେଇଛି। ଆମେରିକାର ଏଫିଡିଏ ଜରୁରୀକାଳୀନ ବ୍ୟବହାର ପାଇଁ Pfizer ଏବଂ BioNTech ଟିକାକୁ ୧୨ ରୁ ୧୫ ବର୍ଷ ବୟସର ପିଲାଙ୍କୁ ଦେବା ପାଇଁ ଅନୁମତି ଦେଇଛି। ଆମେରିକାରେ ଆଗକୁ ସ୍କୁଲ ଖୋଲିବାକୁ ଯାଉଛି। ତେଣୁ ପ୍ରଥମେ ସ୍କୁଲ ଯିବାକୁ ଥିବା ପିଲାଙ୍କୁ ଟିକା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଆମେରିକାରେ ୧୬ରୁ ଅଧିକ ବୟସ୍କ ଲୋକଙ୍କୁ ଟିକା ଦେବାକୁ ଅନୁମତି ମିଳି ସାରିଛି।
The post DCGIର ବଡ ନିଷ୍ପତ୍ତି, ୨-୧୮ ବର୍ଷ ପିଲାଙ୍କର ଟିକା ଟ୍ରାଏଲ ପାଇଁ ଅନୁମତି appeared first on Odisha Reporter.
from Odisha Reporter https://ift.tt/2RJmSIF
No comments:
Post a Comment