କରୋନା କୋପ; କିଏ କରୁଛି କଣ୍ଟେନମେଣ୍ଟ ତ କିଏ କରୁଛି ରକ୍ଷା ଯଜ୍ଞ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

କରୋନା କୋପ; କିଏ କରୁଛି କଣ୍ଟେନମେଣ୍ଟ ତ କିଏ କରୁଛି ରକ୍ଷା ଯଜ୍ଞ

ଆଳି(ବନମାଳି ସାହୁ): କରୋନାକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି କୋକୁଆ ଭୟ। କେଉଁଠି ଲୋକେ କରୋନା ଭୟରେ ନିଜ ପରିବାର ସଦସ୍ୟଙ୍କ ମୃତଦେହକୁ କାନ୍ଧ ଦେଉ ନାହାନ୍ତି ତ କେଉଁଠି ଏହି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ କରୁଛନ୍ତି ରକ୍ଷା ଯଜ୍ଞ। ଏପରି ଅସ୍ୱାଭାବିକ ସ୍ଥିତି ଦେଖିବାକୁ ମିଳିଛି  କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ସଂସିଧା ପଞ୍ଚାୟତରେ

ସଂସିଧା ପଞ୍ଚାୟତରେ କରୋନା ସ୍ଥିତି ଉଦବେଗଜନକ ରହିଛି। ଗତ ୭ ତାରିଖରେ  ଜନୈକ ୪୦ ବର୍ଷିୟ ଯୁବକ ଓ ୧୧ ତାରିଖରେ ୬୫ ବର୍ଷିୟ ବୃଦ୍ଧଙ୍କ ମୃତ୍ୟୁପରେ ପଞ୍ଚାୟତରେ ଆତଙ୍କିତ ଅବସ୍ଥା ସୃଷ୍ଟି ହୋଇଛି।

ସଂସିଧା ପଞ୍ଚାୟତର ସଂସିଧା ଓ ଠାକୁରପାଟଣା ଗ୍ରାମରେ ଏବେ ୪୦ ରୁ ଊର୍ଦ୍ଧ୍ଵ ଲୋକ ଜ୍ବର,ଥଣ୍ଡାରେ ଆକ୍ରାନ୍ତ ଅଛନ୍ତି।  ପଞ୍ଚାୟତର ୩୧ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ସ୍ଥିତିର ଗମ୍ଭୀରତାକୁ ଦେଖି ସଂସିଧା ସରପଞ୍ଚ ମମତା ଭୂୟାଁ ଆଜିଠାରୁ ଏକସପ୍ତାହ ଯାଏ ସଂପୂର୍ଣ୍ଣ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି।

ସଂସିଧା ପଞ୍ଚାୟତକୁ କଣ୍ଟେନମେଣ୍ଟ ଘୋଷଣା କଲେ ସରପଞ୍ଚ।

ସରପଞ୍ଚଙ୍କ ଘୋଷଣାନାମା ଅନୁଯାୟୀ, ପଞ୍ଚାୟତ ଲୋକେ ବାହାରକୁ ଓ ବାହାର ଲୋକେ ପଞ୍ଚାୟତ ସୀମା ଭିତରକୁ ଆସିବା ପାଇଁ ବାରଣ କରାଯାଇଛି। ଅପରପକ୍ଷରେ ଆତଙ୍କିତ ପଞ୍ଚାୟତବାସୀ କରୋନା ଦାଉରୁ ରକ୍ଷା ପାଇବା ପାଇଁ ଆଜି ସଂସିଧାର ମାର୍କଣ୍ଢେଶ୍ୱର ମନ୍ଦିରରେ  “ରକ୍ଷାଯଜ୍ଞ”କରିଛନ୍ତି।

ମହାମାରୀରୁ ରକ୍ଷା ପାଇଁ ଗ୍ରାମବାସୀ ରକ୍ଷା ଯଜ୍ଞ କରୁଛନ୍ତି।

ପଞ୍ଚାୟତରେ କରୋନା ସଂକ୍ରମଣ କ୍ଷୀପ୍ର ଗତିରୁ ମାଡ଼ୁଥିବାରୁ ପଞ୍ଚାୟତବାସୀଙ୍କ ମତାମତ ନେଇ ସଂସିଧା ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ବୋଲି କହିଛନ୍ତି ସରପଞ୍ଚ  । ଅପରପକ୍ଷରେ କରୋନାରୁ ସୁରକ୍ଷା ପାଇଁ ଆମେ ଠାକୁରଙ୍କ ଶରଣାପନ୍ନ ହୋଇ ରକ୍ଷାଯଜ୍ଞ କରୁଛୁ ବୋଲି ପଞ୍ଚାୟତବାସୀ କହିଛନ୍ତି।

The post କରୋନା କୋପ; କିଏ କରୁଛି କଣ୍ଟେନମେଣ୍ଟ ତ କିଏ କରୁଛି ରକ୍ଷା ଯଜ୍ଞ appeared first on Odisha Reporter.



from Odisha Reporter https://ift.tt/3buNG6v

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages