ମୁମ୍ୱାଇ: ସାରା ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଚାଲିଛି। ଏଥିରୁ ମନୋରଞ୍ଜନ ଦୁନିଆର ଲୋକେ ବି ବର୍ତ୍ତି ନାହାନ୍ତି। ଆଉ ଏଭଳି ସମୟରେ ଛୋଟ ପରଦାର ଅନ୍ୟତମ ଜଣାଶୁଣା ଅଭିନେତ୍ରୀ ଐଶ୍ୱର୍ଯ୍ୟା ସାକୁଜା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଖବର ଆସିଛି। ତେବେ ସେ କରୋନାରେ ଆକ୍ରାନ୍ତ ହୋଇ ନାହାନ୍ତି। ନିକଟରେ ତାଙ୍କ ଶରୀରରେ ଏକ ଅସ୍ତ୍ରୋପଚାର ହୋଇଛି। ସେଥିପାଇଁ ସେ ଡାକ୍ତରଖାନରେ ଅଛନ୍ତି ବୋଲି ସୋଶାଲ ମିଡିଆ ଯୋଗେ ସୂଚନା ଦେଇଛନ୍ତି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଭଲ ଥିବା ମଧ୍ୟ ସେ କହିଛନ୍ତି।
ପୂର୍ବରୁ ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା କହିଥିଲେ ଯେ ଯେତେ ଦିନ ପର୍ଯ୍ୟନ୍ତ ସେ ଟିକା ନେଇ ନାହାନ୍ତି ସେତେ ଦିନ ପର୍ଯ୍ୟନ୍ତ ସେ ଶୁଟିଂ କରିବେ ନାହିଁ। ବର୍ତ୍ତମାନର ସ୍ଥିତିରେ ସେ ନିଜ ଜୀବନକୁ ବିପଦ ପକାଇ ଆଦୌ ଶୁଟିଂ କରିବେ ନାହିଁ ବୋଲି ସ୍ପଷ୍ଟ କରି ଦେଇଥିଲେ। ସେଥିପାଇଁ ତାଙ୍କ ଶୋ’ରୁ କିଛି ଦିନ ବ୍ରେକ୍ ନେଇ ଗୋଆରୁ ମୁମ୍ୱାଇ ଚାଲି ଆସିଥିବା କହିଥିଲେ। ଚାପରେ ରହି କାମ କରିବାକୁ ସେ ପସନ୍ଦ କରନ୍ତି ନାହିଁ ବୋଲି କହିଥିଲେ।
‘ଶାଶ ବିନା ଶଶୁରାଲ’ ଓ‘ୟେ ହେ ଚାହତେଁ’ ଭଳି ସିରିଏଲରେ ଦର୍ଶକ ତାଙ୍କୁ ଦେଖିଛନ୍ତି। ‘ୟେ ହେ ଚାହତେ’ରେ ସେ ଅହାନା ଚରିତ୍ରରେ ଅଭିନୟ କରୁଛନ୍ତି। ‘ଶାଶ ବିନା ଶଶୁରାଲ’ ୨୦୧୦ ରୁ ୨୦୧୨ ମଧ୍ୟରେ ପ୍ରସାରିତ ହୋଇଥିଲା। ଅନ୍ୟପକ୍ଷରେ ‘ୟେ ହେ ଚାହତେଁ’ ୨୦୧୯ରୁ ଆରମ୍ଭ ହୋଇଥିବା ବେଳେ ଏବେ ବି ଚାଲିଛି।
The post ଐଶ୍ୱର୍ଯ୍ୟା ଡାକ୍ତରଖାନାରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/3osGUUc
No comments:
Post a Comment