କରୋନା ଟିକା ବିକି ୯ ଜଣ ହେଲେ ଧନକୁବେର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, May 20, 2021

କରୋନା ଟିକା ବିକି ୯ ଜଣ ହେଲେ ଧନକୁବେର

ପ୍ୟାରିସ: ମହାମାରୀ କରୋନାକୁ ମାତ ଦେବା ପାଇଁ ତିଆରି ହୋଇଥିବା ଟିକାକୁ ବିକ୍ରି କରି ମିଳୁଥିବା ଲାଭ ୯ ଜଣଙ୍କୁ ଅରବପତି କରିଦେଇଛି। ଦିନକୁ ଦିନ ସେମାନଙ୍କ ସମ୍ପତ୍ତି ବଢ଼ୁଥିବାରୁ ଫାର୍ମାସ୍ୟୁଟିକାଲ୍ ନିଗମ ଭ୍ୟାକସିନ ଟେକ୍ନୋଲୋଜି ଉପରେ ରଖିଥିବା ଏକଚାଟିଆ ନୀତିକୁ ବନ୍ଦ କରିବାକୁ ଦାବି ହୋଇଛି।

ଦି ପିପୁଲ୍ସ ଭ୍ୟାକସିନ ଆଲିଏନ୍ସ ପକ୍ଷରୁ କୁହାଯାଇଛି ଯେ କରୋନା ଭାଇରସ୍ ଟିକା ବିକ୍ରି କରି ଅରବପତି ତାଲିକାରେ ସ୍ଥାନ ପାଇଥିବା ୯ ଜଣଙ୍କ ମୋଟ ସମ୍ପତ୍ତି ହେଉଛି ୧୯.୩ ବିଲିୟନ ଡଲାର ବା ୧୫.୮ ବିଲିୟନ ୟୁରୋ। ୧ ବିଲିୟନ ହେଉଛି ୧୦୦ କୋଟି। ଏହି ଅର୍ଥରେ ନିମ୍ନ ଆୟ ବର୍ଗରେ ଥିବା ଦେଶଗୁଡ଼ିକରେ ରହୁଥିବା ସମସ୍ତ ଲୋକଙ୍କୁ ୧.୩ ଥର କରୋନା ଟିକାର ଡବଲ ଡୋଜ୍‌ ଦିଆଯାଇ ପାରିବ। ଫୋର୍ବସ ଧନୀ ତାଲିକା ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଥିବା ସଂସ୍ଥା ପକ୍ଷରୁ କୁହାଯାଇଛି।

ଦି ପିପୁଲ୍ସ ଭ୍ୟାକସିନ ଆଲିଏନ୍ସ ଏଥିପାଇଁ ଫାର୍ମାସ୍ୟୁଟିକାଲ୍ ନିଗମର ଟିକା ଉପରେ ଥିବା ଏକ ଚାଟିଆ ଅଧିକାରକୁ ବନ୍ଦ କରିବାକୁ ଅଭିଯାନ ଆରମ୍ଭ କରିଛି। ଯଦି ଆମେ ଉକ୍ତ ୯ ଜଣଙ୍କ ପାଖରେ ଥିବା ସମ୍ପତ୍ତିକୁ ଭାରତୀୟ ମୁଦ୍ରାରେ ତଉଲିବା ତା’ହେଲେ ଏହା ପ୍ରାୟ ୧୪୧୧.୨୨ ବିଲିୟନ ଟଙ୍କା ହେବ।

ଆଲିଏନ୍ସରେ ଥିବା ଓକ୍ସିଫାମ ଚ୍ୟାରିଟିର ଆନା ମ୍ୟାରିଓଟ୍ କହିଛନ୍ତି ଯେ ଏହି ୯ ନୂତନ ଅରବପତି ହେଉଛନ୍ତି କରୋନା ଟିକା ଉପରେ ଏକ ଚାଟିଆ ଅଧିକାର ଜାହିରି କରି ବିପୁଳ ଲାଭ ପାଉଥିବା ଗୋଷ୍ଠୀଙ୍କ ଅସହ ଚେହେରା। ଟିକା ବିକ୍ରି କରି ଲାଭବାନ ହୋଇ ଅରବପତି ବନିଥିବା ତାଲିକାର ଶୀର୍ଷରେ ଅଛନ୍ତି ମର୍ଡେନା ସିଇଓ ଷ୍ଟେଫେନ ବାନସେଲ ଓ ବାୟୋନଟେକ୍ ସିଇଓ ଉଗୁର ସାହିନ୍। ଅନ୍ୟ ୩ ନୂଆ ଅରବପତିଙ୍କ ମଧ୍ୟରେ ଚାଇନାର ଟିକା ପ୍ରସ୍ତୁତକାରୀ କମ୍ପାନୀ କାନସିନୋ ବାୟୋଲୋଜିକ୍ସର ସହ-ପ୍ରତିଷ୍ଠାତାମାନେ ରହିଛନ୍ତି।

ଶୁକ୍ରବାର ଜି -୨୦ ଗ୍ଲୋବାଲ ହେଲଥ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଥିବାବେଳେ ଏହି ରିପୋର୍ଟ ସାମ୍ନାକୁ ଆସିଛି। ଏହି ସମ୍ମିଳନୀରେ କୋଭିଡ ୧୯ ଟିକା ଉପରେ ଲାଗୁ ହେଉଥିବା Intellectual property protections ହଟାଇବାକୁ ନିଷ୍ପତ୍ତି ହୋଇପାରେ। ଏହାଦ୍ୱାରା ଟିକାର ଉତ୍ପାଦନ ବୃଦ୍ଧି ପାଇପାରିବ ବୋଲି ସମସ୍ତେ ଆଶା କରିଛନ୍ତି।

The post କରୋନା ଟିକା ବିକି ୯ ଜଣ ହେଲେ ଧନକୁବେର appeared first on Odisha Reporter.



from Odisha Reporter https://ift.tt/3wpffpZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages