ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କରୋନା ପାଇଁ ଲକ୍ଡାଉନ୍ ଚାଲିଥିବା ବେଳେ ରାଜଧାନୀ ଭୁବନେଶ୍ୱରରେ ଜଣେ ମହିଳାଙ୍କ ଠାରୁ ଲୁଟ୍ ଉଦ୍ୟମ ହୋଇଛି। ଏଥିରେ ମହିଳା ଜଣଙ୍କ ଆହତ ହୋଇଛନ୍ତି। ତାଙ୍କ ବେକରେ ଆଘାତ ଲାଗିଛି।
ରାଜଧାନୀର ନୟାପଲ୍ଲୀ ଭିଆଇପି ଅଞ୍ଚଳର ମୁଖ୍ୟ ରାସ୍ତାରେ ଏ ଘଟଣା ଘଟିଛି। ପୂରା ଘଟଣା ସିସିଟିଭିରେ କଏଦ ହୋଇଛି। ଏଥିରେ ଦେଖିବାକୁ ମିଳିଛି ଯେ ମହିଳା ଜଣଙ୍କ ଚାଲି ଚାଲି ଯିବା ପରେ ଦୁର୍ବୃତ୍ତ ତାଙ୍କ ପାଖକୁ ଆସି କିଛି କହୁଛି ଓ ପରେ ପରେ ଏକ ଧାରୁଆ ଅସ୍ତ୍ରରେ ତାଙ୍କ ବେକରେ ଆଘାତ କରିଛି। ମହିଳା ଜଣଙ୍କ ଜୋରରେ ଚିତ୍କାର କରିବାରୁ ଦୁର୍ବୃତ୍ତ ସେଠାରୁ ଦୌଡ଼ି ପଳାଇଛି। ତେବେ କିଛି ବାଟ ଯାଇ ସେ ପୁଣି ମହିଳାଙ୍କ ନିକଟକୁ ଦୌଡ଼ିଛି। ତେବେ ମହିଳା ଜଣଙ୍କ ରାସ୍ତାର ଅପରପାର୍ଶ୍ୱକୁ ଦୌଡ଼ି ପଳାଇଛନ୍ତି ଓ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଛି।
ମହିଳା ଜଣଙ୍କ ଏକ ଘରୋଇ ହସ୍ପିଟାଲ୍ରେ ଚିକିତ୍ସିତ ହେଉଥିବା ବେଳେ ପୁଲିସ୍ ସିସିଟିଭି ଫୁଟେଜକୁ ସଂଗ୍ରହ କରି ଖୋଳତାଡ଼ କରୁଛି।
The post ଲକ୍ଡାଉନ୍ରେ ରାଜଧାନୀରେ ଲୁଟ୍ ଉଦ୍ୟମ, କଟିଗଲା ମହିଳାଙ୍କ ବେକ appeared first on Odisha Reporter.
from Odisha Reporter https://ift.tt/3fC5lLY
No comments:
Post a Comment