ନବବିବାହିତ ପ୍ରେମିକାକୁ କାର୍‌ରୁ ଘୋଷାରି ଆଣି ଗୁଳି କଲା ପ୍ରେମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

ନବବିବାହିତ ପ୍ରେମିକାକୁ କାର୍‌ରୁ ଘୋଷାରି ଆଣି ଗୁଳି କଲା ପ୍ରେମିକ

ପାଟନା: ତୁ ମୋର ନୁହଁ ତ ଆଉ କାହାର ହୋଇପାରିବୁନି । ତତେ ମୁଁ ମୋ ଜୀବନଠାରୁ ଅଧିକ ଭଲ ପାଉଛି । ଆଖି ସାମ୍ନାରେ ଆଉ କାହାର ହାତ ଧରି ବାହା ହୋଇଗଲୁ । ମୁଁ ଏହା କେମିତି ସହିପାରିବି । କୁଆଡେ ଗଲା ମୋତେ ଦେଇଥିବା ତୋର ପ୍ରତିଶ୍ରୁତି । ମୋତେ ଜୀବନ ସାଥୀ କରିବାକୁ କହି କେମିତି ଆଉ କାହାକୁ ସାଥୀ କରିନେଲୁ । ମୋଠୁ ଅଧିକ ତତେ ସିଏ କ’ଣ ଭଲ ପାଇପାରିବ କି? ତା’ର ହାତ ଛାଡି ପୁଣି ତୁ ମୋର ହୋଇଯା । ଚାଲ ଆମେ ଏ ସହର ଛାଡି ପଳେଇବା । ବିଚ୍ ରାସ୍ତାରେ ନବବିବାହିତ ପ୍ରେମିକା ସବନମ୍‌କୁ ଏଭଳି କହିଥିଲା ପ୍ରେମିକ ରେହାନ୍ । ଆଉ ଏଥିରେ ସବନମ୍ ଅରାଜି ହେବାରୁ ରାସ୍ତା ଉପରେ ହିଁ ଜଘନ୍ୟ କାଣ୍ଡ ଘଟାଇଥଲା ପ୍ରେମିକ ପ୍ରବର ରେହାନ ।

ବିିହାର ନାଳନ୍ଦା ଜିଲ୍ଲାର ଭାଗନ ବିଘା ଗାଁ । ୨୩ ବର୍ଷୀୟ ସବନମ୍ କୁମାରୀ ଓ ୨୫ ବର୍ଷୀୟ ରାଜପାଲ ପାସୱାନ ଓରଫ୍ ରେହାନ ପରସ୍ପରକୁ ଭଲ ପାଉଥିଲେ । ଦୁହେଁ ବିବହା କରିବେ ବୋଲି ନିଷ୍ପତି ନେଇଥିଲେ । ହେଲେ ମେ’ ୨୬ ତାରିଖାରେ ଏମାନଙ୍କ ପ୍ରେମରେ ଝଡ ସୃଷ୍ଟି କରିଥିଲା । ସବନମ୍ ରେହାନଙ୍କୁ ଭୁଲି ସାହାପୁର ଗାଁର ବିକାଶକୁ ବିବାହ କରିନେଇଥିଲେ । ବାହାଘର ପରେ ଶାଶୁ ଘରକୁ ଚାଲିଯାଇଥିଲେ ସବନମ୍ । ଏପଟେ ସବନମ୍ ସହ ବିଚ୍ଛେଦକୁ ସହି ନପାରି ରକ୍ତମୁଖା ହୋଇପଡିଥିଲା ରେହାନ ।

ମେ’ ୩୦ ତାରିଖ । ବିବାହର ୪ ଦିନ ପରେ ସ୍ୱାମୀଙ୍କ ସହ କାର୍‌ରେ ମା’ ଘରକୁ ଆସୁଥିଲେ ସବନମ୍। ହେଲେ ଅଧରାସ୍ତାରେ କାର୍ ଅଟକାଥିଲା ପ୍ରେମିକ ରେହାନ। କାର୍‌ରୁ ପ୍ରେମିକା ସବନମ୍‌ଙ୍କୁ ଘୋଷାରି ଆଣିଥିଲା । ସ୍ୱାମୀକୁ ଛାଡି ତା’ସହ ଯିବାକୁ ସବନମ୍‌ଙ୍କୁ ବାରମ୍ବାର କହି ଚାଲିଥିଲା । ହେଲେ ରେହନା କଥାରେ ଅମଙ୍ଗ ଥିଲେ ସବନମ୍। ଶେଷରେ ପକେଟରୁ ଦେଶୀ ବନ୍ଧୁକ ବାହାର କରି ସବନମଙ୍କୁ ଗୁଳି କରିଥିଲା ରେହାନ । କଥା ଏତିକିରେ ସରି ନଥିଲା । ପ୍ରେମିକାକୁ ମାରିବା ପରେ ନିଜ ମୁଣ୍ଡରେ ବି ଗୁଳି ଚଳାଇ ଦେଇଥିଲା ରେହାନ । ପୁଲିସ ଉଭୟଙ୍କୁ ହସ୍ପିଟାଲ ନେବା ବାଟ ହିଁ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିଲା।

The post ନବବିବାହିତ ପ୍ରେମିକାକୁ କାର୍‌ରୁ ଘୋଷାରି ଆଣି ଗୁଳି କଲା ପ୍ରେମିକ appeared first on Odisha Reporter.



from Odisha Reporter https://ift.tt/3yYwFMj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages