୨ ହଜାର ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ବିବାହ ଭୋଜି, ପହଞ୍ଚିଗଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, May 12, 2021

୨ ହଜାର ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ବିବାହ ଭୋଜି, ପହଞ୍ଚିଗଲା ପୁଲିସ୍‌

ଖଲିକୋଟ(ଓଡ଼ିଶା ରିପୋର୍ଟର): ଯେତେ ବୁଝାଇଲେ କି ବୁଝୁ ନାହାନ୍ତି ଅମାନିଆ।  ମାନୁନାହାନ୍ତି କରୋନା କଟକଣା।  ସରକାରୀ ଗାଇଡଲାଇନ୍‌କୁ ଫୁ କରି ଆୟୋଜନ କରୁଛନ୍ତି ବାହାଘର ଭୋଜି । ଏପରି ଏକ ଘଟଣା ଗଂଜାମ ଜିଲ୍ଲା ଆମ୍ବଝର ନୂଆପଲ୍ଲୀ ଗାଁରେ  ଘଟିଥିବା ବେଳେ ପୁଲିସ୍‌ ଓ ପ୍ରଶାସନିକ ଅଧିକାରୀ ପହଞ୍ଚି ଚଢ଼ାଉ କରି ସମସ୍ତ ଖାଦ୍ୟ ସାମଗ୍ରୀ ଫୋପାଡ଼ି ଦେଇଥିବା ଜଣାଯାଇଛି।

୫୦ ଲୋକଙ୍କୁ ଡାକିବାକୁ ଅନୁମତି ମିଳିଥିବା ବେଳେ ନିମନ୍ତ୍ରିତ ହୋଇଥିଲେ ୨ ହଜାରରୁ ଊର୍ଦ୍ଧ୍ୱ ଲୋକ। ଶେଷରେ ପୁଲିସ୍‌ ଚଢ଼ାଉ କରି ସମସ୍ତ ଖାଇବା ଜିନିଷ ଫୋପାଡ଼ିବା ସହ ୮, ୫୦୦ ଟଙ୍କା ଜରିମାନା ଆଦାୟ କରିଛି।

ନୂଆପଲ୍ଲୀ ଗାଁର ଦୟା ବିଶୋଇଙ୍କ ପୁଅ ନୀଳକଣ୍ଠଙ୍କର ଗତ ୮ତାରିଖରେ ବିବାହ ସରିଥିଲା ।  ଗତକାଲି ସାରା ଗାଁ ଲୋକଙ୍କୁ ଡାକି ଭୋଜି ଭାତରେ ଆପ୍ୟାୟିତ କରୁଥିଲେ ପରିବାର ଲୋକ । ପ୍ରାୟ ୨ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ଭୋଜିଭାତ। ଭଳିକି ଭଳି ସୁସ୍ୱାଦୁ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥିବା ବେଳେ ଲୋକ ଗହଳି ବି ବେଶ୍‌ ଜମିଥିଲା।  ଠିକ୍ ଏହି ସମୟରେ ଖବର ପାଇ ପହଞ୍ଚିଥିଲେ ଖଲ୍ଲିକୋଟ ତହସିଲଦାର ଓ ଖଲ୍ଲିକୋଟ ଥାନା ଅଧିକାରୀ ।

ପୁଲିସ୍‌ ଟିମ୍‌କୁ ଦେଖି ପରିବାର ଲୋକଙ୍କ ମଧ୍ୟରେ ଛନକା ପଶି ଯାଇଥିବା ବେଳେ ଖାଦ୍ୟ ସାମଗ୍ରୀ ନଷ୍ଟ ନ କରିବାକୁ ଥାନା ଅଧିକାରୀଙ୍କ ଗୋଡ଼ ତଳେ ପଡ଼ି ଯାଇଥିଲେ। ହେଲେ କାମ ଦେଲାନି କିଛି ବି ତରିକା। ଶେଷରେ ନଷ୍ଟ ହେଲା ହଣ୍ଡା, ହଣ୍ଡା ଭର୍ତ୍ତି ଖାଇବା ଜିନିଷ। କେବଳ ସେତିକି ନୁହେଁ, ସରକାରୀ ଗାଇଡଲାଇନ୍‌ ଉଲ୍ଲଘଂନ ଅଭିଯୋଗରେ  ୮, ୫ଶହ ଟଙ୍କା ଫାଇନ ଆଦାୟ ବି ଆଦାୟ ହୋଇଛି।

କରୋନା କାଳରେ ବହୁ ଅସହାୟ, ଦୀନଦରିଦ୍ର ଲୋକ ଦୁଇ ମୁଠା ଖାଇବାକୁ ପାଉ ନ ଥିବା ବେଳେ ପ୍ରଶାସନିକ ଅଧିକାରୀ ତଥା ପୁଲିସ୍‌ର ଏପରି କାର୍ଯ୍ୟକୁ ବୁଦ୍ଧିଜୀବୀ ମହଲରେ ନାପସନ୍ଦ କରାଯାଇଛି। ଖାଦ୍ୟ ଦ୍ରବ୍ୟ ନଷ୍ଟ କରିବା ପରିବର୍ତ୍ତେ ଦିନକୁ ୨ ଓଳି ଖାଇବାକୁ ପାଉ ନ ଥିବା ଲୋକଙ୍କୁ ବାଣ୍ଟି ଦେଇଥିଲେ ସେମାନେ ଉପକୃତ ହୋଇଥାନ୍ତେ ବୋଲି ଆଲୋଚନା ହେଉଛି।

The post ୨ ହଜାର ଲୋକଙ୍କ ପାଇଁ ଆୟୋଜନ ହୋଇଥିଲା ବିବାହ ଭୋଜି, ପହଞ୍ଚିଗଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/3hsLeRX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages