ନୂଆଦିଲ୍ଲୀ: ଦେଶରେ ଅନେକ ରାଜ୍ୟରେ ଲକଡାଉନ ହେବାର ପ୍ରଭାବ ଏବେ ଦେଖିବାକୁ ମିଳିଛି। ନିକଟରେ ଦେଶରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ଉପରେ ରହୁଥିଲା ଏବେ ଏହା କିଛି ଦିନ ହେବ ୪ ଲକ୍ଷ ତଳେ ରହୁଥିବା ଦେଖିବାକୁ ମିଳିଛି। ଏହି କ୍ରମରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୩.୬୨ ଲକ୍ଷ କରୋନାରେ ସଂକ୍ରମିତ ହୋଇଛନ୍ତି। ଆଉ ୪,୧୨୦ ଜଣଙ୍କର ଏହି ମହାମାରୀରେ ମୃତ୍ୟୁ ଘଟିଛି। ନୂଆ ମୃତକଙ୍କୁ ମିଶାଇଲେ ଦେଶରେ ମୋଟ୍ ୨.୫୮ ଲକ୍ଷ ଜଣ କରୋନାରେ ଆଖି ବୁଜିଛନ୍ତି।
ତେବେ ଚିହ୍ନଟ ହୋଇଥିବା ମୋଟ୍ ସଂକ୍ରମିତଙ୍କ ମଧ୍ୟରୁ କର୍ଣ୍ଣାଟକ, ମହାରାଷ୍ଟ୍ର, କେରଳ ଏବଂ ତାମିଲନାଡୁରରୁ କେବଳ ୧୫.୮୭ ପ୍ରତିଶତ କୋଭିଡ ଆକ୍ରାନ୍ତ ରହିଛନ୍ତି। ଆଉ ଏବେ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୮୨.୫୧ ପ୍ରତିଶତ ଏହି ରାଜ୍ୟରୁ ଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟରୁ ଜଣାପଡ଼ିଛି। ବୁଧବାର ସରକାର ଜାରି କରିଥିବା କୋଭିଡ ରିପୋର୍ଟ ଅନୁଯାୟୀ ବିଗତ ୨୪ ଘଣ୍ଟାରେ ୪,୨୦୫ ଜଣ କରୋନାରେ ଆଖୁ ବୁଜିଥିବା ବେଳେ ୩,୪୮,୪୨୧ ଜଣଙ୍କର ମୃତ୍ୟୁ ଘଟିଛି।
ସୂଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମିତ ଏତେ ସଂଖ୍ୟାରେ ବଢ଼ିବା ପଛର କାରଣ ରାଜନୀତିକ ସମାବେଶ, ଧାର୍ମିକ ସମାବେଶ ଇତ୍ୟାଦି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଭାରତରେ ଦେଖାଦେଇଥିବା କୋଭିଡର B.1.617 ଭେରିଆଣ୍ଟ ପାଇଁ ସଂକ୍ରମଣ ବୃଦ୍ଧି ପାଉଛି। ଗତବର୍ଷ ଅକ୍ଚୋବରରେ ଏହି ଭେରିଆଣ୍ଟ ପ୍ରଥମେ ଭାରତରୁ ଦେଖାଯାଇଥିବା ଜଣାପଡ଼ିଛି।
ଏହି ୪୪ଟି ଦେଶରୁ ସଂଗୃହିତ ହୋଇଥିବା ୪୫୦୦ରୁ ଅଧିକ ନମୁନାରେ B.1.617 ଭେରିଆଣ୍ଟ ରହିଥିବା ଦେଖିବାକୁ ମିଳିଛି। ଏହି ଭେରିଆଣ୍ଟ ଗତ ବର୍ଷ ଅକ୍ଟୋବରରେ ପ୍ରଥମେ ଭାରତରେ ଦେଖିବାକୁ ମିଳିଥିଲା।
ଭାରତ ପରେ ବ୍ରିଟେନରେ ଏହି ଭେରିଆଣ୍ଟ ସର୍ବାଧିକ ଦେଖିବାକୁ ମିଳିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। WHO କହିଛି ଯେ B.1.617 ଯୋଗୁଁ ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଆମେରିକା ପରେ ଭାରତରେ କୋଭିଡ ସଂକ୍ରମିତ ସର୍ବାଧିକ ରହିଛନ୍ତି।
The post ଦେଶରେ ୩.୬୨ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ, ମହାମାରୀ ବ୍ୟାପିବାର କାରଣ କହିଲା WHO appeared first on Odisha Reporter.
from Odisha Reporter https://ift.tt/3bkHQok
No comments:
Post a Comment