ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇର କ୍ଲିନଚିଟ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 21, 2021

ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇର କ୍ଲିନଚିଟ୍‌!

ନୂଆଦିଲ୍ଲୀ: ଦେଶର ପୂର୍ବତନ ରେଳମନ୍ତ୍ରୀ ତଥା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇ ଡିଏଲଏଫ ଲାଞ୍ଚ କାରବାର ମାମଲାରେ କ୍ଲିନଚିଟ୍‌ ଦେଇଥିବା ଜଣାପଡ଼ିଛି। ସିବିଆଇ ସୂତ୍ରରୁ ଏଭଳି ତଥ୍ୟ ମିଳିଥିବା ଏନଡିଟିଭିରେ ରିପୋର୍ଟ ପ୍ରକାଶ ପାଇଛି। ଗୋ-ଖାଦ୍ୟ ଦୁର୍ନୀତି ମାମଲାରେ ଲାଲୁ ପ୍ରାୟ ୩ ବର୍ଷ ଜେଲରେ ରହିବା ପରେ ଏପ୍ରିଲ ମାସରେ ଜାମିନ ପାଇଥିଲେ।

ସେ ରେଳବାଇ ମନ୍ତ୍ରୀ ଥିବା ବେଳେ ଡିଏଲଏଫ ଲାଞ୍ଚ କାରବାର ମାମଲା ଘଟିଥିଲା। ଲାଲୁ ଏଥିରେ ସାମିଲ ଥିବା ସନ୍ଦେହ କରି ସିବିଆଇ ତଦନ୍ତ ଆରମ୍ଭ କରିଥିଲା। ହେଲେ ଏବେ ଲାଲୁଙ୍କୁ ତଦନ୍ତକାରୀ ସଂସ୍ଥା କ୍ଲିନଚିଟ୍‌ ଦେଇଥିବା ଜଣାପଡ଼ିଛି।

ସୂତ୍ର ଅନୁସାରେ, ସିବିଆଇର ଅର୍ଥନୀତି ଅପରାଧ ଶାଖା ୨୦୧୮ ଜାନୁଆରୀ ମାସରୁ ଲାଲୁଙ୍କ ବିରୋଧରେ ତଦନ୍ତ ଆରମ୍ଭ କରିଥିଲା। ଲାଲୁ ଓ ରିୟଲ ଷ୍ଟେଟ ଗ୍ରୁପ୍‌ ଡିଏଲଏଫ ଗ୍ରୁପ୍‌ ମଧ୍ୟରେ କ’ଣ ସବୁ କାରବାର ହୋଇଥିଲା, ତା’ର ଲିଙ୍କ ଖୋଜିଥିଲା। ମୁମ୍ବାଇର ବାନ୍ଦ୍ରାରେ ରେଳ ପ୍ରକଳ୍ପ ଓ ନୂଆଦିଲ୍ଲୀ ରେଳ ଷ୍ଟେସନର ଉନ୍ନତୀକରଣ କାମ ହାତେଇବାକୁ ଡିଏଲଏଫ ଲାଲୁଙ୍କୁ ବ୍ୟାପକ ଲାଞ୍ଚ ଦେଇଥିବା ଅଭିଯୋଗ ହୋଇଥିଲା।

୨୦୦୭ ଡିସେମ୍ବର ମାସରେ ଦକ୍ଷିଣ ଦିଲ୍ଲୀର ନ୍ୟୁ ଫ୍ରେଣ୍ଡ୍ସ କଲୋନୀରେ ଏବି ଏକ୍ସପର୍ଟ ପ୍ରାଇଭେଟ ଲିଃ ନାମକ ଗୋଟିଏ ଶେଲ କମ୍ପାନୀ ୫ କୋଟି ଟଙ୍କାରେ ଗୋଟିଏ ଜମି କିଣିଥିଲା। ଲେକ୍ସିସ ଇନଫୋଟେକ ପ୍ରାଇଭେଟ ଲିଃ ଓ ଅନ୍ୟ ଶେଲ କମ୍ପାନୀ ଜରିଆରେ ଡିଏଲଏଫ ହୋମ ଡେଭଲପର୍ସ ଏଥିପାଇଁ ଅର୍ଥ ଦେଇଥିବା ଅଭିଯୋଗ ହୋଇଥିଲା। ଉକ୍ତ ଜମିର ମୂଲ୍ୟ ସେହି ସମୟରେ ୩୦ କୋଟି ଟଙ୍କା ଥିବା ବେଳେ ଏହା କେମିତି ୫ କୋଟି ଟଙ୍କାରେ କିଣା ଗଲା, ତା’କୁ ନେଇ ପ୍ରଶ୍ନ ଉଠିଥିଲା।

୨୦୧୧ ମସିହାରେ ଲାଲୁ ଯାଦବଙ୍କ ପୁଅ ତେଜସ୍ୱୀ ଯାଦବ, ତାଙ୍କ ପରିବାର ସଦସ୍ୟ ଚନ୍ଦା ଯାଦବ ଓ ରାଙ୍ଗିନି ଟ୍ରାନ୍ସଫର ଅଫ ଶେୟାର ଜରିଆରେ ୪ ଲକ୍ଷ ଟଙ୍କାରେ ଏବି ଏକ୍ସପର୍ଟ ପ୍ରାଇଭେଟ ଲିଃ କିଣିଥିବା ଅଭିଯୋଗ ହୋଇଥିଲା। ଏହାଦ୍ୱାରା ସେମାନେ ଦକ୍ଷିଣ ଦିଲ୍ଲୀରେ ଥିବା ୫ କୋଟି ଟଙ୍କା ଜମିକୁ ମଧ୍ୟ ଦଖଲ କରିଥିଲେ।

ଅଭିଯୋଗ ପରେ ସିବିଆଇ ଲାଲୁଙ୍କ ଉପରେ ୨ ବର୍ଷ କାଳ ତଦନ୍ତ କରିଥିଲା। ହେଲେ କୌଣସି ଲିଙ୍କ ନ ପାଇବାରୁ ଏବେ ମାମଲାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି।

The post ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇର କ୍ଲିନଚିଟ୍‌! appeared first on Odisha Reporter.



from Odisha Reporter https://ift.tt/2TaEGx7

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages