ଲମତାପୁଟ (ଜଗତ ଜୀବନ): ମୁଣ୍ଡ ଖଟେଇ ଥିଲେ। କିନ୍ତୁ ପୁଲିସ୍ ଆଗରୁ ପାଇଥିଲା ସୂଚନା। ତେଣୁ ଗଞ୍ଜେଇ ମାଫିଆଙ୍କ ପଇଡ଼ ଆଇଡିଆ କାମ ଦେଲାନି ଓ ସେମାନେ ଫସିଗଲେ। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁରରେ।
ଗିରଫ ତିନି ଗଞ୍ଜେଇ ମାଫିଆ ହେଉଛନ୍ତି ପୀପେନ୍ଦ୍ର ସିଂହ, ନୀତୀଶ ସିଂହ ଓ ରାଜକୁମାର। ଏମାନେ ସମସ୍ତେ ଉତ୍ତର ପ୍ରଦେଶର।
ଏହି ତିନି ଜଣ ପାଡୁଆ ଅଞ୍ଚଳରୁ ଟ୍ରକ୍ରେ ସାଢ଼େ ୪ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ନେଇ ଉତ୍ତର ପ୍ରଦେଶ ଅଭିମୁଖେ ଯାଉଥିଲେ। ପୁଲିସ୍କୁ ଚକମା ଦେବାକୁ ଟ୍ରକ୍ରେ ପଇଡ଼ ଲଦି ଥିଲେ। କିନ୍ତୁ ନନ୍ଦପୁର ପୁଲିସ୍ ଗଞ୍ଜେଇ ଚାଲାଣ ହେଉଥିବା ନେଇ କୌଣସି ସୂତ୍ରରୁ ସୂଚନା ପାଇ ସାରିଥିଲା। ତେଣୁ ନନ୍ଦପୁର ଏସ୍ଡିପିଓ ସଞ୍ଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଥାନା ଅଧିକାରୀ କପିଳେଶ୍ୱର ବେହେରାଙ୍କ ନେତୃତ୍ୱରେ ଏକ ଟିମ୍ ବିଭିନ୍ନ ଅଞ୍ଚଳରେ ପାଟ୍ରୋଲିଂ କରି ଗାଡ଼ିଗୁଡ଼ିକୁ ଯାଞ୍ଚ କରିଥିଲେ।
ଗଞ୍ଜେଇ ବୋଝେଇ ହୋଇ ଏହି ଟ୍ରକ୍ଟି ପାଡ଼ୁଆ ପଟୁ ଆସୁଥିବା ବେଳେ ନନ୍ଦପୁର ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପୁଲିସ୍ ଅଟକାଇ ଥିଲା। ଆଉ ଯାଞ୍ଚ ବେଳେ ସେଥିରେ ଗଞ୍ଜେଇ ଥିବା ଜଣାପଡ଼ିଥିଲା। ପୁଲିସ୍ ଟ୍ରକ୍ଟିକୁ ଜବତ କରି ଥାନାକୁ ନେଇଥିଲା। ସେଥିରୁ ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୪୦ ଲକ୍ଷ ଟଙ୍କା ହେବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି।
ଗଞ୍ଜେଇ ମାଫିଆମାନେ ପୁଲିସ୍ ଚକମା ଦେବା ପାଇଁ ଟ୍ରକ୍ର ନମ୍ବର ମଧ୍ୟ ବଦଳାଇ ଦେଇଥିଲେ। ଟ୍ରକ୍ରେ ଲାଗିଥିବା ନମ୍ବର ପ୍ଲେଟ୍ରେ ମହାରାଷ୍ଟ୍ରର ନମ୍ବର ରହିଥିବା ବେଳେ ତା’ଉପରେ ସେମାନେ ଆନ୍ଧ୍ର ପ୍ରଦେଶର ନମ୍ବର ଲଗାଇଥିଲେ। ପୁଲିସ୍ ଅଭିଯୁକ୍ତମାନଙ୍କୁ ଗିରଫ କରି ଘଟଣାର ଅଧିକ ତଦନ୍ତ କରୁଛି।
The post କାମ ଦେଲାନି ପଇଡ଼ ଆଇଡିଆ, ଫସିଗଲେ appeared first on Odisha Reporter.
from Odisha Reporter https://ift.tt/3f7daZV
No comments:
Post a Comment