ପଟନା: ବିହାରର ପୂର୍ବତନ ସାଂସଦ ଓ ଜନ ଅଧିକାରୀ ପାର୍ଟିର ନେତା ପପୁ ଯାଦବଙ୍କୁ ପଟନାରେ ପୁଲିସ୍ ଗିରଫ କରିଛି । କୋଭିଡ୍ ନିୟମ ଉଲ୍ଲଙ୍ଘନ ମାମଲାରେ ଶନିବାର ପପୁ ଯାଦବଙ୍କ ବିରୋଧରେ ଅମନୌର ଥାନାରେ ଏଫଆଇଆର୍ ଦାୟର କରାଯାଇଥିଲା । ଖୋଦ୍ ପପୁ ଯାଦବ ଟ୍ୱିଟ୍ କରି ନିଜର ଗିରଫଦାରୀର ସୂଚନା ଦେଇଛନ୍ତି । ସେ ଟ୍ୱିଟ୍ କରି ଲେଖିଛନ୍ତି, ମୋତେ ପଟନାର ଗାନ୍ଧି ମଇଦାନ ଥାନାକୁ ନିଆଯାଇଛି ।
ଆଉଏକ ଟ୍ୱିଟରେ ସେ ଲେଖିଛନ୍ତି, କରୋନା କାଳରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇବା ଯଦି ଅପରାଧ, ତାହେଲେ ହଁ ମୁଁ ଅପରାଧୀ । ପିଏମ୍ ସାହେବ, ସିଏମ୍ ସାହେବ ମୋତେ ଫାଶୀ ଦେଇ ଦିଅ, ନହେଲେ ଜେଲ୍ ପଠାଇ ଦିଅ । ମୁଁ ମୁଣ୍ଡ ନୁଆଁଇବି ନାହିଁ, ଅଟକିବି ନାହିଁ । ଲୋକଙ୍କୁ ବଞ୍ଚାଇବି । ବେଇମାନଙ୍କ ମୁଖା ଖୋଲିବା ଜାରି ରଖିବି ।
मुझे गिरफ्तार कर पटना के
गांधी मैदान थाना ले आया है।— Pappu Yadav (@pappuyadavjapl) May 11, 2021
कोरोना काल में जिंदगियां बचाने के लिए अपनी जान हथेली पर रख जूझना अपराध है, तो हां मैं अपराधी हूं।
PM साहब, CM साहब
दे दो फांसी, या, भेज दो जेल
झुकूंगा नहीं, रुकूंगा नहीं।
लोगों को बचाऊंगा।
बेईमानों को बेनकाब करता रहूंगा!— Pappu Yadav (@pappuyadavjapl) May 11, 2021
ଅମନୌରର ସିଏ କୋଭିଡ୍-୧୯ ଉଲ୍ଲଙ୍ଘନ କରିବା ମାମଲାରେ ଶନିବାର ଦିନ ପପୁ ଯାଦବଙ୍କ ବିରୋଧରେ ଏଫଆଇଆର୍ ଦାୟର କରିଥିଲେ । ପପୁଙ୍କ ବିରୋଧରେ ବିହାରରେ ଜାରି ରହିଥିବା ଲକଡାଉନର ଉଲ୍ଲଙ୍ଘନ କରିଥିବା ଅଭିଯୋଗ ରହିଛି । ମିଳିଥିବା ସୂଚନା ଅନୁସାରେ, ତାଙ୍କ ବିରୋଧରେ ସରକାରୀ କାମରେ ବାଧା ସୃଷ୍ଟି କରିବା ଏବଂ ଲକଡାଉନ୍ ନିୟମର ଉଲ୍ଲଙ୍ଘନ କରିବା ଭଳି ଅଭିଯୋଗ ରହିଛି ।
ଏହାସହ ମଧେପୁରା ସହ ଜଡିତ ଅନ୍ୟ କିଛି ମାମଲା ମଧ୍ୟ ରହିଛି । ପପୁ ଯାଦବ ବିନା ପାସରେ ମଙ୍ଗଳବାର ସକାଳେ ପିଏମସିଏଚର କୋଭିଡ୍ ୱାର୍ଡରେ ପଶି ଯାଇଥିଲେ। ଏହାସହ ସେ ନିଜ ଅଞ୍ଚଳ ମଧେପୁର ଯିବା ପାଇଁ ମଧ୍ୟ କାର୍ଯ୍ୟକ୍ରମ କରିଥିଲେ ।
The post କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ଗିରଫ ହେଲେ ପପୁ ଯାଦବ appeared first on Odisha Reporter.
from Odisha Reporter https://ift.tt/33vzoyf
No comments:
Post a Comment