ପଶ୍ଚିମବଙ୍ଗର ସମସ୍ତ ୭୭ ବିଧାୟକଙ୍କୁ ଯୋଗାଇ ଦିଆଯିବ କେନ୍ଦ୍ରୀୟ ସୁରକ୍ଷା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 10, 2021

ପଶ୍ଚିମବଙ୍ଗର ସମସ୍ତ ୭୭ ବିଧାୟକଙ୍କୁ ଯୋଗାଇ ଦିଆଯିବ କେନ୍ଦ୍ରୀୟ ସୁରକ୍ଷା!

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ନବ ନିର୍ବାଚିତ ସମସ୍ତ ୭୭ ଜଣ ବିଜେପି ବିଧାୟକଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ। ସେମାନଙ୍କ ସୁରକ୍ଷା ପାଇଁ ସିଆଇଏସ୍‌ଏଫ୍‌ ଓ ସିଆର୍‌ପିଏଫ୍ ଭଳି କେନ୍ଦ୍ରୀୟ ସୁରକ୍ଷାବଳର ସଶସ୍ତ୍ର କମାଣ୍ଡୋମାନଙ୍କୁ ନିଯୁକ୍ତ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରାଳୟ ମଧ୍ୟ ଏଥିପାଇଁ ଅନୁମତି ପ୍ରଦାନ କରିଥିବା ଜଣାପଡ଼ିଛି।

ବିଭିନ୍ନ କେନ୍ଦ୍ରୀୟ ସୁରକ୍ଷା ସଂସ୍ଥା ଓ ଏକ ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଟିମ୍ ଦେଇଥିବା ରିପୋର୍ଟ ଆଧାରରେ ଏହି ୭୭ ବିଧାୟକଙ୍କୁ କେନ୍ଦ୍ରୀୟ ସୁରକ୍ଷାବଳଙ୍କ ଦ୍ୱାରା ସୁରକ୍ଷା ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି। ସେମାନଙ୍କ ଜୀବନ ପ୍ରତି ବିପଦ ଥିବା ରିପୋର୍ଟରେ ଦର୍ଶାଯାଇଛି। ସୂଚନାଯୋଗ୍ୟ, ନିର୍ବାଚନ ପରବର୍ତ୍ତୀ ହିଂସା ତଥା ବିଜେପି କର୍ମୀଙ୍କ ଉପରେ ଆକ୍ରମଣ ପରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଏହି ଉଚ୍ଚ ସ୍ତରୀୟ ଅଧିକାରୀଙ୍କ ଟିମ୍‌କୁ ସ୍ଥିତି ଯାଞ୍ଚ କରିବାକୁ ସେଠାକୁ ପଠାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ୭୭ ଜଣ ବିଜେପି ବିଧାୟକଙ୍କ ମଧ୍ୟରୁ ୬୧ ଜଣଙ୍କୁ ‘ଏକ୍ସ’ କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦେବ। ସେମାନଙ୍କ ସୁରକ୍ଷା କାର୍ଯ୍ୟରେ ସିଆଇଏସ୍‌ଏଫ୍ କମାଣ୍ଡୋମାନଙ୍କୁ ନିୟୋଜିତ କରାଯିବ। ଅନ୍ୟ ବିଧାୟକମାନେ କେନ୍ଦ୍ରୀୟ ସୁରକ୍ଷା ବ୍ୟବସ୍ଥାରେ ଅଛନ୍ତି ବା ନହେଲେ ସେମାନଙ୍କୁ ୱାଇ କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦିଆଯିବ। ସେହିଭଳି ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ତଥା ଏଥର ନିର୍ବାଚନରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ‘ଜେଡ୍’ କ୍ୟାଟେଗୋରୀ ସୁରକ୍ଷା ଯୋଗାଇ ଦିଆଯାଇଛି। ତାଙ୍କ ସୁରକ୍ଷା ଦାୟିତ୍ୱରେ ସିଆର୍‌ପିଏଫ୍ ଯବାନଙ୍କୁ ମୁତୟନ କରାଯାଇଛି।

୨୯୪ ଆସନ ବିଶିଷ୍ଟ ପଶ୍ଚିମବଙ୍ଗ ବିଧାନସଭାରେ ଏଥର ବିଜେପି ୭୭ଟି ସିଟ୍ ପାଇଛି। ୨୧୩ଟି ଆସନରେ ବିଜୟୀ ହୋଇ ତୃଣମୂଳ କଂଗ୍ରେସ ଲଗାତାର ତୃତୀୟ ଥର ପାଇଁ ରାଜ୍ୟରେ ସରକାର ଗଠନ କରିଛି। ନିର୍ବାଚନ ହାରିଥିଲେ ମଧ୍ୟ ମମତା ବାନାର୍ଜୀ ପୁଣି ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

The post ପଶ୍ଚିମବଙ୍ଗର ସମସ୍ତ ୭୭ ବିଧାୟକଙ୍କୁ ଯୋଗାଇ ଦିଆଯିବ କେନ୍ଦ୍ରୀୟ ସୁରକ୍ଷା! appeared first on Odisha Reporter.



from Odisha Reporter https://ift.tt/33yQ084

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages