ନୂଆଦିଲ୍ଲୀ: ବର୍ତ୍ତମାନ ଦେଖଯାଉଥିବା ଟିକା ସଙ୍କଟ ଆସନ୍ତା ଜୁଲାଇ ମାସ ସୁଦ୍ଧା ଶେଷ ହୋଇଯିବ। ଏହାପରେ ହିଁ ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ଜୋରଦାର କରାଯିବ। ବିଶେଷ କରି ୧୮ରୁ ୪୪ ବର୍ଷ ମଧ୍ୟରେ ଥିବା ଲୋକଙ୍କୁ ହିଁ ଅଧିକରୁ ଅଧିକ ଟିକା ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଯଦି ସବୁ କିଛି ଠିକ୍ ଠାକ ରୁହେ, ତା’ହେଲେ ଚଳିତ ବର୍ଷ ଶେଷ ହେବା ପୂର୍ବରୁ ହିଁ ଦେଶର ସମସ୍ତ ପ୍ରାପ୍ତ ବୟସ୍କଙ୍କୁ ଟିକା ମିଳିଯିବ। ସରକାରୀ ସୂତ୍ରରୁ ଏଭଳି ତଥ୍ୟ ମିଳିଛି। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ଆମେ ଆଶା ରଖିଛୁ ଓ ଆମର ବିଶ୍ୱାସ ମଧ୍ୟ ରହିଛି ଯେ ୧୮ ବର୍ଷ ଅଧିକ ସମସ୍ତ ବୟସ୍କଙ୍କୁ ଚଳିତ ବର୍ଷ ଶେଷ ସୁଦ୍ଧା ଟିକା ମିଳିବ।
୧୮ରୁ ୪୪ ବର୍ଷ ମଧ୍ୟରେ ପ୍ରାୟ ୯୫ କୋଟି ଲୋକ ରହିଛନ୍ତି। ଯେଉଁମାନେ ଇଚ୍ଛା କରିବେ ସେମାନଙ୍କୁ ଟିକାର ଡୋଜ୍ ଦିଆଯିବ। ଆମ ପାଖରେ ଟିକାର କୌଣସି ଅଭାବ ରହିବ ନାହିଁ। ମେ’ ମାସରେ ଆମ ପାଖରେ ୮.୫ କୋଟି, ଜୁନ୍ରେ ୧୦ କୋଟି, ଜୁଲାଇରେ ୧୫ କୋଟି, ଅଗଷ୍ଟରେ ୩୬ କୋଟି, ସେପ୍ଟେମ୍ବରରେ ୫୦ କୋଟି, ଅକ୍ଟୋବରରେ ୫୬ କୋଟି, ନଭେମ୍ବରରେ ୫୯ କୋଟି ଓ ଡିସେମ୍ବରରେ ୬୫ କୋଟି ଟିକା ଆମକୁ ମିଳିବ। ଏହା ଆଶ୍ଚର୍ଯ୍ୟ ଲାଗିପାରେ। କିନ୍ତୁ ଏଥିପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଥିବା ଅଧିକାରୀ ଜଣଙ୍କ କହିଛନ୍ତି।
ରୁଷ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିକ-ଭି ସମ୍ପର୍କରେ ସେ କହିଛନ୍ତି, ମେ’ ମାସରେ ସ୍ପୁଟନିକ-ଭିର ପ୍ରାୟ ୬୦ ଲକ୍ଷ ଟିକା ଆମ ପାଖରେ ପହଞ୍ଚିବ। ସେହିପରି ଜୁନ୍ରେ ୧ କୋଟି, ଜୁଲାଇରେ ୨.୫ କୋଟି ଓ ଅଗଷ୍ଟରେ ୧.୬ କୋଟି ଟିକା ପହଞ୍ଚିବ। ଏହାବାଦ କୋଭିସିଲ୍ଡର ୬.୫ କୋଟି ଡୋଜ୍ ଜୁନରେ, ଜୁଲାଇରେ ୭ କୋଟି, ଅଗଷ୍ଟରେ ୧୦ କୋଟି, ସେପ୍ଟେମ୍ବର, ଅକ୍ଟୋବର, ନଭେମ୍ବର ଓ ଡିସେମ୍ୱରରେ ୧୧.୫ କୋଟି ଡୋଜ୍ ମିଳିବ।
କୋଭାକ୍ସିନ ଟିକାର ୨.୫ କୋଟି ଡୋଜ୍ ଜୁନରେ ମିଳିବାକୁ ଥିବାବେଳେ ଜୁଲାଇ ଓ ଅଗଷ୍ଟରେ ୭.୫ କୋଟି, ସେପ୍ଟେମ୍ବରରେ ୭.୭ କୋଟି, ଅକ୍ଟୋବର ଓ ନଭେମ୍ବରରେ ୧୦.୨ କୋଟି ଏବଂ ଡିସେମ୍ବରରେ ୧୩.୫ କୋଟି ଟିକା ମିଳିବ।
The post କେବେ ସୁଦ୍ଧା ଦେଶର ସବୁ ପ୍ରାପ୍ତ ବୟସ୍କଙ୍କୁ ମିଳିବ ଟିକା? ସରକାର ଦେଲେ ସଙ୍କେତ appeared first on Odisha Reporter.
from Odisha Reporter https://ift.tt/3eO7G61
No comments:
Post a Comment