ପୋଲ ତଳକୁ ଖସିଲା କାର୍‌; ୩ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 14, 2021

ପୋଲ ତଳକୁ ଖସିଲା କାର୍‌; ୩ ମୃତ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ବାଲେଶ୍ୱର ଜିଲ୍ଲା ଏନଏଚ-୧୬ ବିର୍ଲା ଟାୟାର ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡ଼କ  ଦୁର୍ଘଟଣା ଘଟିଛି। ପୋଲ ତଳକୁ ଏକ କାର୍‌ ଖସି ପଡ଼ିବାରୁ ଘଟଣାସ୍ଥଳରେ ୩ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ସମସ୍ତେ ବାରିପଦା ଅଞ୍ଚଳର ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗତରାତିରେ ଏକ କାର୍‌ରେ ବାରିପଦାରୁ ୫ ଯୁବକ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ। ମାତ୍ର ବିର୍ଲା ଟାୟାର ନିକଟରେ ଦ୍ରୁତ ଗତିରେ ଯାଉଥିବା କାର୍‌ଟି ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିଲା।

ସ୍ଥାନୀୟ ଲୋକେ ଘଟଣା ସମ୍ପର୍କରେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି  ଗୁରୁତର ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛି।

ମୃତକ ଓ ଗୁରୁତରଙ୍କ ପରିଚୟ ଜଣାପଡ଼ିନି। ଏବେ ଶଟଡାଉନ୍‌ ଚାଲିଥିବା ବେଳେ ଯୁବକମାନେ ଭୁବନେଶ୍ୱର କିପରି ଓ କାହିଁକି ଯାଉଥିଲେ ତାହା ଜଣାପଡ଼ିନି।

The post ପୋଲ ତଳକୁ ଖସିଲା କାର୍‌; ୩ ମୃତ appeared first on Odisha Reporter.



from Odisha Reporter https://ift.tt/33M9c2u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages