୬୩ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ମହିଳା କିରାଣି ନିଲମ୍ବିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

୬୩ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ମହିଳା କିରାଣି ନିଲମ୍ବିତ

ଉମରକୋଟ (ଓଡ଼ିଶା ରିପୋର୍ଟର): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ କାର୍ଯ୍ୟାଳୟରୁ ଆସିଛି ଆର୍ଥିକ ଅନିୟମିତତା ଅଭିଯୋଗ। ଜଣେ ମହିଳା କିରାଣି ଅଫିସ୍ ଆକାଉଣ୍ଟରୁ ୬୩ ଲକ୍ଷ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିବା ବେଳେ ତାଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି। ତାଙ୍କ ନାଁ ଚନ୍ଦନା ମଣ୍ଡଳ।

ଚନ୍ଦନା ଡାବୁଗାଁ ତହସିଲ ଅଫିସ୍‌ରେ ବରିଷ୍ଠ ରାଜସ୍ୱ ସହାୟିକା ଭାବେ କାର୍ଯ୍ୟ କରୁଥିବା ବେଳେ ଅଫିସ୍‌ ଆକାଉଣ୍ଟରୁ ୬୩ ଲକ୍ଷରୁ ଅଧିକ ଟଙ୍କା ଆତ୍ମସାତ କରିଥିବା ନେଇ ତହସିଲଦାର ସନ୍ଧ୍ୟାରାଣୀ ସମରଥ ଡାବୁଗାଁ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ୍ ଚନ୍ଦନାଙ୍କୁ ଡକାଇ ଥାନାରେ ପଚରାଉଚରା କରିଥିଲା। ତେବେ ପଚରାଉଚରା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେଣୁ ତାଙ୍କୁ ପ୍ରଥମେ ଡାବୁଗାଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ଅଧିକ ଚିକିତ୍ସା ପାଇଁ ସେଠାରୁ କରୋନାପୁଟ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ନବରଙ୍ଗପୁର ଉପ-ଜିଲ୍ଲାପାଳ ଭାସ୍କର ରୋଇତ କହିଛନ୍ତି ଯେ ପ୍ରାଥମିକ ତଦନ୍ତରୁ ଚନ୍ଦନା ମଣ୍ଡଳ ସରକାରୀ ଅର୍ଥ ଆତ୍ମସାତ କରିଥିବା ଜଣାପଡ଼ିଛି। ଏନେଇ ଥାନାରେ ଏତଲା ଦିଆଯାଇଛି। ଏହା ସହିତ ଏହି ଆର୍ଥିକ ଅନିୟମିତତା ଘଟଣାକୁ ପ୍ରଶାସନ ପକ୍ଷରୁ ଅତି ଗୁରୁତର ସହିତ ନେଇଛି ଓ ଚନ୍ଦନା ମଣ୍ଡଳକୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ତା’ସହିତ ଏହି ଘଟଣାରେ ତାଙ୍କ ସହିତ ଆଉ କେହି ସମ୍ପୃକ୍ତ ଅଛନ୍ତି ନା ନାହିଁ, ତା’ର ବି ତଦନ୍ତ କରାଯାଉଛି।

The post ୬୩ ଲକ୍ଷ ଟଙ୍କା ଆତ୍ମସାତ୍ ଅଭିଯୋଗ, ମହିଳା କିରାଣି ନିଲମ୍ବିତ appeared first on Odisha Reporter.



from Odisha Reporter https://ift.tt/3pcd2M3

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages