ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଲଗାତର ଭାବରେ ବଢ଼ି ଚାଲିଛି। ବିଗତ ୨୪ ଘଣ୍ଟାରେ ଦେଶରେ ଦେଢ଼ ଲକ୍ଷ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସବୁଠୁ ବଡ଼ କଥା ହେଲା ଆରୋଗ୍ୟ ସଂଖ୍ୟା ସଂକ୍ରମିତଙ୍କ ସଂଖ୍ୟାଠୁ ଢ଼େର ଅଧିକ ରହିଛନ୍ତି। ହେଲେ ମୃତକଙ୍କ ସଂଖ୍ୟା ଏବେ ୩ ହଜାର ଉପରେ ରହୁଥିବାରୁ ଚିନ୍ତାଜନକ ପାଲଟିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପ୍ରକାଶିତ ତଥ୍ୟ ଅନୁଯାୟୀ, ବିଗତ ୨୪ ଘଣ୍ଟାରେ ୧ ଲକ୍ଷ ୫୨ ହଜାର ୭୩୪ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ୫୦ ଦିନ ତଳେ ଏହି ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ସୂଚନା ରହିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ମୋଟ୍ ସଂକ୍ରମିତ ସଂଖ୍ୟା ୨ କୋଟି ୮୦ ଲକ୍ଷ ୪୭ ହଜାର ୫୩୪ରେ ପହଞ୍ଚିଛି। ବିଗତ ୭ ଦିନ ହେବ ଦେଶରେ କରୋନା ପିଜିଟିଭିଟି ହାର ୧୦ ପ୍ରତିଶତ ତଳେ ରହିଛି। ଦୈନିକ ପଜିଟିଭିଟି ହାର ୯.୦୭ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୯.୦୪ ପ୍ରତିଶତ ରହିଛି।
COVID19 recovery rate increases to 91.60%. The weekly positivity rate is currently at 9.04% and daily positivity rate at 9.07%, less than 10% for 7 consecutive days: Union Health Ministry
— ANI (@ANI) May 31, 2021
ଚଳିତ ମାସ ମେ ୭ରେ ୪,୧୪,୧୮୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଯାହାକି ଏବେର ସଂକ୍ରମିତ ତୁଳନାରେ ୫୮ ପ୍ରତିଶତ ଅଧିକ ଥିଲା। ବିଗତ ୩ ସପ୍ତାହ ହେବ କରୋନା ସଂକ୍ରମିତଙ୍କ ସଂଖ୍ୟା କମୁଥିବା ସୂଚନା ରହିଛି।
ସେହିପରି ବିଗତ ୨୪ ଘଣ୍ଟାରେ ୨ ଲକ୍ଷ ୩୮ହଜାର ୨୨ ଜଣ ଆରୋଗ୍ୟ ହୋଇଛନ୍ତି। ଏହାକୁ ମିଶାଇଲେ ଦେଶରେ ୨,୫୬,୯୨,୩୪୨ ଜଣ ଆରୋଗ୍ୟ ହୋଇଛନ୍ତି। ଦେଶରେ ଆରୋଗ୍ୟ ହାର ଏବେ ୯୧.୬୦ ପ୍ରତିଶତ ଛୁଇଁଥିବା ସୂଚନା ରହିଛି। ଏବେ ସାରା ଦେଶରେ ୨୦,୨୬,୦୯୨ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ରହିଛନ୍ତି। ସେହିପରି ବିଗତ ୨୪ ଘଣ୍ଟାରେ ୩,୧୨୮ ଜଣଙ୍କର କରୋନାରେ ମୃତ୍ୟୁ ଘଟିଛି। ମୋଟ୍ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୨୯ ହଜାର ୧୨୭ ଛୁଇଁଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ମେ ୧୬ରେ ଦୈନିକ ମୃତ୍ୟୁ ୪,୦୪୦ରେ ପହଞ୍ଚିଥିଲା। ଏବେ ଏହା କ୍ରମଶଃ କମି କମି ୩ ହଜାର ଶହେ ଛୁଇଁଛି। ଶନିବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଦେଶରେ ୩୬୧୪ ରୋଗୀଙ୍କର ମୃତ୍ୟୁ ଘଟିଛି।
The post କମୁଛି କରୋନା ସଂକ୍ରମଣ, ମୃତ୍ୟ ସଂଖ୍ୟା ଏବେ ବି ୩ ହଜାର ଉପରେ appeared first on Odisha Reporter.
from Odisha Reporter https://ift.tt/3vDyprZ
No comments:
Post a Comment