ଆଳି (ବନମାଳୀ ସାହୁ): କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଜାଗୁଳାଇପଡ଼ା ପଞ୍ଚାୟତରେ ୨୪ଘଣ୍ଟାରେ ୨୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପରେ ପଞ୍ଚୟତର ୨୩ ଓ ୨୨ନମ୍ବର ୱାର୍ଡକୁ ପ୍ରଶାସନ ପକ୍ଷରୁ ୭ ଦିନ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ଏହି ଦୁଇଟି ୱାର୍ଡରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ରାଜକନିକା ତହସିଲଦାର,ବିଡ଼ିଓ ଓ ଆଇଆଇସି ଘଟଣାସ୍ଥଳ ପରିଦର୍ଶନ କରି କଣ୍ଟେନମେଣ୍ଟ ଘୋଷଣା କରିଛନ୍ତି।
୭ ଦିନ ପର୍ଯ୍ୟନ୍ତ ଏହି ଦୁଇ ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ରେ ରଖାଯାଇଥିବା ବେଳେ ଏହି ସମୟରେ କେହି ଘରୁ ବାହାରକୁ ନଆସିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ୭ ଦିନ ପର୍ଯ୍ୟନ୍ତ ଏହି ୱାର୍ଡର ସମସ୍ତ ପରିବାର ପାଖରେ ରାସନ ସାମଗ୍ରୀ ଓ ଔଷଧ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଇଛି ବୋଲି ରାଜକନିକା ବିଡିଓ ଅଶୋକ କୁମାର ମହାନ୍ତି କହିଛନ୍ତି।
ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦, ୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୧ ଜଣ ଚିହ୍ନଟ ହୋଇଛନ୍ତି।
The post ୨୪ ଘଣ୍ଟାରେ ୨୨ ଆକ୍ରାନ୍ତ ଚିହ୍ନଟ, ଦୁଇଟି ୱାର୍ଡ କଣ୍ଟେନମେଣ୍ଟ ଜୋନ୍ ଘୋଷଣା appeared first on Odisha Reporter.
from Odisha Reporter https://ift.tt/2Q9e7Hk
No comments:
Post a Comment