କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିବା ଦୁଇ ବିଜେପି ନେତା ବିଧାୟକ ପଦରୁ ଇସ୍ତଫା ଦେବେ। ଏହି ଦୁଇ ବିଜେପି ନେତା ହେଲେ ନିଶୀଥ ପ୍ରମାଣିକ ଏବଂ ଜଗନ୍ନାଥ ସରକାର। ଉଭୟ ଦିନହାଟ ଏବଂ ଶାନ୍ତିପୁରରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ।
ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଦଳ ଟିଏମସି ୨୧୩ଟି ଆସନରେ ବିଜୟୀ ହୋଇ ତୃତୀୟ ଥର ପାଇଁ ସରକାର ଗଠନ କରିଛି। ଆଉ ବିଜେପି ସରକାର ଗଢ଼ିବ ବୋଲି କହି ମାତ୍ର ୭୭ଟି ଆସନରେ ସନ୍ତୁଷ୍ଟ ହୋଇଛି।
ଯେଉଁ ଦୁଇ ବିଜେପି ନେତା ବର୍ତ୍ତମାନ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି ସେମାନେ ଏବେ ସାଂସଦ। ଏଭଳି ପରିସ୍ଥିତିରେ ସାଂସଦ ଏବଂ ବିଧାୟକ ମଧ୍ୟରୁ ଗୋଟିଏ ପଦରେ ରହିପାରିବେ। ଶୁକ୍ରବାର ବିଧାନସଭାରେ ବିଧାୟକ ମାନେ ଶପଥ ଗ୍ରହଣ କରିଥିଲେ। କିନ୍ତୁ ଏହି ଦୁଇ ଜଣ ବିଧାୟକ ଭାବରେ ଶପଥ ନେଇନଥିଲେ। ତେଣୁ ବିଧାୟକ ପଦରୁ ଇସ୍ତଫା ଦେବା ନେଇ ସନ୍ଦେହ କରାଯାଉଥିଲା।
ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରେ ଚାରିଜଣ ସାଂସଦଙ୍କୁ ବିଜେପି ନିର୍ବାଚନରେ ପ୍ରାର୍ଥୀ କରିଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣ ଜିତିଛନ୍ତି ଏବଂ ଦୁଇଜଣ ହାରିଛନ୍ତି। ବିଧାୟକ ଭାବରେ ନିର୍ବାଚିତ ହୋଇଥିବା ନିଶୀଥ ଏବଂ ଜଗନ୍ନାଥ ଯଦି ସାଂସଦ ପଦରୁ ଇସ୍ତଫା ଦିଅନ୍ତି, ତେବେ ଏହି ଦୁଇଟି ଲୋକସଭା ଆସନରେ ଉପ ନିର୍ବାଚନ ହେବ।
ଯେହେତୁ ରାଜ୍ୟରେ ଟିଏମସିର ହାଓ୍ୱା ରହିଛି ତେଣୁ ଲୋକସଭା ଆସନ ମମତାଙ୍କ ଦଳ ସପକ୍ଷରେ ଯାଇପାରେ। ଆଉ ଲୋକସଭାରେ ଟିଏମସି ମଜବୁତ ହୋଇଯିବ। ତେଣୁ ଉଭୟ ନିଶୀଥ-ଜଗନ୍ନାଥ ବିଧାୟକ ପଦ ଛାଡିବେ। କାରଣ ରାଜ୍ୟରେ ବିଜେପି ବିରୋଧୀ ଦଳରେ ରହିଛି।
The post ପଶ୍ଚିମବଙ୍ଗରେ ବିଜେପିର ଦୁଇ ନିର୍ବାଚିତ ପ୍ରାର୍ଥୀ ବିଧାୟକ ପଦରୁ ଇସ୍ତଫା ଦେବେ appeared first on Odisha Reporter.
from Odisha Reporter https://ift.tt/3tE4oXh
No comments:
Post a Comment