ଭୀଷଣ ବାତ୍ୟାର ରୂପ ନେଇପାରେ ‘ତଉକତେ’, ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ୍‌! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, May 14, 2021

ଭୀଷଣ ବାତ୍ୟାର ରୂପ ନେଇପାରେ ‘ତଉକତେ’, ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ୍‌!

ନୂଆଦିଲ୍ଲୀ: ଆରବ ସାଗର ଓ ଲାକ୍ଷାଦ୍ୱୀପର ନିକଟବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନୀଭୂତ ହୋଇ ଆଜି ଗଭୀର ଅବପାତର ରୂପ ନେଇଛି। ଏହାର ପ୍ରଭାବରେ ଗତକାଲି ବିଳମ୍ବିତ ରାତିରୁ କେରଳରେ ପ୍ରବଳ ବର୍ଷା ଆରମ୍ଭ ହୋଇଯାଇଛି। ଏକାଧିକ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାରୁ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି। ସବୁଠାରୁ ଅଧିକ ପ୍ରଭାବିତ ହୋଇଛି କୋଚି ସହର। ଏହବାଦ ରାଜଧାନୀ ଥିରୁବନନ୍ତପୁରମରେ ମଧ୍ୟ ବର୍ଷା ଲାଗି ରହିଛି। ବର୍ଷାର ପ୍ରକୋପ ବଢ଼ୁଥିବାରୁ ଅଧିକ ବିପର୍ଯ୍ୟୟ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି।

ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆରବ ସାଗର ଉପରେ ଥିବା ଗଭୀର ଅବପାତ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ବାତ୍ୟାର ରୂପ ନେବ। ଏହି ବାତ୍ୟାର ନାଁ ତଉକତେ ରଖାଯିବ। ତକଉତେ ୨୪ ଘଣ୍ଟା ମଧ୍ୟରେ ଆହୁରି ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେବାର ଆଶଙ୍କା ରହିଛି।

ଭୀଷଣ ବାତ୍ୟାର ରୂପ ନେଇ ଏହା ଉତ୍ତର ଓ ଉତ୍ତର ପଶ୍ଚିମଦିଗରେ ଗତି କରିବ। ଯଦି ଏପରି ହୁଏ, ତା’ହେଲେ ୧୮ ତାରିଖ ସକାଳେ ଏହା ଗୁଜରାଟ ଉପକୂଳରେ ସ୍ଥଳ ଭାଗ ଛୁଇଁବାର ଯଥେଷ୍ଟ ସମ୍ଭାବନା ରହିଛି। କିନ୍ତୁ ଗୁଜରାଟ ଉପରେ ଏହାର ପ୍ରଭାବ କ’ଣ ରହିବ, ସେକଥା ନିର୍ଦ୍ଦିଷ୍ଟ ଭାବେ ପାଣିପାଗ ବିଭାଗ କିଛି କହିନାହିଁ।

ବଭାଗ କହିଛି ଯେ ବାତ୍ୟା ପ୍ରଭାବରେ ରବିବାର ସକାଳୁ ପବନର ଘଣ୍ଟା ପ୍ରତି ବେଗ ୧୫୦ରୁ ୧୬୦ କିମି ରହିବ। ସେହିପରି ବେଳେ ବେଳେ ଏହା ୧୭୫ କିମି ମଧ୍ୟ ଛୁଇଁପାରେ। ୱେଷ୍ଟର୍ଣ୍ଣ ଉପକୂଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ମଧ୍ୟ ହେବ ବୋଲି ବିଭାଗ କହିଛି।

ଅନ୍ୟପକ୍ଷରେ ବାତ୍ୟାର ପ୍ରଭାବ ଗୋଆରେ ପଡ଼ିପାରେ। ତେଣୁ ପୁଣେରୁ ଏନଡିଆରଏଫ ଟିମ୍‌ ଗୋଆ ଅଭିମୁଖେ ଯାଇଛି। ସେହିପରି ଗୁଜରାଟରେ ତଉକତେ ଲ୍ୟାଣ୍ଡଫଲ କରିବାକୁ ଥିବାରୁ ସମସ୍ତ ବନ୍ଦରେ ସତର୍କ ସୂଚନା ଜାରି କରାଯାଇଛି। ମତ୍ସ୍ୟଜୀବଙ୍କୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ସମୁଦ୍ର ମଧ୍ୟକୁ ନ ଯିବାକୁ ବାରଣ କରାଯାଇଛି। ତଟରକ୍ଷୀ ବାହିନୀ ମଧ୍ୟ ହାଇଆଲର୍ଟରେ ରହିଛନ୍ତି।

The post ଭୀଷଣ ବାତ୍ୟାର ରୂପ ନେଇପାରେ ‘ତଉକତେ’, ଏହି ସ୍ଥାନରେ କରିବ ଲ୍ୟାଣ୍ଡଫଲ୍‌! appeared first on Odisha Reporter.



from Odisha Reporter https://ift.tt/3eKPwCa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages