ମୁମ୍ୱାଇ: ପ୍ରାୟ ସପ୍ତାହେ ତଳେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଟେଲିଭିଜନ ଅଭିନେତା ଅନିରୁଦ୍ଧ ଦାବେଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ଆଇସିୟୁରେ ରଖାଯାଇଛି। ଅଭିନେତ୍ରୀ ଆସ୍ଥା ଚୌଧୁରୀ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ସୂଚନା ଦେବା ସହିତ ଅନିରୁଦ୍ଧଙ୍କ ପାଇଁ ପ୍ରାର୍ଥନା କରିବାକୁ ଅନୁରୋଧ କରିଛନ୍ତି।
ଅଭିନେତା ଅଜୟ ସିଂହ ଚୌଧୁରୀଙ୍କ ସୂଚନା ଅନୁସାରେ ଅନିରୁଦ୍ଧ ଶୁଟିଂ ପାଇଁ ଭୋପାଳ ଯାଇଥିଲେ। ସେଠାରେ ସେ ପଜିଟିଭ ଚିହ୍ନଟ ହୋଇଥିଲେ। ଏହା ପରେ ସେ ମୁମ୍ୱାଇ ଫେରି ଆସିବା ବଦଳରେ ସେଠାରେ ରହି ଚିକିତ୍ସିତ ହେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ନିକଟରେ ହୋଇଥିବା ପରୀକ୍ଷାରୁ ତାଙ୍କର ସଂକ୍ରମଣ ସାଧାରଣ ନୁହେଁ ବୋଲି ଜଣାପଡ଼ିଛି। ସେଥିପାଇଁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କର ଅମ୍ଳଜାନ ସ୍ତର ବି କମ୍ ରହୁଥିବା ଜଣାପଡ଼ିଛି। ଭୋପାଳରେ ତାଙ୍କ ସହିତ କେବଳ ତାଙ୍କର ଜଣେ ସହାୟକ ଅଛନ୍ତି। ଆମେ ଏବେ ଭୋପାଳ ଯାଇପାରିବୁ ନାହିଁ। ତେଣୁ ଅନିରୁଦ୍ଧଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ଆମେ ଯୋଗାଯୋଗରେ ଅଛୁ।
ଗତ ସପ୍ତାହରେ ଅନିରୁଦ୍ଧ କରୋନା ଚିହ୍ନଟ ହୋଇଥିବା ନେଇ ସୋଶାଲ ମିଡିଆ ଜରିଆରେ ସୂଚନା ଦେଇଥିଲେ। ଅନିରୁଦ୍ଧ ଦେବ ଓ ରେହନେ ବାଲି ମେହଲୋ କି, ବନ୍ଧନ, ଲକଡାଉନ କି ଲଭଲ୍ପୋରୀ ଓ ଶକ୍ତି ଭଳି ଧାରାବାହିକରେ ଅଭିନୟ କରିଛନ୍ତି।
The post ଅଭିନେତା ଅନିରୁଦ୍ଧ ଆଇସିୟୁରେ ଭର୍ତ୍ତି appeared first on Odisha Reporter.
from Odisha Reporter https://ift.tt/3vwl1We
No comments:
Post a Comment