ରାଜ୍ୟରେ ୮୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 31, 2021

ରାଜ୍ୟରେ ୮୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୭୩୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୮୯୨ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୩୮୪୩ଟି ହେଉଛି ଲୋକାଲ୍ କେସ୍‌। ସେହିପରି ଆଉ ୩୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିର୍ଲ୍ଲାରୁ ସର୍ବାଧିକ ୧୨୨୨ ଜଣ ଥିବା ବେଳେ କଟକରୁ ୬୭୩, ବାଲେଶ୍ୱରରୁ ୫୬୬, ଯାଜପୁରରୁ ୫୦୭, ଢେଙ୍କାନାଳରୁ ୫୦୩, ପୁରୀରୁ ୪୬୭ ଓ ଅନୁଗୋଳ ଜିଲ୍ଲାରୁ ୪୫୬ ଜଣ ଚିହ୍ନଟ ହୋଇଛନ୍ତି।

ବରଗଡ଼ରୁ ୧୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଭଦ୍ରକରୁ ୧୪୭, ବଲାଙ୍ଗିରରୁ ୪୯, ବୌଦ୍ଧରୁ ୧୩୭, ଦେବଗଡ଼ରୁ ୬୩, ଗଜପତିରୁ ୮୦, ଗଞ୍ଜାମରୁ ୧୫୬, ଜଗତସିଂହପୁରରୁ ୩୮୨, ଝାରସୁଗୁଡ଼ାରୁ ୧୫୭, କଳାହାଣ୍ଡିରୁ ୧୭୭, କନ୍ଧମାଳରୁ ୬୫, କେନ୍ଦ୍ରାପଡ଼ାରୁ ୩୮୭, କେନ୍ଦୁଝରରୁ ୧୭୯, କୋରାପୁଟରୁ ୨୫୫, ମାଲକାନଗିରିରୁ ୯୬, ମୟୂରଭଞ୍ଜରୁ ୩୪୨, ନବରଙ୍ଗପୁରରୁ ୨୬୪, ନୟାଗଡ଼ରୁ ୨୮୫, ନୂଆପଡ଼ାରୁ ୪୦, ରାୟଗଡ଼ାରୁ ୯୦, ସମ୍ବଲପୁରରୁ ୧୭୭, ସୋନପୁରରୁ ୧୫୬ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨୪୪ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୮୭୩୫ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ରେ ପହଞ୍ଚି ଯାଇଛି। ତେବେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୮୦ ହଜାର ୯୩୨ ଜଣ ସୁସ୍ଥ ହୋଇସାରିଲେଣି। ୮୯ ହଜାର ୯୫୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ଆଉ ୩୭ ଜଣ ଆଖି ବୁଜିବା ପରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୯୧କୁ ବୃଦ୍ଧି ପାଇଛି।

The post ରାଜ୍ୟରେ ୮୭୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ appeared first on Odisha Reporter.



from Odisha Reporter https://ift.tt/3p8HJBL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages