୬ ମେ’, ମଙ୍ଗଳବାର: ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 31, 2021

୬ ମେ’, ମଙ୍ଗଳବାର: ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ

ମେଷ: ଦାମ୍ପତ୍ୟ କଳହର ଅବସାନ ଘଟିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ବ୍ୟବସାୟରେ ଉନ୍ନତି ହେବ।

ବୃଷ: ପିଲାମାନଙ୍କ କାର୍ଯ୍ୟ ଚିନ୍ତାଜନକ ହୋଇପାରେ। କୌଣସି ଉତ୍ତମ ବନ୍ଧୁ ଆପଣଙ୍କ ଠାରୁ ଦୂରେଇ ଯିବେ। ଜମିବାଡ଼ି ସମ୍ପର୍କିତ ସମସ୍ୟାର ସମାଧାନ ହୋଇଯିବ।

ମିଥୁନ: ଶରୀରର କୌଣସି ଅଙ୍ଗରେ ପୀଡ଼ା ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ।

କର୍କଟ: ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ କୌଣସି ସଦସ୍ୟଙ୍କ ସହ ଯୁକ୍ତିତର୍କ ହୋଇପାରେ। ସଉଦା କିଣିବା ସମୟରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। କୌଣସି କାରଣ ନ ଥାଇ ମଧ୍ୟ ଦୋଷୀ ସାବ୍ୟସ୍ତ ହେବେ।

ସିଂହ: ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି। ଅଟକି ରହିଯାଇଥିବା କାମଟିକୁ ସଂପୂର୍ଣ୍ଣ କରିବେ।

କନ୍ୟା: ପାରିବାରିକ ସମସ୍ୟା ବଢ଼ିପାରେ। ବିଭିନ୍ନ ପ୍ରକାର ବାଧାବିଘ୍ନ ଓ ସମସ୍ୟା ଲାଗି ରହିବ। ନକାରାତ୍ମକ ଚିନ୍ତାଧାରା ମନକୁ ଭାରାକ୍ରାନ୍ତ କରିବ।

ତୁଳା: କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବହୁ ଦିନରୁ ଆଶା କରିଥିବା ସୁଯୋଗଟି ଆସିବ, କିନ୍ତୁ ଆପଣ ତା’ର ସଦ୍‌ ଉପଯୋଗ କରିପାରିବେ ନାହିଁ।

ବିଛା: ସମାଲୋଚନାର ଶିକାର ହେବେ। ଅସାବଧାନତା କାରଣରୁ କୌଣସି ଜିନିଷ ହଜିଯିବାର ସମ୍ଭାବନା ରହିଛି।

ଧନୁ: କାହାରି ବ୍ୟକ୍ତିଗତ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରିବାରରେ ସମସ୍ତଙ୍କ ସହ ଉତ୍ତମ ବୁଝାମଣା ରଖନ୍ତୁ।

ମକର: ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବାକୁ ପ୍ରୟାସ କରିବେ। ଭାଇ ମାନଙ୍କ ସହିତ ବିବାଦ ହୋଇପାରେ। ଆର୍ଥିକ କ୍ଷେତ୍ରଟି ସୁଦୃଢ଼ ରହିବ।

କୁମ୍ଭ: କର୍ମକ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। ସାମ୍ବାଦିକତା କ୍ଷେତ୍ରରେ ଥିବା ଲୋକେ ସୁଫଳ ପାଇବେ। ଆଶା ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତି ହେବ।

ମୀନ: କୌଣସି ବନ୍ଧୁଙ୍କ ସହିତ ସଂପର୍କରେ ତିକ୍ତତା ଦେଖାଦେଇପାରେ। ବ୍ୟବସାୟରେ ଭଲ ଲାଭ ମିଳିବ। ପରିବାର ଲୋକଙ୍କ ସହିତ ସମୟ ବିତାଇବାକୁ ଚେଷ୍ଟା କରନ୍ତୁ।

The post ୬ ମେ’, ମଙ୍ଗଳବାର: ଅନାବଶ୍ୟକ ଖର୍ଚ୍ଚ କରିବାକୁ ବାଧ୍ୟ ହେବେ appeared first on Odisha Reporter.



from Odisha Reporter https://ift.tt/3fIg9bH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages