ଲ୍ୟାଣ୍ଡଫରେ ବିଳମ୍ବ ହେବ କହିଲେ ଏସଆରସି, ଆଉ ଘନୀଭୂତ ହେଉନି ଅତି ଭୀଷଣ ବାତ୍ୟା ୟାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 25, 2021

ଲ୍ୟାଣ୍ଡଫରେ ବିଳମ୍ବ ହେବ କହିଲେ ଏସଆରସି, ଆଉ ଘନୀଭୂତ ହେଉନି ଅତି ଭୀଷଣ ବାତ୍ୟା ୟାସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅତି ଭୀଷଣ ବାତ୍ୟା ୟାସ ସ୍ଥଳ ଭାଗ ଆଡ଼ୁ ମାଡ଼ି ଆସୁଛି। ଏହା ବର୍ତ୍ତମାନ ଘଣ୍ଟାପ୍ରତି ୧୨ କିମି ବେଗରେ ଆଗକୁ ବଢ଼ୁଛି। ଏହା ଭଦ୍ରକର ଧାମରା ଠାରୁ ୭୦ କିମି ଓ ପାରଦୀପ ଠାରୁ ୯୦ କିମି ଦୂରେ କେନ୍ଦ୍ରୀଭୂତ ହୋଇଛି। ଏସବୁ ଭିତରେ ଏସଆରସି ପ୍ରୀଦପ ଜେନା ବାତ୍ୟା ୟାସର ଲ୍ୟାଣ୍ଡଫଲ ସାମାନ୍ୟ ବିଳମ୍ବ ହେବ ବୋଲି କହିଛନ୍ତି।

ପୂର୍ବରୁ ସେ ଭୋର ୫ଟାରୁ ୬ ମଧ୍ୟରେ ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ। ହେଲେ ଏବ ଲ୍ୟାଣ୍ଡଫଲ ପ୍ରକ୍ରିୟା ଦିନ ୧୦ରୁ ୧୧ଟା ମଧ୍ୟରେ ଆରମ୍ଭ ହେବ ବୋଲି ଶ୍ରୀ ଜେନା କହିଛନ୍ତି। ସେ କହିଛନ୍ତି, ବାତ୍ୟା ସମୁଦ୍ର ମଧ୍ୟରେ ଧିମା ହୋଇଯାଇଥିଲେ ହେଁ ଆଉ ଘନୀଭୂତ ହେଉନାହିଁ।

ତେଣୁ ଲ୍ୟାଣ୍ଡଫଳ ବେଳେ ପବନର ବେଗ ପୂର୍ବାପେକ୍ଷା କମ ରହିବ। ପୂର୍ବରୁ ପବନର ସର୍ବାଧିକ ୧୮୫ କିମି ରହିବ ବୋଲି କୁହାଯାଉଥିଲା। ହେଲେ ଏବେ ଏହା ୧୩୦ରୁ ୧୪୦ କିମି ରହିବାର ସମ୍ଭାବନା ରହିଛି। ପବନର ବେଗ କମ ରହିବାର ସମ୍ଭାବନା ଥିଲେ ହେଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହା  ଭଦ୍ରକର ବାସୁଦେବପୁରରୁ ବାହାନାଗା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚଆର ବିଶ୍ୱାସ କହିଛନ୍ତି, ମଧ୍ୟାହ୍ନ ୧୧ଟାରୁ ୧ ଟା ମଧ୍ୟରେ ବାତ୍ୟା ୟାସ ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱରରେ ଲ୍ୟାଣ୍ଡଫଲ କରିବ। ଏହି ସମୟରେ ପବନର ବେଗ ସର୍ବାଧିକ ୧୮୫ କିମି ରହିବ। ଏବେ ଠାରୁ ହିଁ ଧୀରେଧୀରେ ପବନ ଓ ବର୍ଷାର ପରିମାଣ ବୃଦ୍ଧି ପାଇବାରେ ଲାଗିଛି। ଚାନ୍ଦବାଲିରେ ସର୍ବାଧିକ ୧୩୮ମିମି ଓ ପାରାଦୀପରେ ୧୨୭ ମିମି ବର୍ଷା ରେକର୍ଡ କରାଯାଇଛି।


ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସମୁଦ୍ର ମଧ୍ୟରେ ଏହାର ଗତି ଧିମା ହୋଇଯାଇଥିବାରୁ ଆକଳନ ଠାରୁ ବାତ୍ୟା ଆହୁରି ତୀବ୍ର ରୂପ ଧାରଣ କରିବାର ଆଶଙ୍କା ପ୍ରକାଶ ପାଇଛି। ପୂର୍ଣ୍ଣିମା ଥିବାରୁ ସମୁଦ୍ରରେ ଜୁଆର ମଧ୍ୟ ଉଠିବାର ଆକଳନ କରିଛି ପାଣିପାଗ ବିଭାଗ। ଏ

ପରି କି ସମୁଦ୍ର ଜଳ ଭଦ୍ରକ, କେନ୍ଦ୍ରାପଡ଼ା ଓ ଏହାର ଆଖପାଖ ଅଞ୍ଚଳରେ ସ୍ଥଳ ଭାଗକୁ ମାଡ଼ିବାର ଆଶଙ୍କା ପ୍ରକାଶ ପାଇଛି। ବାତ୍ୟା ସ୍ଥଳଭାଗ ଅତିକ୍ରମ କରିବା ବେଳେ ପ୍ରଥମେ ପୂର୍ବ ଦିଗରୁ ପବନ ବହିବ।

The post ଲ୍ୟାଣ୍ଡଫରେ ବିଳମ୍ବ ହେବ କହିଲେ ଏସଆରସି, ଆଉ ଘନୀଭୂତ ହେଉନି ଅତି ଭୀଷଣ ବାତ୍ୟା ୟାସ appeared first on Odisha Reporter.



from Odisha Reporter https://ift.tt/3ugDULX

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages