ବେଗ ବଢ଼ାଇଲା ବାତ୍ୟା ୟାସ, ଧାମରା ଠାରୁ ଆଉ ୬୦ କିମି ଦୂରରେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, May 25, 2021

ବେଗ ବଢ଼ାଇଲା ବାତ୍ୟା ୟାସ, ଧାମରା ଠାରୁ ଆଉ ୬୦ କିମି ଦୂରରେ

ନୂଆଦିଲ୍ଲୀ: ଅତି ଭୀଷଣ ବାତ୍ୟା ୟାସ ଏବେ ସମୁଦ୍ର ମଧ୍ୟରେ ତା’ର ଗତିକୁ ବଢ଼ାଇ ଦେଇଛି। ପୂର୍ବରୁ ଘଣ୍ଟାପ୍ରତି ୧୧ କିମି ବେଗରେ ଗତି କରୁଥିବା ୟାସ ଏବେ ଘଣ୍ଟାପ୍ରତି ୧୫ କିମି ବେଗରେ ଆଗକୁ ମାଡ଼ି ଚାଲିଛି। ଏବେ ଏହା ଧାମରା ଠାରୁ ମାତ୍ର ୬୦ କିମି ଦୂରରେ ରହିଛି। ସେହିପରି ପାରାଦୀପ ଠାରୁ ୯୦ କିମି ଓ ବାଲେଶ୍ୱର ଠାରୁ ୧୦୫ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଦିଘା ଠାରା ବାତ୍ୟା ୧୦୦ କିମି ଦୂରରେ ରହିଛି।

ବାତ୍ୟା ୟାସ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନାର ଘଣ୍ଟା ପ୍ରତି ବେଗ ୧୩୦ରୁ ୧୫୫ କିମି ରହିଛି। ସ୍ଥଳ ଭାଗ ଆଡ଼କୁ ବାତ୍ୟା ୟାସ ଯେତିକି ଆଗକୁ ବଢ଼ୁଛି ପାରଦୀପ ଠାରୁ ଧାମରା ଯାଏ ପବନର ବେଗ ସେତିକି ବଢ଼ୁଛି। ଏଥିସହ ବର୍ଷାର ପରମାଣ ମଧ୍ୟ ବୃଦ୍ଧି ପାଉଛି।

ବାତ୍ୟା ୟାସ୍ କ୍ରମେ ଉତ୍ତର-ଉତ୍ତର ପଶ୍ଚିମ ଦିଗକୁ ଗତି କରିବ। ଦିନ ୧୧ଟାରୁ ୧ଟା ମଧ୍ୟରେ ଏହା ଲ୍ୟାଣ୍ଡଫଲ୍ କରିବାର ସମ୍ଭାବନେ ରହିଛି। ଉତ୍ତର ଧାମରା ଓ ଦକ୍ଷିଣ ବାଲେଶ୍ୱର ମଧ୍ୟରେ ଏହା ସ୍ଥଳ ଭାଗ ଅତିକ୍ରମ କରିବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଏହାର ପ୍ରଭାବରେ ପବନର ଘଣ୍ଟାପ୍ରତି ବେଗ ୧୪୫ରୁ ୧୫୫ କିମି ଓ ବେଳେ ୧୮୫ କିମି ରହିପାରେ।

ଅନ୍ୟପକ୍ଷରେ ଏସଆରସି ପ୍ରୀଦପ ଜେନା ବାତ୍ୟା ୟାସର ଲ୍ୟାଣ୍ଡଫଲ ସାମାନ୍ୟ ବିଳମ୍ବ ହେବ ବୋଲି କହିଛନ୍ତି। ପୂର୍ବରୁ ସେ ଭୋର ୫ଟାରୁ ୬ ମଧ୍ୟରେ ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଆରମ୍ଭ ହେବ ବୋଲି କହିଥିଲେ। ହେଲେ ଏବ ଲ୍ୟାଣ୍ଡଫଲ ପ୍ରକ୍ରିୟା ଦିନ ୧୦ରୁ ୧୧ଟା ମଧ୍ୟରେ ଆରମ୍ଭ ହେବ ବୋଲି ଶ୍ରୀ ଜେନା କହିଛନ୍ତି।

ସେ କହିଛନ୍ତି, ବାତ୍ୟା ସମୁଦ୍ର ମଧ୍ୟରେ ଧିମା ହୋଇଯାଇଥିଲେ ହେଁ ଆଉ ଘନୀଭୂତ ହେଉନାହିଁ। ତେଣୁ ଲ୍ୟାଣ୍ଡଫଳ ବେଳେ ପବନର ବେଗ ପୂର୍ବାପେକ୍ଷା କମ ରହିବ। ପୂର୍ବରୁ ପବନର ସର୍ବାଧିକ ୧୮୫ କିମି ରହିବ ବୋଲି କୁହାଯାଉଥିଲା। ହେଲେ ଏବେ ଏହା ୧୩୦ରୁ ୧୪୦ କିମି ରହିବାର ସମ୍ଭାବନା ରହିଛି। ପବନର ବେଗ କମ ରହିବାର ସମ୍ଭାବନା ଥିଲେ ହେଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏହା ଭଦ୍ରକର ବାସୁଦେବପୁରରୁ ବାହାନାଗା ମଧ୍ୟରେ ଲ୍ୟାଣ୍ଡଫଲ କରିବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି।

The post ବେଗ ବଢ଼ାଇଲା ବାତ୍ୟା ୟାସ, ଧାମରା ଠାରୁ ଆଉ ୬୦ କିମି ଦୂରରେ appeared first on Odisha Reporter.



from Odisha Reporter https://ift.tt/3fjLctP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages