କରୋନାକୁ ହରାଇ ନୂଆ ଜୀବନ ପାଇଲେ ୮୩ ବର୍ଷୀୟ ବୃଦ୍ଧ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 16, 2021

କରୋନାକୁ ହରାଇ ନୂଆ ଜୀବନ ପାଇଲେ ୮୩ ବର୍ଷୀୟ ବୃଦ୍ଧ

ବାଲିଗୁଡ଼ା(ଓଡ଼ିଶା ରିପୋର୍ଟର) ସାରା ଦେଶରେ ମହାମାରୀ କରୋନାର ଦ୍ଵିତୀୟ ଲହରୀ ଜାରି ରହିଛି। ଏହି ଅଦୃଶ୍ୟ ଭୂତାଣୁକୁ ନେଇ ସବୁଠି ଭୟ ଓ ଆତଙ୍କ ଲାଗି ରହିଛି । କିନ୍ତୁ ଏହି ଅଦୃଶ୍ୟ ଭୁତାଣୁକୁ ହରାଇ କରୋନାରୁ ମୁକ୍ତି ପାଇଛନ୍ତି ଜଣେ ୮୩ ବର୍ଷୀୟ ବୃଦ୍ଧ। ଆଉ ସେ ହେଉଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡା ସହରର ଦୁଇ ନମ୍ବର ୱାର୍ଡର ଶ୍ୟାମଘନ ପଣ୍ଡା ।

କରୋନାକୁ ହରାଇ ନୂଆ ଜୀବନ ପାଇଥିବା ଯୋଗୁ  ସ୍ଥାନୀୟ ପ୍ରଶାସନ ସମେତ ତାଙ୍କୁ ଚିକିତ୍ସା କରୁଥିବା ସ୍ୱାସ୍ଥ୍ୟ କର୍ମଚାରୀ ତାଙ୍କୁ ଫୁଲତୋଡା ଦେଇ ସମ୍ବର୍ଦ୍ଧନା ଜଣାଇଛନ୍ତି। ବୃଦ୍ଧ ଜଣକ ଗତ ୮ ତାରିଖରୁ ତାଙ୍କର ସ୍ୱାସ୍ଥ୍ୟ ଖରାପ ଯୋଗୁ ତାଙ୍କର ସ୍ୱାବ ଟେଷ୍ଟ କରିବା ପରେ ସେ କରୋନା ଆକ୍ରାନ୍ତ ବୋଲି ଜଣାପଡିଥିଲା। ଆଉ ତାଙ୍କୁ ତୁରନ୍ତ ସ୍ଥାନୀୟ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇ ତାଙ୍କର ଚିକିତ୍ସା ଆରମ୍ଭ ହୋଇଥିଲା ।

ଆଉ ଏବେ ସେ କରୋନାରୁ ସମ୍ପୂର୍ଣ୍ଣ ସୁସ୍ଥ ହେବା ଘରକୁ ଫେରିଛନ୍ତି । ଶ୍ୟାମଘନ ପଣ୍ଡା ସୁସ୍ଥ ହୋଇ ଘରକୁ ଫେରିବା ପରେ ବାଲିଗୁଡା ପ୍ରଶାସନ ଓ ପରିବାର ଲୋକେ ଆନନ୍ଦ ପ୍ରକାଶ କରିଛନ୍ତି।

The post କରୋନାକୁ ହରାଇ ନୂଆ ଜୀବନ ପାଇଲେ ୮୩ ବର୍ଷୀୟ ବୃଦ୍ଧ appeared first on Odisha Reporter.



from Odisha Reporter https://ift.tt/3tL2T9S

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages