ବେଙ୍ଗାଲୁରୁ: ଯଦି ଜଣେ ଧୈର୍ଯ୍ୟ ରଖିବା ସହିତ ମନୋବଳକୁ ଦୃଢ଼ ରଖିବ ଏବଂ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଚିକିତ୍ସିତ ହେବ ସେ କରୋନା ଲଢ଼େଇରେ ବିଜୟୀ ହେବ। ଏହା ପ୍ରମାଣ କରି ଦେଖାଇଛନ୍ତି ବାଙ୍ଗାଲୋରର ଜଣେ ୧୦୩ ବର୍ଷୀୟ ବୃଦ୍ଧ। ତାଙ୍କ ନାମ ଏଚ ଏସ ଦୋରେସ୍ୱାମୀ। ସେ ଜଣେ ଗାନ୍ଧୀବାଦୀ ମଣିଷ। ସ୍ୱାଧୀନତା ଲଢ଼େଇରେ ମଧ୍ୟ ସେ ସାମିଲ୍ ହୋଇଥିଲେ ବୋଲି ଜଣାପଡ଼ିଛି। ବୁଧବାର ସେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।
ସେ ଡିସଚାର୍ଜ ହେବା ବେଳେ କହିଛନ୍ତି, ୫ ଦିନ ପୂର୍ବରୁ ତାଙ୍କ ପାଖରେ କୋଭିଡର ଲକ୍ଷଣ ଦେଖିବାକୁ ମିଳିଥିଲା। ଆଉ ସେ ପରୀକ୍ଷା କରାଇବା ପରେ ସଂକ୍ରମିତ ହୋଇଥିବା ଜାଣିବାକୁ ପାଇଥିଲେ। ହେଲେ ସେ ସେମିତି କିଛି ବେଶି ଅସୁସ୍ଥ ମନେ କରୁନଥିଲେ। କିନ୍ତୁ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ସେ ଅସୁବିଧା ଅନୁଭବ କରିଥିଲେ। ତେଣୁ ହସ୍ପିଟାଲରେ ଭର୍ତ୍ତି ହୋଇ ଚିକିତ୍ସିତ ହେବାକୁ ଇଚ୍ଛା ପ୍ରକାଶ କରିଥିଲେ। ଆଉ ଏବେ ସେ ଆରୋଗ୍ୟ ହୋଇଥିବାରୁ ଖୁସିବ୍ୟକ୍ତ କରିଛନ୍ତି।
ଏପ୍ରିଲ ୧୦, ୧୯୧୮ରେ ଜନ୍ମିତ ଦୋରେସ୍ୱାମୀ ‘ଭାରତ ଛାଡ଼ ଆନ୍ଦୋଳନ’ରେ ସାମିଲ୍ ହୋଇଥିଲେ। ଏଥିପାଇଁ ସେ ୧୪ ମାସ ଜେଲ ଯାଇଥିଲେ। ୧୯୪୩ରୁ ୧୯୪୪ ସେ ଜେଲରେ ଥିଲେ। ଏହାବାଦ ନିଜ ରାଜ୍ୟରେ ହୋଇଥିବା ‘ମହିଶୂର ଚଲୋ’ (mysore chalo) ଆନ୍ଦୋଳନରେ ବି ସାମିଲ୍ ହୋଇଥିଲେ ଏହି ଗାନ୍ଧୀବାଦୀ ବ୍ୟକ୍ତି।
ଦୋରେସ୍ୱାମୀ ବେଙ୍ଗାଲୁରୁ କଲେଜରେ ସେତେବେଳେ ବିଏସସି କରିଥିଲେ। ଏହାପରେ ସେ ଶିକ୍ଷା କ୍ଷେତ୍ରରେ ନିଜକୁ ନିୟୋଜିତ ରଖିଥିଲେ। ପରେ ପୌରବାଣୀ ନାମରେ ଏକ ଖବରକାଗଜ ମଧ୍ୟ ସେ ତିଆରି କରିଥିଲେ। ଯେଉଁଥିରେ ସେତେବେଳେ ବିଭିନ୍ନ ସାମାଜିକ ସଂସ୍କାର, ଲୋକଙ୍କ ସମସ୍ୟା ସମ୍ପର୍କିତ ଖବରକୁ ଲୋକଲୋଚନକୁ ଆଣିଥିଲେ।
The post କୋଭିଡ୍ ଯୁଦ୍ଧରେ ବିଜୟୀ ହେଲେ ୧୦୩ ବର୍ଷୀୟ ବୃଦ୍ଧ appeared first on Odisha Reporter.
from Odisha Reporter https://ift.tt/3tOAtvO
No comments:
Post a Comment