ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ରାଜ୍ୟବାସୀଙ୍କୁ କରୋନା କଲବଲ କରୁଥିବା ବେଳେ ଟେଷ୍ଟିଂ ପାଇଁ ହସ୍ପିଟାଲ ସମ୍ମୁଖରେ ଲାଗୁଛି ଅସମ୍ଭାଳ ଭିଡ଼। ଏପରି ସ୍ଥିତିରେ ଭିଡ଼କୁ ଏଡ଼ାଇବା ସହ ଟେଷ୍ଟିଂ ବଢ଼ାଇବାକୁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଭିନ୍ନ ପଦକ୍ଷେପ।
ପୂର୍ବ ବର୍ଷ ମହାମାରୀର ବିଭିଷିକାକୁ ଅଙ୍ଗେ ନିଭାଇଥିବା ଗଂଜାମ ଜିଲ୍ଲାବାସୀଙ୍କ ମଧ୍ୟରେ ଟେଷ୍ଟିଂ ବଢ଼ାଇବାକୁ ଆରମ୍ଭ ହୋଇଛି ମୋବାଇଲ୍ ଟେଷ୍ଟିଂ ବ୍ୟବସ୍ଥା । ବ୍ରହ୍ମପୁର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୋଭିଡ୍ ଟେଷ୍ଟିଂ ଭ୍ୟାନ୍ ବ୍ୟବସ୍ଥା ଆରମ୍ଭ କରାଯାଇଛି । ଲୋକେ ହସ୍ପିଟାଲ୍କୁ ନ ଆସି ମୋବାଇଲ୍ ଟେଷ୍ଟିଂ ଭ୍ୟାନ୍ରେ ଟେଷ୍ଟ କରାଇପାରିବେ । କିଛି ଦିନ ପରେ ଏହି ବ୍ୟବସ୍ଥାକୁ ସାହି ଓ ସ୍ଥାନୀୟ ଅଞ୍ଚଳରେ ପହଞ୍ଚାଯିବ ।
ସେପଟେ ଜିଲ୍ଲାର ପ୍ରତି ବ୍ଲକରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଉପଖଣ୍ଡ ମେଡିକାଲରେ ଅକ୍ସିଜେନ୍ ବ୍ୟବସ୍ଥା ରହିଛି । ଜିଲ୍ଲାର ୨୮ଟି ଗୋଷ୍ଠୀ ଓ ୪ଟି ଉପଖଣ୍ଡସ୍ତରୀୟ ହସ୍ପିଟାଲରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ ହୋଇଛି । ତେଣୁ ଲୋକେ ସିଧାସଳଖ ଏମକେସିଜି ମେଡିକାଲ୍କୁ ନ ଆସି ନିଜ ବ୍ଲକ ଓ ଉପଖଣ୍ଡ ହସ୍ପିଟାଲ୍କୁ ଯାଇପାରିବେ ବୋଲି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।
ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲାରେ ୨୪୫ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଗତକାଲି ଏହି ସଂଖ୍ୟା ୧୭୭ ଥିଲା।
The post ମୋବାଇଲ୍ ଭ୍ୟାନ୍ରେ ବି ହେଉଛି କୋଭିଡ ଟେଷ୍ଟ appeared first on Odisha Reporter.
from Odisha Reporter https://ift.tt/2RMRAkj
No comments:
Post a Comment