ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୋମବାର ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୭୫୪କୁ ବୃଦ୍ଧି ପାଇଛି।
୧୪ଟି ଜିଲ୍ଲାରୁ ଏହି ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସୂଚନା ଆସିଥିବା ବେଳେ ସେମାନଙ୍କ ମଧ୍ୟରେ ସର୍ବାଧିକ ଅଛନ୍ତି ଅନୁଗୋଳରୁ। ଏହି ଜିଲ୍ଲାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି। ଆଜିକୁ ମିଶାଇ ଲଗାତାର ୫ ଦିନ ହେଲାଣି ଅନୁଗୋଳ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ନେଇ ରିପୋର୍ଟ ଆସୁଛି। ୫ ଦିନ ହେଲାଣି ଏଠାରୁ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଅର୍ଥାତ୍ ୫ ଦିନରେ ୨୫ ଜଣଙ୍କ ମୃତ୍ୟୁ ହେଲାଣି। ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କରୋନାରେ ୧୦୯ ଜଣଙ୍କର ମୃତ୍ୟୁ ଘଟିଛି।
ସେହିପରି ଏହି ୩୫ ମୃତକଙ୍କ ମଧ୍ୟରେ କଟକ, କଳାହାଣ୍ଡି, କେନ୍ଦ୍ରାପଡ଼ା,ଖୋର୍ଦ୍ଧା, ନବରଙ୍ଗପୁର ଓ ସୁବର୍ଣ୍ଣପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଅଛନ୍ତି। ଦେବଗଡ଼, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ନୟାଗଡ଼ ଓ ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି।
କଟକ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୬୧କୁ ବୃଦ୍ଧି ପାଇଥିବା ବେଳେ ଦେବଗଡ଼ରେ ୧୫, ଗଜପତିରେ ୫୭, ଗଞ୍ଜାମରେ ୨୮୩, ଝାରସୁଗୁଡ଼ାରେ ୫୧, କଳାହାଣ୍ଡିରେ ୧୧୨, କେନ୍ଦ୍ରାପଡ଼ାରେ ୪୮, ଖୋର୍ଦ୍ଧାରେ ୪୬୮, ନବରଙ୍ଗପୁରରେ ୩୫, ନୟାଗଡ଼ରେ ୫୧, ନୂଆପଡ଼ାରେ ୫୬, ସୁବର୍ଣ୍ଣପୁରରେ ୩୧ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୬୭କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୮୩୧୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୬୫୫ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୩୬୫୮ଟି ହେଉଛି ଲୋକାଲ୍ କେସ୍। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୭୪ ଜଣ ଥିବା ବେଳେ କଟକରୁ ୫୯୩, ମୟୂରଭଞ୍ଜରୁ ୫୩୨ ଓ ଅନୁଗୋଳ ଜିଲ୍ଲାରୁ ୫୦୫ ଜଣ ଚିହ୍ନଟ ହୋଇଛନ୍ତି।
The post ୫ ଦିନ ହେଲା ଅନୁଗୋଳରୁ ଆସୁଛି ସର୍ବାଧିକ କରୋନା ମୃତ୍ୟୁ ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/3p5SqoK
No comments:
Post a Comment