କେନ୍ଦ୍ରର ନିର୍ଦ୍ଦେଶ ସତ୍ତ୍ୱେ ଦିଲ୍ଲୀ ଆସିବେନି ଅଲପନ ବନ୍ଦୋପାଧ୍ୟାୟ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 30, 2021

କେନ୍ଦ୍ରର ନିର୍ଦ୍ଦେଶ ସତ୍ତ୍ୱେ ଦିଲ୍ଲୀ ଆସିବେନି ଅଲପନ ବନ୍ଦୋପାଧ୍ୟାୟ !

ନୂଆଦିଲ୍ଲୀ: କେନ୍ଦ୍ର ଓ ପଶ୍ଚିମବଙ୍ଗ ସରକାର ମଧ୍ୟରେ ବିବାଦ ବଢ଼ି ଚାଲିଛି। ବାତ୍ୟା ୟାସ୍ ମୁକାବିଲା ନେଇ ଦୁଇ ସରକାର ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏବେ ଏଣ୍ଟ୍ରି ମାରିଛନ୍ତି ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଅଲପାନ ବନ୍ଦୋପାଧ୍ୟାୟ। ନିକଟରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଆଇଏଏସ ଅଫିସରଙ୍କୁ ଦିଲ୍ଲୀ ଆସିବାକୁ କହିଛି। କିନ୍ତୁ ଅଲପାନ ଦିଲ୍ଲୀ ଆସିବେ ନାହିଁ ବୋଲି ସୂଚନା ରହିଛି। ଆଜି ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୈଠକରେ ବାତ୍ୟା ୟାସ୍ ଓ କରୋନା ମହାମାରୀ ସମ୍ପର୍କରେ ବୈଠକ କରିବେ ବୋଲି ଜଣାପଡ଼ିଛି।

ବାତ୍ୟା ୟାସରେ ପ୍ରଭାବିତ ଲୋକ ଏବଂ ରିଲିଫ୍ କାର୍ଯ୍ୟ ସମ୍ପର୍କିତ ସମୀକ୍ଷା ବୈଠକକୁ ନେଇ ବିବାଦ ପରେ କେନ୍ଦ୍ର ଅଲପାନଙ୍କୁ ଦିଲ୍ଲୀ ଡକାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ମୁଖ୍ୟ ଶାସନ ସଚିବ ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ଅଧିକାରୀଙ୍କୁ ୩୦ ମିନିଟରୁ ଅଧିକ ସମୟ ଅପେକ୍ଷା କରିଥିଲେ। ଏହାପରେ ମମତା ଏବଂ ମୁଖ୍ୟ ଶାସନ ସଚିବ ମୋଦିଙ୍କ ପାଖକୁ ଆସି ୧୫ ହଜାର କୋଟି ଟଙ୍କାର ସହାୟତା ରାଶି ଦାବି କରିଥିଲେ। ପରେ ଅଲଗା ବୈଠକ ଅଛି କହି ଉଭୟ ପଳାଇ ଯାଇଥିଲେ।

ଏହାପରେ ଗୃହ ମନ୍ତ୍ରାଳୟ ଶାସନ ସଚିବ ଅଲପାନଙ୍କୁ ଆଜି ସକାଳ ଦଶଟା ସୁଦ୍ଧା ପର୍ସନାଲ ଏବଂ ଟ୍ରେନିଂ ବିଭାଗକୁ ରିପୋର୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ମମତା ବାନାର୍ଜୀ ଅଲପାନଙ୍କୁ ଦାୟିତ୍ୱରୁ ମୁକ୍ତ କରି ନାହାନ୍ତି। ତେଣୁ ସେହି ଦୃଷ୍ଟିରୁ ଅଲପୋନ ଆଜି ଦିଲ୍ଲୀ ଆସିବାର ସମ୍ଭାବନା ନାହିଁ।

ଅନ୍ୟପଟେ ଅଲପାନ କେନ୍ଦ୍ର ଓ ରାଜ୍ୟ କଳି ମଧ୍ୟରେ ଆକ୍ରୋଶରୁ ନିଜକୁ ସୁରକ୍ଷିତ ରଖିବାକୁ ଯାଇ ଆଗୁଆ ଇସ୍ତଫା ଦେବା ନେଇ ଚର୍ଚ୍ଚା ହେଉଥିଲା। ହେଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ରକୁ ଏହି ଆଇଏଏସ ନପଠାଇବାକୁ ଜିଦ୍ ଧରିଥିବାରୁ ଅଲପାନ ଏବେ ଇସ୍ତଫା ନଦେଇ ମମତାଙ୍କ ନିର୍ଦ୍ଦେଶ କ୍ରମେ ଆଗକୁ କାମ କରିବେ ବୋଲି ଜଣାପଡ଼ିଛି। ୧୯୮୭ ବ୍ୟାଚର ଏହି ଆଇଏଏସ ୬୦ ବର୍ଷ ବୟସ ପୂରଣ କରିସାରିଛନ୍ତି। ମେ ୩୧ (ଆଜି) ତାଙ୍କର ଅବସର ତାରିଖ।

ହେଲେ ମେ ୧୨ରେ ମମତା ବାନାର୍ଜୀ ଅଲପାନଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢ଼ାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। ପରେ କେନ୍ଦ୍ର ସରକାର ୩ ମାସ ପାଇଁ ଅଲପାନଙ୍କ କାର୍ଯ୍ୟକାଳ ବଢ଼ାଇଥିବା ମେ ୨୪ରେ କହିଥିଲେ ମମତା ବାନାର୍ଜୀ।

The post କେନ୍ଦ୍ରର ନିର୍ଦ୍ଦେଶ ସତ୍ତ୍ୱେ ଦିଲ୍ଲୀ ଆସିବେନି ଅଲପନ ବନ୍ଦୋପାଧ୍ୟାୟ ! appeared first on Odisha Reporter.



from Odisha Reporter https://ift.tt/2Rc3Smk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages