ଆସିଲା ଚୂଡ଼ାନ୍ତ ଫଳାଫଳ: କେଉଁ ରାଜ୍ୟରେ କାହାକୁ କେତେ ଆସନ ମିଳିଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, May 2, 2021

ଆସିଲା ଚୂଡ଼ାନ୍ତ ଫଳାଫଳ: କେଉଁ ରାଜ୍ୟରେ କାହାକୁ କେତେ ଆସନ ମିଳିଲା

ନୂଆଦିଲ୍ଲୀ: ତାମିଲନାଡୁ, କେରଳ, ପଶ୍ଚିମବଙ୍ଗ, ଆସାମ ଓ ପୁଡୁଚେରୀ ବିଧାନସଭା ନିର୍ବାଚନର ଚୂଡ଼ାନ୍ତ ଫଳାଫଳ ସାମ୍ନାକୁ ଆସିଛି। ରବିବାର ସକାଳୁ ଏହି ୪ ରାଜ୍ୟ ଓ ପୁଡୁଚେରୀରେ ଭୋଟ ଗଣତି ଆରମ୍ଭ ହୋଇ ବିଳମ୍ବିତ ରାତି ଯାଏ ଚାଲିଥିଲା। ଗତକାଲି ଠାରୁ ଭୋଟ ଗଣତି ଚାଲିଥିବା ବେଳେ କେଉଁ ଦଳ କେଉଁଠି ସରକାର ଗଠନ କରିବ, ତାହା ଏକ ପ୍ରକାରର ସ୍ପଷ୍ଟ ହୋଇଯାଇଥିଲା। ତେବେ ବିଳମ୍ବିତ ରାତିରେ ଚୂଡ଼ାନ୍ତ ଫଳାଫଳ ସାମ୍ନାକୁ ଆସିଛି।

ଆସନ୍ତୁ ଜାଣିବା କେଉଁ ଦଳ କେଉଁଠି କେତେ ଆସନ ଜିତିଲେ

ପଶ୍ଚିମବଙ୍ଗ: ଏଠାରେ ଶାସକ ଟିଏମସି ହ୍ୟାଟ୍ରିକ ବିଜୟ ହାସଲ କରିଛି। ୨୯୪ଟି ବିଧାନସଭା ଆସନରୁ ୨୯୨ଟିରେ ଭୋଟ ଗଣତି ହୋଇଥିଲା। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଟିଏମସି ୨୧୩ଟି ଆସନରେ ଜିତିଥିବା ବେଳେ ବିଜେପି ୭୭ ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ବାଜିମାତ କରିଛନ୍ତି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୪୭।

ଆସାମ: ଏଠାରେ ବିଜେପି ଓ କଂଗ୍ରେସ ମେଣ୍ଟ ମଧ୍ୟରେ ଜୋରଦାର ଲଢ଼େଇ ହୋଇଥିଲା। କିନ୍ତୁ ଶେଷରେ ବିଜେପି ପୁଣିଥରେ ଆସାମରେ କ୍ଷମତା ଦଖଲ କରିବାକୁ ସକ୍ଷମ ହୋଇଛି। ୧୨୬ଟି ବିଧାନସଭା ଆସନରୁ ବିଜେପି ୭୬ଟି ଆସନରେ ଜିତିଥିବା ବେଳେ କଂଗ୍ରେସ ମେଣ୍ଟ ୪୯ଟିରେ ସୀମିତ ରହିଛି। ଅନ୍ୟାନ୍ୟ ଦଳ ଖାତାକୁ ଗୋଟିଏ ଆସନ ଯାଇଛି। ଆସାମରେ ସରକାର ଗଠନ ପାଇଁ ମ୍ୟାଜି ନମ୍ବର ହେଉଛି ୬୪। ତେଣୁ ବିଜେପି ଏଠାରେ ବେଶ ଆରାମରେ ସରକାର ଗଠନ କରିବାକୁ ଯାଉଛି।

କେରଳ: ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନଙ୍କ ଏଲଡିଏଫ ଏଠାରେ ଇତିହାସ ସୃଷ୍ଟି କରିଛି। ଦୀର୍ଘ ୪୦ ବର୍ଷ ଧରି ରାଜ୍ୟରେ ଜାରି ରହିଥିବା ପରମ୍ପରାକୁ ଏଲଡିଏଫ ଭାଙ୍ଗି ଦେଇଛି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଏଲଡିଏଫ କ୍ଷମତାକୁ ଫେରି ରେକର୍ଡ ସୃଷ୍ଟି କରିଛି। ଏଲଡିଏଫ କେରଳର ୧୪୦ଟି ବିଧାନସଭା ଆସନରୁ ୯୭ଟିରେ ଜିତିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ ୟୁଡିଏଫ ୪୧ଟିରେ ବାଜିମାତ କରିଛି। ବିଜେପି ଏଠାରେ ମୂଳପୋଛ ହୋଇଯାଇଛି। ଅନ୍ୟାନ୍ୟ ଦଳ ୨ଟି ଆସନ ଜିତିଛନ୍ତି।

ତାମିଲନାଡୁ: ଶାସକ ଏଆଇଏଡିଏମକେ ମେଣ୍ଟକୁ ତାମିଲନାଡୁରେ ଶକ୍ତ ଝଟକା ଲାଗିଛି। ଦଳ ଏଥର କ୍ରମାଗତ ତୃତୀୟ ଥର କ୍ଷମତା ଦଖଲ କରିବାକୁ ଲକ୍ଷ୍ୟ ରଖିଥିଲା। ଏପରି କି ବିଜେପି ସହ ମେଣ୍ଟ ମଧ୍ୟ କରିଥିଲା। ହେଲେ ଏଆଇଏଡିଏମକେର ସବୁ ଯୋଜନାରେ ଏମକେ ଷ୍ଟାଲିନଙ୍କ ଡିଏମକେ ପାଣି ପକାଇ ଦେଇଛି।

ଡିଏମକେ ୨୩୪ ବିଧାନସଭା ଆସନରୁ ୧୫୬ଟିରେ ଜିତିଥିବା ବେଳେ ଏଆଇଏଡିଏମକେ ମେଣ୍ଟ ୭୬ରେ ସୀମିତ ରହିଛି। ଅନ୍ୟାନ୍ୟ ଦଳ ଖାତାକୁ ୨ଟି ଆସନ ଯାଇଛି। ଏଠାରେ ସାଉଥ ଷ୍ଟାର କମଲ ହାସନ ନିର୍ବାଚନ ଲଢ଼ୁଥିଲେ। ସେ ଦକ୍ଷିଣ କୋଏମ୍ବାଟୁରରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ତାଙ୍କୁ ତାମିଲନାଡୁବାସୀ ଗ୍ରହଣ କରିନାହାନ୍ତି। ତାମିଲନାଡୁରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୧୮।

ପୁଡୁଚେରୀ: ଏହି କେନ୍ଦ୍ର ଶାସିତ ଅଞ୍ଚଳରେ ଏନଡିଏ ସରକାର ଗଠନ କରିବାକୁ ଯାଉଛି। ଠିକ୍‌ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ସରକାର ବିଧାୟକଙ୍କ ବିଦ୍ରୋହ ଯୋଗୁ ଭୁଶୁଡ଼ି ପଡ଼ିଥିଲା। ଏବେ ପୁଡୁଚେରୀରେ ଏନଡିଏ ବାଜିମାତ କରିଛି। ୩୦ ଆସନ ବିଶିଷ୍ଟ ବିଧାନସଭା ନିର୍ବାଚନରେ ଏନଡିଏ ୧୬ଟିରେ ଜିତିଥିବା ବେଳେ କଂଗ୍ରେସ ୮ଟି ଆସନରେ ସୀମିତ ରହିଛି। ଅନ୍ୟାନ୍ୟ ଦଳ ଖାତାକୁ ୬ଟି ଆସନ ଯାଇଛି। ଏଠାରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୬।

The post ଆସିଲା ଚୂଡ଼ାନ୍ତ ଫଳାଫଳ: କେଉଁ ରାଜ୍ୟରେ କାହାକୁ କେତେ ଆସନ ମିଳିଲା appeared first on Odisha Reporter.



from Odisha Reporter https://ift.tt/3tbZyQV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages