ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା ପୁଣି ୧୦ ହଜାର ମୁହାଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 29, 2021

ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା ପୁଣି ୧୦ ହଜାର ମୁହାଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତିନି ଦିନର ବ୍ୟବଧାନ ପରେ ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୧୦ ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୫୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩୪୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୧୯୮ଟି ହେଉଛି ଲୋକାଲ୍ କେସ୍‌।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୬, ମୟୂରଭଞ୍ଜରୁ ୬୯୫, ସୁନ୍ଦରଗଡ଼ରୁ ୫୯୫, ଅନୁଗୋଳରୁ ୫୬୨ ଓ ପୁରୀ ଜିଲ୍ଲାରୁ ୫୨୮ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱରରୁ ୩୦୨ ଜଣ ନୂଆ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୨୮୪, ଭଦ୍ରକରୁ ୪୬୪, ବଲାଙ୍ଗିରରୁ ୧୦୧, ବୌଦ୍ଧରୁ ୧୭୭, ଦେବଗଡ଼ରୁ ୬୧, ଢେଙ୍କାନାଳରୁ ୧୧୭, ଗଜପତିରୁ ୬୯, ଗଞ୍ଜାମରୁ ୧୫୦, ଜଗତସିଂହପୁରରୁ ୨୯୯, ଯାଜପୁରରୁ ୪୮୯, ଝାରସୁଗୁଡ଼ାରୁ ୧୪୦, କଳାହାଣ୍ଡିରୁ ୩୧୫, କନ୍ଧମାଳରୁ ୧୦୭, କେନ୍ଦ୍ରାପଡ଼ାରୁ ୧୧୪, କେନ୍ଦୁଝରରୁ ୧୭୭, କୋରାପୁଟରୁ ୨୧୫, ମାଲକାନଗିରିରୁ ୧୨୩, ନବରଙ୍ଗପୁରରୁ ୨୫୪, ନୟାଗଡ଼ରୁ ୨୩୦, ନୂଆପଡ଼ାରୁ ୫୦, ରାୟଗଡ଼ାରୁ ୧୬୪, ସମ୍ବଲପୁରରୁ ୨୨୯ ଓ ସୋନପୁର ଜିଲ୍ଲାରୁ ୨୪୫ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୨୨୭ ଜଣ ଚିହ୍ନଟ ହୋଇଛନ୍ତି।

୯୫୪୧ଟି ନୂଆ କେସ୍ ଆସିବା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୫୬ ହଜାର ୬୮୪ରେ ପହଞ୍ଚିଛି। ତେବେ ସେମାନଙ୍କ ମଧ୍ୟରୁ ୬ ଲକ୍ଷ ୫୮ ହଜାର ୬୪୬ ଜଣ ସୁସ୍ଥ ହୋଇସାରିଛନ୍ତି। ୯୫ ହଜାର ୨୬୬ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି। ସେହିପରି ଏଯାବତ ୨୬୮୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ, ବାତ୍ୟା ‘ୟାସ୍‌’ ଯୋଗୁ ଟେଷ୍ଟିଂ କମ୍ ରହିଥିବାରୁ ତିନି ଦିନ ଧରି ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ତଳେ ରହିଥିଲା।

The post ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତ ସଂଖ୍ୟା ପୁଣି ୧୦ ହଜାର ମୁହାଁ appeared first on Odisha Reporter.



from Odisha Reporter https://ift.tt/3fzFhkQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages