ଆଖି ବୁଜିଲେ ଆଉ ୩୩, ରାଜ୍ୟରେ କରୋନା ମୃତ୍ୟୁ ୨୭ଶହ ଡେଇଁଲା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 29, 2021

ଆଖି ବୁଜିଲେ ଆଉ ୩୩, ରାଜ୍ୟରେ କରୋନା ମୃତ୍ୟୁ ୨୭ଶହ ଡେଇଁଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଉ ୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୭୧୯କୁ ବୃଦ୍ଧି ପାଇଛି।

ଏହି ୩୩ ମୃତକଙ୍କ ମଧ୍ୟରେ ୧୦ ଜଣ ମହିଳା ଅଛନ୍ତି। ଅନୁଗୋଳ ଜିଲ୍ଲାରେ ଜଣେ ୧୮ ବର୍ଷୀୟା ଯୁବତୀଙ୍କର କରୋନାରେ ମୃତ୍ୟୁ ଘଟିଛି। ସେହିପରି ୩୩ ମୃତକଙ୍କ ମଧ୍ୟରୁ ୧୧ ଜଣଙ୍କର ଉଚ୍ଚ ରକ୍ତଚାପ, ଡାବେଟିସ୍ ଓ କିଡ୍‌ନୀ ସମସ୍ୟା ଭଳି ଅନ୍ୟାନ୍ୟ ରୋଗ ମଧ୍ୟ ରହିଥିଲା।

୧୫ଟି ଜିଲ୍ଲାରୁ ଏହି ୩୩ ମୃତ୍ୟୁ ଖବର ଆସିଥିବା ବେଳେ ଏଥିରେ ଅନୁଗୋଳ ଜିଲ୍ଲାରୁ ସର୍ବାଧିକ ୫ ଜଣ ଅଛନ୍ତି। ଆଜିକୁ ମିଶାଇ ଲଗାତାର ୪ ଦିନ ହେଲାଣି ଅନୁଗୋଳ ଜିଲ୍ଲାରୁ ସର୍ବାଧିକ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଖବର ଆସୁଛି। ପୂର୍ବ ତିନିଦିନ ବି ଏଠାରେ ୫ ଜଣ ଲେଖାଏଁ କରୋନା ଆକ୍ରାନ୍ତ ପ୍ରାଣ ହରାଇଥିବା ନେଇ ସୂଚନା ଆସିଥିଲା। ଏହା ସହିତ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୪କୁ ବୃଦ୍ଧି ପାଇଛି।

ବୌଦ୍ଧ, କଳାହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ପ୍ରାଣ ହରାଇଥିବା ବେଳେ କଟକ, ଦେବଗଡ଼, ଗଜପତି, କନ୍ଧମାଳ, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ହୋଇଛି।

ଏହା ସହିତ ବୌଦ୍ଧରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୨କୁ ବୃଦ୍ଧି ପାଇଥିବା ବେଳେ କଟକରେ ୧୫୮, ଦେବଗଡ଼ରେ ୧୩, ଗଜପତିରେ ୫୫, ଗଞ୍ଜାମରେ ୨୮୧, କଳାହାଣ୍ଡିରେ ୧୦୯, କନ୍ଧମାଳରେ ୪୧, କେନ୍ଦୁଝରରେ ୫୭, ଖୋର୍ଦ୍ଧାରେ ୪୬୫, କୋରାପୁଟରେ ୪୧, ମାଲକାନଗିରିରେ ୩୧, ନବରଙ୍ଗପୁରରେ ୩୨, ରାୟଗଡ଼ାରେ ୧୦୭ ଓ ସୁନ୍ଦରଗଡ଼ରେ ୨୬୫କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୯୫୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩୪୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୪୧୯୮ଟି ହେଉଛି ଲୋକାଲ୍ କେସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪୨ ଜଣ ଚିହ୍ନଟ ହୋଇଛନ୍ତି।

The post ଆଖି ବୁଜିଲେ ଆଉ ୩୩, ରାଜ୍ୟରେ କରୋନା ମୃତ୍ୟୁ ୨୭ଶହ ଡେଇଁଲା appeared first on Odisha Reporter.



from Odisha Reporter https://ift.tt/3fyckFA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages