ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର, ଗିରଫ ହେଲେ ନକଲି ଡାକ୍ତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 31, 2021

ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର, ଗିରଫ ହେଲେ ନକଲି ଡାକ୍ତର

ଆଳି (ବନମାଳୀ ସାହୁ): ଡାକ୍ତରଖାନାରେ ଜଣେ ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର କରି ଗିରଫ ହୋଇଛି ନକଲି ଡାକ୍ତର। ଏହା ପଢ଼ି ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ। ପ୍ରଶ୍ନ ଉଠୁଥିବ ଡାକ୍ତରଖାନା ଭିତରକୁ କେମିତି ଗଲେ ନକଲି ଡାକ୍ତର? କିନ୍ତୁ ଏମିତି ଏକ ଘଟଣା ଘଟିଛି କେନ୍ଦ୍ରପଡ଼ା ଜିଲ୍ଲା ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।

ଗିରଫ ନକଲି ଡାକ୍ତରର ନାଁ ଦୀପକ ମହାନ୍ତି। ତା’ ଘର ବଡ଼ଆମ୍ବିଳା ଗାଁରେ। ପୁଲିସ୍ ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଅଭିଯୋଗ ଅନୁଯାୟୀ, ଅରଗଳ ଗାଁର ଜଣେ ମହିଳା ଡାଇରିଆରେ ପୀଡ଼ିତ ହୋଇ ଆଳି ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଗତକାଲି ୧୧ଟା ବେଳେ ଅଭିଯୁକ୍ତ ଦୀପକ ଡାକ୍ତରଖାନାରେ ପହଞ୍ଚିଥିଲା। ସେ ନିଜକୁ ଗୋବିନ୍ଦପୁର ଡାକ୍ତରଖାନାର ଡାକ୍ତର ବୋଲି ପରିଚୟ ଦେଇ ଉକ୍ତ ମହିଳାଙ୍କୁ ତାଙ୍କ ସମସ୍ୟା ବିଷୟରେ ପଚାରିଥିଲା। ଡାଇରିଆ ହୋଇଥିବା ଜାଣିବା ପରେ ସେ ସେଠାରେ ଉପସ୍ଥିତ ଜଣେ ଆଟେଣ୍ଡାଣ୍ଟଙ୍କୁ ବାହାରକୁ ଯିବାକୁ କହିଥିଲା। ତା’ପରେ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ଆଳରେ ସେ ମହିଳାଙ୍କ ସହ ଦୁର୍ବ୍ୟବହାର କରିଥିଲା। ସେଠାରେ ଉପସ୍ଥିତ ମହିଳାଙ୍କ ସ୍ୱାମୀ ଏହାର ପ୍ରତିବାଦ କରିଥିଲେ। ଏହାପରେ ଦୀପକ ସେଠାରୁ କୌଶଳ କ୍ରମେ ଫେରାର ହୋଇଯାଇଥିଲା।

ଘଟଣା ସଂପର୍କରେ ଉକ୍ତ ମହିଳାଙ୍କ ସ୍ୱାମୀ ଆଳି ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ତଦନ୍ତ କରିଥିଲା। ଡାକ୍ତରଖାନାର ସିସିଟିଭି ଯାଞ୍ଚ କରିବା ପରେ ପୁଲିସ୍ ଦୀପକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ସିକ୍ୟୁରିଟି ବ୍ୟବସ୍ଥା ଥିବା ସତ୍ତ୍ୱେ ଜଣେ ମହିଳା ରୋଗୀଙ୍କ ସହିତ ଏମିତି କାଣ୍ଡ କେମିତି ଘଟିଲା, ତାକୁ ନେଇ ପ୍ରଶ୍ନ ଉଠିଛି।

The post ଡାକ୍ତରଖାନାରେ ମହିଳା ରୋଗୀଙ୍କୁ ଦୁର୍ବ୍ୟବହାର, ଗିରଫ ହେଲେ ନକଲି ଡାକ୍ତର appeared first on Odisha Reporter.



from Odisha Reporter https://ift.tt/3c4ToMJ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages