ଟିକା ନୀତିକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟ ପଚାରିଲେ ଗଦାଗଦା ପ୍ରଶ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, May 31, 2021

ଟିକା ନୀତିକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟ ପଚାରିଲେ ଗଦାଗଦା ପ୍ରଶ୍ନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ରାଜ୍ୟ ଗୁଡ଼ିକୁ ୧୮-୪୪ ବର୍ଗର ବ୍ୟକ୍ତିଙ୍କ ପାଇଁ ୫୦ ପ୍ରତିଶତ ଟିକା ପଠାଉଛନ୍ତି। ବାକି ଟିକା ରାଜ୍ୟ ସରକାର ଟିକା କମ୍ପାନୀ କିମ୍ୱା ଗ୍ଲୋବାଲ ଟେଣ୍ଡର ଜରିଆରେ ଟିକା ଆଣି ଟିକାକରଣ ପ୍ରକ୍ରିୟାକୁ ଜୋରଦାର କରିପାରିବେ ବୋଲି କେନ୍ଦ୍ର ସରକାର ନିୟମ କରିଛନ୍ତି। ସେହିପରି ଟିକା କମ୍ପାନୀ ପାଖରୁ କେନ୍ଦ୍ର ଓ ରାଜ୍ୟ ଭିନ୍ନ ଭିନ୍ନ ଦରରେ କିଣୁଛନ୍ତି। ଏଭଳି ପାତର ଅନ୍ତରକୁ ନେଇ ଏବେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରକୁ ଗୋଡାଇ ତୋଡାଇ ପ୍ରଶ୍ନ କରିଛନ୍ତି।

ସେହିପରି କୋଓ୍ୱିନ ଆପରେ ପଞ୍ଜିକରଣ ଅନିର୍ବାର୍ଯ୍ୟ କରିବାକୁ ନେଇ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟରେ। ଗ୍ରାମାଞ୍ଚଳରେ ରହୁଥିବା ଲୋକ କିମ୍ୱା ପ୍ରବାସୀ ଶ୍ରମିକ କୋଓ୍ୱିନ ଆପ ଜରିଆରେ ଟିକା ବୁକିଂ କରିପାରିବେ ବୋଲି ସରକାର ସୁନିଶ୍ଚିତ କରିପାରିବେ କି ପ୍ରଶ୍ନ କରିଛନ୍ତି। ତେବେ ସରକାର କହିଛନ୍ତି ଚଳିତ ବର୍ଷ ଶେଷ ସୁଦ୍ଧା ଟିକାକରଣ ସମ୍ପୂର୍ଣ୍ଣ ହେବ।

ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ଡି, ଓ୍ୱାଇ ଚନ୍ଦ୍ରଚୁଡ, ଏଲ ଏନ ରାଓ ଏବଂ ଏସ ରବୀନ୍ଦ୍ର ଭଟ୍ଟ ଶୁଣାଣି କରିବା ବେଳେ କହିଛନ୍ତି, କେନ୍ଦ୍ର ସରକାର ୪୫ରୁ ଅଧିକ ବୟସ୍କଙ୍କ ପାଇଁ ରାଜ୍ୟକୁ ୧୦୦ ପ୍ରତିଶତ ଟିକା ଦେଉଛନ୍ତି। ହେଲେ କୋଭିଡର ଦ୍ୱିତୀୟ ଲହର ବେଳେ ଅଧିକ ସଂକ୍ରମିତ ଓ ମୃତ୍ୟୁ ଘଟିଛି ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କ କ୍ଷେତ୍ରରେ। ସରକାରଙ୍କ ତଥ୍ୟରୁ ଏହା ଜଣାପଡ଼ିଛି। ଏପରି ସ୍ଥିତିରେ ୧୮ରୁ ୪୪ ବର୍ଗର ବ୍ୟକ୍ତିଙ୍କୁ କେନ୍ଦ୍ର ସରକାର ମାତ୍ର ୫୦ ପ୍ରତିଶତ କେଉଁ ଆଧାରରେ ଟିକା ଦେଉଛନ୍ତି ବୋଲି ତିନି ଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି।

ଏହାବାଦ ସୁପ୍ରିମକୋର୍ଟ କେନ୍ଦ୍ରକୁ ପଚାରିଛନ୍ତି ଯେ ବିଦେଶରୁ କୋଭିଡ ଟିକା କିଣିବା ପାଇଁ ଅନେକ ରାଜ୍ୟ ଗ୍ଲୋବାଲ ଟେଣ୍ଡର କରୁଛନ୍ତି, ଏହା ସରକାରଙ୍କ ନୀତି କି? କେନ୍ଦ୍ର ଏହାର ଜବାବରେ କହିଛି ଯେ ସମଗ୍ର ଜନସଂଖ୍ୟାର ଯୋଗ୍ୟ ବ୍ୟକ୍ତିଙ୍କୁ ୨୦୨୧ ଶେଷ ସୁଦ୍ଧା ଟିକା ଦିଆଯିବ। ଫାଇଜର ଭଳି କମ୍ପାନୀ ସହିତ କେନ୍ଦ୍ର ଆଲୋଚନା କରୁଛି। ଯଦି ଏହି ଆଲୋଚନା ସଫଳ ହୁଏ, ତେବେ ବର୍ଷ ଶେଷ ସୁଦ୍ଧା ଟିକାକରଣ ସମାପ୍ତ କରିବାର ସମୟ ସୀମା ମଧ୍ୟ ବଦଳିଯିବ।

The post ଟିକା ନୀତିକୁ ନେଇ କେନ୍ଦ୍ରକୁ ସୁପ୍ରିମକୋର୍ଟ ପଚାରିଲେ ଗଦାଗଦା ପ୍ରଶ୍ନ appeared first on Odisha Reporter.



from Odisha Reporter https://ift.tt/3wLVVmY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages