ଲକ୍ଷ୍ନୌ: ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି। ଅଧିକାଂଶ ମୃତ୍ୟୁ ଅକ୍ସିଜେନ ଅଭାବ ପାଇଁ ଘଟୁଛି। ଏହାକୁ ନେଇ ଆହ୍ଲାବାଦ ହାଇକୋର୍ଟ ୟୁପି ସରକାର ଉପରେ କଡ଼ା ମନ୍ତବ୍ୟ ରଖିଛନ୍ତି। ହସ୍ପିଟାଲକୁ ଅକ୍ସିଜେନ ନ ଦେବା ଅପରାଧ, ଏଭଳି କରିବା ନର ସଂହାର ଠାରୁ କମ୍ ନୁହେଁ। ଯେଉଁମାନେ ଅକ୍ସିଜେନ ଯୋଗାଣ ଦାୟିତ୍ୱରେ ରହିଛନ୍ତି, ସେମାନେ ଠିକ୍ ଭାବରେ ଅକ୍ସିଜେନ ଯୋଗାଣ କରିନପାରିବା ନେଇ ଉତ୍ତର ଦାୟିତ୍ୱ ରହିବେ ବୋଲି ଆହ୍ଲାବାଦ ହାଇକୋର୍ଟ କହିଛନ୍ତି।
ଆହ୍ଲାବାଦ ହାଇକୋର୍ଟ ଅକ୍ସିଜେନ ଅଭାବକୁ ନେଇ ଦାୟର ହୋଇଥିବା ପିଆଇଏଲର ଶୁଣାଣି କରିବା ବେଳେ ଏଭଳି କହିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ସରକାରୀ ପୋର୍ଟାଲରେ ହସ୍ପିଟାଲ ଗୁଡିକରେ କୋଭିଡ ବେଡ୍ ଉପଲବ୍ଧ ଥିବା ବେଳେ ହସ୍ପିଟାଲକୁ ଫୋନ୍ କରିବା ବେଳେ ବେଡ୍ ନାହିଁ ବୋଲି କୁହାଯାଉଛି। ଏହା ଠିକ୍ ନୁହେଁ।
ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ବେଳେ କୋଭିଡ ପ୍ରୋଟୋକଲକୁ ଉଲ୍ଲଂଘନ କରାଯାଇଛି। ଏହାର ତଦନ୍ତ ପାଇଁ କୋର୍ଟ ପଞ୍ଚାୟତ ନିର୍ବାଚନ କେନ୍ଦ୍ରଗୁଡ଼ିକର ସିସିଟିଭି ଫୁଟେଜ ମାଗିଛନ୍ତି। କୋର୍ଟ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ଭୋଟ୍ ଗଣତି ବେଳେ କିନ୍ତୁ କୋଭିଡ ପ୍ରୋଟୋକଲ ପାଳନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନ ସୁପ୍ରିମକୋର୍ଟରେ ଏକ ସତ୍ୟପାଠ ଦାଖଲ କରିଛନ୍ତି।
ହାଇକୋର୍ଟ କହିଛନ୍ତି ଯେ ପୂର୍ବ ଶୁଣାଣିରେ ନିର୍ବାଚନ ଡ୍ୟୁଟିରେ ନିୟୋଜିତ କର୍ମଚାରୀଙ୍କ କୋଭିଡ ମୃତ୍ୟୁକୁ ନେଇ ଜବାବ ଦେବାକୁ ନିର୍ବାଚନ କମିଶନଙ୍କୁ କୁହାଯାଇଥିଲା। କିନ୍ତୁ ଏହି ମୃତ୍ୟୁକୁ ସୁନିଶ୍ଚିତ କରିବା ପରିବର୍ତ୍ତେ ଖବରକୁ ଭୁଲ ପ୍ରମାଣ କରିବା ଉପରେ ନିର୍ବାଚନ କମିଶନ ଗୁରୁତ୍ୱ ଦେଉଛନ୍ତି।
ସେହିପରି ନିକଟରେ କରୋନାରେ ମୃତ୍ୟୁ ଘଟିଥିଲା ଜଷ୍ଟିସ ଭି.କେ ଶ୍ରୀବାସ୍ତବଙ୍କର। ସେ କୋଭିଡରେ ଆକ୍ରାନ୍ତ ହେବା ପରେ ଗୁରୁତର ହୋଇ ପଡ଼ିବାରୁ ତାଙ୍କୁ ପିଜିଆଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ମୃତ୍ୟୁ ଘଟଣାରେ କୋର୍ଟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଲକ୍ଷ୍ନୌ ଆରଏମଏଲ ହସ୍ପିଟାଲରେ ଠିକ୍ ଭାବରେ ଜଷ୍ଟିସ ଭି.କେ ଶ୍ରୀବାସ୍ତବଙ୍କର ଚିକିତ୍ସା ହୋଇନଥିବା ଦୃଦବୋଧ ହେଉଛି।
The post ‘ହସ୍ପିଟାଲକୁ ଅକ୍ସିଜେନ ନଦେବା ନରସଂହାର ସହିତ ସମାନ’ appeared first on Odisha Reporter.
from Odisha Reporter https://ift.tt/3th4tzX
No comments:
Post a Comment