ଶିଶୁପୁତ୍ରକୁ ଧରି ଟ୍ରେନ ଆଗକୁ ଡେଇଁ ପଡ଼ିଲା ମା’! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 29, 2021

ଶିଶୁପୁତ୍ରକୁ ଧରି ଟ୍ରେନ ଆଗକୁ ଡେଇଁ ପଡ଼ିଲା ମା’!

ଜଳେଶ୍ୱର (ଅଜିତ କୁମାର ଦାସ): ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ନୂଆଗାଁ ରେଳ ଷ୍ଟେସନ ନିକଟରେ ଜଣେ ମହିଳା ନିଜ ଶିଶୁପୁତ୍ର ସହ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।

ଶିଶୁପୁତ୍ରଟିକୁ ପ୍ରାୟ ୩ ବର୍ଷ ହେବ। ମୃତ ମହିଳା ଜଣଙ୍କ ନିକଟସ୍ଥ ଦୁଧହଂସା ଗାଁର। ଆଜି ଅପରାହ୍ଣ ପ୍ରାୟ ସାଢ଼େ ଗୋଟାଏ ବେଳେ ଏହି ଦୁଃଖଦ ଘଟଣା ଘଟିଥିଲା।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ପାରିବାରିକ କଥାକୁ ନେଇ ସେ ଆତ୍ମହତ୍ୟା କରିଛନ୍ତି। ତେବେ ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ଜିଆରପି ଉଭୟ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତନାଘନା ଚଲାଇଛି।

 

The post ଶିଶୁପୁତ୍ରକୁ ଧରି ଟ୍ରେନ ଆଗକୁ ଡେଇଁ ପଡ଼ିଲା ମା’! appeared first on Odisha Reporter.



from Odisha Reporter https://ift.tt/3fROfIU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages