ଆଠଗଡ଼ (ନୀଳକଣ୍ଠ ଦୋରା): ବେଆଇନ ଦେଶୀ ମଦ ଭାଟି ଉପରେ ଚଢ଼ାଉ ବେଳେ ଅବକାରୀ ବିଭାଗ କର୍ମଚାରୀ ଓ ପୁଲିସ୍ ଉପରକୁ ହୋଇଛି ଆକ୍ରମଣ। କଟକ ଜିଲ୍ଲା ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁ ବାରମାଣବନ୍ଧ ଜଙ୍ଗଲରେ ଘଟିଛି ଏହି ଘଟଣା।
କୌଣସି ସୂତ୍ରରୁ ସୂଚନା ପାଇ ଆଠଗଡ଼ ଅବକାରୀ ବିଭାଗ ପକ୍ଷରୁ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉରେ ଆଠଗଡ଼ ପୁଲିସ୍ ସହିତ କଟକ ଜିଲ୍ଲା ଅବକାରୀ ବିଭାଗ କର୍ମଚାରୀ ମଧ୍ୟ ସାମିଲ ହୋଇଥିଲେ। ତେବେ ଅବକାରୀ ଓ ପୁଲିସ୍ କର୍ମଚାରୀଙ୍କୁ ଦେଖି ଜଙ୍ଗଲ ଭିତରେ ଲୁଚି ରହିଥିବା ମଦ ମାଫିଆମାନେ ଢେଲା, ପଥର ସହି ପେଟ୍ରୋଲ୍ ବୋମା ମାଡ଼ କରିଥିଲେ। ତେବେ ଏଥିରେ କେହି ଆହତ ହୋଇନଥିବା ଜଣାପଡ଼ିଛି।
ମଦ ମାଫିଆଙ୍କ ଆକ୍ରମଣ ସତ୍ତ୍ୱେ ଅବକାରୀ ଓ ପୁଲିସ୍ କର୍ମଚାରୀ ଚଢ଼ାଉ କରିଥିଲେ। ଚଢ଼ାଉ ବେଳେ ବିପୁଳ ପରିମାଣର ପୋଚ ନଷ୍ଟ କରାଯାଇଥିଲା। ମଦ ରନ୍ଧା ପାଇଁ ବ୍ୟବହୃତ ସାମଗ୍ରୀ ଗୁଡ଼ିକୁ ଅବକାରୀ ବିଭାଗ ପକ୍ଷରୁ ଜବତ କରାଯାଇଛି। ଘଟଣାସ୍ଥଳରୁ ପୁଲିସ୍ ଏକ ବନ୍ଧୁକ ବି ଜବତ କରିଛି।
ଚଢ଼ାଉ ବେଳେ ଆକ୍ରମଣ ଘଟଣା ନେଇ ଅବକାରୀ ବିଭାଗ ପକ୍ଷରୁ ତିଗିରିଆ ଥାନାରେ ଏତଲା ଦିଆଯାଇଛି। ଆଠଗଡ଼ ଏସ୍ଡିପିଓ ଆଲୋକ ରଞ୍ଜନ ରାୟ କହିଛନ୍ତି ଯେ ଖୁବ୍ଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।
The post ଦେଶୀ ମଦ ଭାଟିରେ ଚଢ଼ାଉ ବେଳେ ଅବକାରୀ ଓ ପୁଲିସ୍ କର୍ମଚାରୀଙ୍କୁ ଆକ୍ରମଣ appeared first on Odisha Reporter.
from Odisha Reporter https://ift.tt/3i1e3oB
No comments:
Post a Comment