ନୂଆଦିଲ୍ଲୀ: ଆରବ ସାଗରରୁ ଆସି ସ୍ଥଳଭାରେ ତାଣ୍ଡବ ରଚିଥିବା ବାତ୍ୟା ତଉକତେ ଏବେ ଦୁର୍ବଳ ହୋଇଯାଇଛି। ତଥାପି ଏହାର ପ୍ରଭାବ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି। ଏହାର ପ୍ରଭାବରେ ଦିଲ୍ଲୀ-ଏନସିଆରରେ ଲଗାତର ବୁଧବାର ସକାଳୁ ବର୍ଷା ହେବାରେ ଲାଗିଛି। ଏହି କାରଣରୁ ମଙ୍ଗଳବାର ରାତିରୁ ହିଁ ରାଜଧାନୀରେ ଥଣ୍ଡାଳିଆ ପାଗ ଅନୁଭୂତ ହେଉଛି।
ବୁଧବାର ସକାଳୁ ରାଜଧାନୀ ଦିଲ୍ଲୀରେ ହେଉଥିବା ବର୍ଷା ୭୦ ବର୍ଷର ପୁରୁଣା ସ୍ଥିତିକୁ ଦୋହରାଇଛି। ସେହିପରି ବର୍ଷା ୧୯୭୬ ପରେ ମେ’ ମାସର ରେକର୍ଡକୁ ମଧ୍ୟ ଭାଙ୍ଗି ଦେଇଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ସ୍ଥାନରେ ପାଣି ଜମି ରହିବାରୁ ଯାତାୟାତ ବାଧାପ୍ରାପ୍ତ ହେବାରେ ଲାଗିଛି।
ବର୍ଷା ଯୋଗୁ ଦିଲ୍ଲୀର ତାପମାତ୍ରା ୨୩.୮ ଡିଗ୍ରୀକୁ ଖସି ଆସିଛି। ସ୍ୱାଭାବିକ ତାପମାତ୍ରା ଠାରୁ ମେ’ ମାସରେ ଏହା ୧୬ ଡିଗ୍ରୀ କମ୍। ୧୯୫୧ ମସିହା ପରେ ପ୍ରଥମଥର ପାଇଁ ମେ’ ମାସରେ ଏତେ କମ ତାପମାତ୍ରା ଥିବା ରେକର୍ଡ କରାଯାଇଛି। ଆଜି ବି ଦିଲ୍ଲୀରେ ଲଗାଣ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ଆକଳନ କରିଛି। ତେଣୁ ବର୍ଷା ଲାଗି ରହିଲେ, ତାପମାତ୍ରା ଆହୁରି ହ୍ରାସ ପାଇବାର ସମ୍ଭାବନା ରହିଛି।
ସୂଚନାଯୋଗ୍ୟ, ସୋମବାର ବାତ୍ୟା ତଉକତେ ଗୁଜରାଟରେ ଲ୍ୟାଣ୍ଡଫଲ କରିବା ପରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଏବେ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଆଉ ଗୋଟିଏ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଛି। ବାତ୍ୟା ସୃଷ୍ଟି ହେଲେ ଏହା ୨୬-୨୭ ବେଳକୁ ଓଡ଼ିଶା କିମ୍ବା ପଶ୍ଚିମବଙ୍ଗରେ ଲ୍ୟାଣ୍ଡଫଲ କରିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।
The post ୧୯୫୧ ପରେ ପ୍ରଥମଥର ବଦଳିଲା ରାଜଧାନୀର ପାଣିପାଗ appeared first on Odisha Reporter.
from Odisha Reporter https://ift.tt/3bEMkWV
No comments:
Post a Comment